• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ଦ୍ୱାରା ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଯୁବକଙ୍କ ମୃତଦେହ ଉଦ୍ଧାର ପରେ ମୃତଦେହ ଚିହ୍ନଟ କରିଛନ୍ତି ପରିବାର ଲୋକେ । ମୃତ ଯୁବକର ନାଁ ଶଙ୍କର୍ଷଣ ବେହେରା ।

ଏକ ଚୋରି ମାମଲାରେ ଗତକାଲି କ୍ୟାଣ୍ଟନମେଣ୍ଟ ଥାନାକୁ ଶଙ୍କର୍ଷଣକୁ ଆଣିଥିଲା ପୋଲିସ । ପୋଲିସକୁ ଧକ୍କା ଦେଇ ସେ ଗତକାଲି ଭୋର ସମୟରେ ଥାନାରୁ ଚମ୍ପଟ ମାରିଥିବା କୁହାଯାଉଛି।