
ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା।
‘ନବୀନ ଓଡ଼ିଶା’ ସ୍କିମକୁ ଅସ୍ତ୍ର କରିଛି କି ଶଙ୍ଖ ଦଳ? ଧାର୍ମିକ ଭାବାବେଗକୁ ଧରି ଗାଁ ଭୋଟ୍ ଟାଣିବାକୁ ଫନ୍ଦି କହିଲା ବିଜେପି ।
ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି।
ଶୁଭ୍ରଜିତ ସେଭଳି କୌଣସି ଡାକ୍ତରୀ ବିଦ୍ୟା ଅଧ୍ୟୟନ କରିନାହାଁନ୍ତି । ପାଠ ପଢ଼ିଛନ୍ତି ମାତ୍ର ପ୍ଲସ ଟୁ ଯାଏଁ । ସାନଖେମୁଣ୍ଡିରେ କ୍ଲିନିକ୍ କରି ନିଜ ନାଁ ସହ ଯୋଡ଼ିଛନ୍ତି ଲମ୍ବା ଚଉଡ଼ା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା । କେବଳ ସାନଖେମୁଣ୍ଡି ନୁହେଁ, କଟକ ରାଣୀହାଟରେ ବି ଗତ ୨ ବର୍ଷ ହେଲା କ୍ଲିନିକ୍ କରିଛନ୍ତି ।
ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି ।’ କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ୱରରେ ଏକ ମିଟିଂ କରାଇଥିଲୁ ବୋଲି କହିଛନ୍ତି ଚିରଞ୍ଜୀବ ।
ମାଈ ହାତୀ କିମ୍ବା ଦନ୍ତା ହାତୀ ଦେହରେ ରେଡିଓ କଲାର ଲାଗିବ । ଫଳରେ ହାତୀର ଚଳ ପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ । ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯିବ ଓ ହାତୀଙ୍କ ଗତିବିଧି ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇପାରିବ ।
ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନରେ ବସିଛନ୍ତି ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ।
ପୋଖରୀ ନଥିଲେ ସୁଦ୍ଧା ଖନନ ଓ ତୁଠ ବାବଦକୁ ଟଙ୍କା ବିଲ୍ ହୋଇଯାଇଛି ।
ଦରଦାମକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ବିଭିନ୍ନ ଦେଶ ସୁଧ ବଢ଼ାଇଥିଲେ। ଆମେରିକାରେ ଏବେବି ସେହି ଧାରା ଜାରି ରହିଥିବାବେଳେ ଭାରତରେ କିନ୍ତୁ ସୁଧ ବୃଦ୍ଧିରେ ବ୍ରେକ୍ ଲାଗିଛି। କରୋନା ମହାମାରୀ ପରେ ଅନେକଙ୍କ ରୋଜଗାର ହ୍ରାସ ପାଇଛି। ଅଭାବ କାଳରେ ଅତ୍ୟାଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକେ ନାନା ସମସ୍ୟାରେ ପଡିଛନ୍ତି।
ଏକଦା ନିଜ କ୍ୟାରିଅର୍କୁ ଆଗକୁ ନେବା ପାଇଁ ଗୁପ୍ଚୁପ୍ ବିକିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ନେଇ ଏବେ ଭାରତୀୟ କ୍ରିକେଟ୍ରେ ବେଶ୍ ଚର୍ଚ୍ଚା । ଜୁନିଅର୍ କ୍ରିକେଟ୍, ପ୍ରଥମ-ଶ୍ରେଣୀ କ୍ରିକେଟ୍, ଆଇପିଏଲ୍ର ସଫଳ ଯାତ୍ରା ପରେ ସେ ନିଜ ପଦାର୍ପଣ ଟେଷ୍ଟରେ ହିଁ ଶତକ ଲଗାଇ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି ।
ରୋଗୀଙ୍କ ଜୀବନ ସହ ଖେଳ। ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାକୁ ପୋଲିସ ଗିରଫ କରିଛି । ସେ +୨ ପାଠ ପଢ଼ି ମେଡିସିନ୍ ରିପ୍ରେଜେଣ୍ଟିଭଙ୍କୁ ନେଇ ଚିକିତ୍ସା କରୁଥିଲେ।
ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିରେ ମାର୍କେଟ ବନ୍ଦ ରଖାଯାଇଛି..ଦୀର୍ଘଦିନ ହେଲା ସ୍ଥାୟୀ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ଲାଗିଛି..
ବିସ୍ଫୋରଣରେ କଟିଗଲା ହାତ ଆଙ୍ଗୁଠି। କିଛି ବାରୁଦକୁ ନାବାଳକ ଜଣ ହାତରେ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା।
ଚିତାଲାଗି ଅମାବାସ୍ୟାର ମୁଖ୍ୟ ଆକର୍ଷଣ ହେଉଛି ଚିତଉ ପିଠା। ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହେଉଥିବା ଚିତଉ ପିଠା ଛପନ ଭୋଗ ମଧ୍ୟରୁ ଅନ୍ୟତମ। ଆଜି ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣିନେବା।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ଅହୋରାତ୍ର, ତିଥି – ଅମାବାସ୍ୟା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – କନ୍ୟା ରାତ୍ରି ୧୦.୩୨ ପର୍ଯ୍ୟନ୍ତ, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ନିଶାନ୍ତ ୦୫.୧୧ ପର୍ଯ୍ୟନ୍ତ
୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ତିଆରି ହେଲା ଉଠା ଜଳସେଚନ ପ୍ରକଳ୍ପ, ହେଲେ ଚାଷୀଙ୍କ କାମରେ ଲାଗୁନି ।
ପ୍ରବଳ ବର୍ଷା ଆଶଙ୍କାରେ ଆଜି ରାଜ୍ୟର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଓଡ଼ିଶାର ଗଣପର୍ବ ଚିତାଲାଗି ଅମାବାସ୍ୟା। ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ତିଆରି କରି ଅର୍ପଣ କରାଯାଇଥାଏ। ଏହାକୁ କାହିଁକି କୁହାଯାଏ ଚିତାଲାଗି ଅମାବାସ୍ୟା ଓ ପାଣିକୁ କାହିଁକି ପିଠା ପକାଯାଏ ଜାଣିବା ପାଇଁ ପଢନ୍ତୁ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ।
ବିଜେଡିର ମିଶନ୍ ପଶ୍ଚିମ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି। ହେଲେ ବାଧକ ସାଜିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ପଶ୍ଚିମରେ ଭୋଟ୍ ଟାଣିବାକୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ଆଶାତିତ ସଫଳତା।
କାଠ ଚୁଲା, ଲୁହା କଡେଇ ଆଉ ଜେଜେମାଆ ହାତର ରନ୍ଧା । ଶିଳ ବଟା ମସଲାରେ ପୂରା ଦେଶୀ ଷ୍ଟାଇଲ ଛୁଙ୍କ । ଆଜିକା ପିଜା-ବର୍ଗର ଯୁଗରେ ଏସବୁର କମ୍ବିନେସନର ନିହାତି ବିରଳ । ଯାଜପୁର ଦାନଗଦି ବ୍ଲକ ଦେଉଳକଣ ଗାଁର କୋକିଳା ନାୟକ ।
ନିଲମ୍ବନ ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଗତି କୁଆଡେ ? ଦୁହେଁ ବିଜେଡି ଆଡକୁ ଢଳୁଛନ୍ତି କି ? ଦଳ ଉପରେ ଏହାର କି ପ୍ରଭାବ ପଡିବ ? ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ ଜୋରଦାର ଚର୍ଚ୍ଚା ।
ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ ବୁଡ଼ମାରିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।