Advertisment

ଆକ୍ସନ ପରେ ରିଆକ୍ସନ; କାର୍ଯ୍ୟକାରିଣୀ ବୈଠକ ପରେ ଉଠିବ କି ସସପେଣ୍ତ ଅର୍ଡର ?

ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ତାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି।

author-image
Manoranjan Behera
Congress

Congress

ଛିଡ଼ିବ କଣ ଦିନକୁ ଦିନ ବଢ଼ିବାରେ ଲାଗିଛି କଂଗ୍ରେସ କନ୍ଦଳ। ଦଳରୁ ଦୁଇ ଟାଣୁଆ ନେତା ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ ପରେ ରାସ୍ତାକୁ ଓହ୍ଲାଇଲେଣି ତାଙ୍କ ସମର୍ଥକ। ଆଜି ସିଧା କଂଗ୍ରେସ ଭବନକୁ ଆସି ହଙ୍ଗାମା କରିବା ସହ ଶୀଘ୍ର ସସପେନସନ ନଉଠିଲେ ଆଗକୁ ପରିଣାମ ଉଗ୍ର ହେବାର ଚେତବାନୀ ବି ଦେଇଛନ୍ତି। ସେପଟେ ଆଜି ପିସିସି ଶୃଙ୍ଖଳା କମିଟି ବୈଠକରେ ଏ ପ୍ରସଙ୍ଗ ଉଠିନଥିବାବେଳେ କାଲିଠୁ ଆରମ୍ଭ ହେବାକୁ ଥିବା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏକଥା ଉଠାଇବାର ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର।

Advertisment

ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ତାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି। ସିଧା ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କ ବିରୋଧରେ ମୋଦିକ୍ ଓ ଚିରଞ୍ଜୀବଙ୍କ ସମର୍ଥକଙ୍କ ବିଷୋଦଗାର ନାରାବାଜି। କଂଗ୍ରେସ ଭବନ ଭିତରେ ପଶି କରିଛନ୍ତି ହଙ୍ଗାମା। ମୋକିମ୍ ଓ ଚିରଞ୍ଜୀବଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ଅସାମ୍ବିଧାନିକ, ଏବେ ରାଜ୍ୟ କଂଗ୍ରେସକୁ ଭାଙ୍ଗିବାକୁ କିଛି କୁଚକ୍ରୀ ଗୋଷ୍ଠୀ ଷଡଯନ୍ତ୍ର ଚଳାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଉଭୟ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନହେଲେ ପରିମାଣ ଭୟଙ୍କର ହେବ ବୋଲି ଚେତାବନୀ ବି ଦେଇଛନ୍ତି।

ଗୋଟିଏ ପଟେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ। ହେଲେ ତା ପୂର୍ବରୁ ମୋକିମ୍, ଚିରଞ୍ଜିବ ନିଲମ୍ବନ ଝଡ଼ ତେଜିବାରେ ଲାଗିଛି। କଂଗ୍ରେସ ଅଫିସ୍ଆ ଗରେ ହୋହଲ୍ଲା ଚାଲିଥିବାବେଳେ ତେଣେ ବିଧାୟକ ତଥା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ଘରେ ଚାଲିଥିଲା ବୈଠକ। ଯେଉଁଥିରେ ଦୁଇ ନିଲମ୍ବିତ ନେତାଙ୍କ ବାବଦରେ କୌଣସି ଆଲୋଚନା ହୋଇନଥିବା ନିଜେ କହିଛନ୍ତି ଶୃଙ୍ଖଳା କମିଟି ମୁଖ୍ୟ। ତାସହ କହିଛନ୍ତି, ଏଆଇସିସି ଉର୍ଦ୍ଧ୍ୱରେ କେହି ନୁହନ୍ତି। ଯିଏ ଦଳ ବିରୋଧରେ ଯିବେ, ତାଙ୍କ ଉପରେ ଆକ୍ସନ ହେବ। ସେପଟେ ଆସନ୍ତାକାଲି ବସିବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀରେ ମୋକିମ୍-ଚିରଞ୍ଜୀବ ପ୍ରସଙ୍ଗ ଉଠାଇବା ନେଇ ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର।

Advertisment

ପାଖେଇ ଆସୁଛି ୨୪ ସାଧାରଣ ନିର୍ବାଚନ। ସବୁ ଦଳ ଏବେ ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ କଂଗ୍ରେସ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି।

Congress OPCC Congress MLA Mohammad Moquim MLA Chiranjib Biswal
Advertisment
Advertisment