• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Pilot Killed In Army Cheetah  Crash
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ପାଇଲଟ ମୃତ

ବିଜୟାଦଶମୀରେ ଦୁଃଖଦ ଖବର। ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଅଧିକାରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଅରୁଣାଚଳର ତୱାଙ୍ଗରେ ସେନାର ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

Mumbai Accident
କି ଦୁର୍ଭାଗ୍ୟ ! ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରାଯାଉଥିଲା, ଯମ ପରି ମାଡ଼ି ଆସିଲା କାର

ଗତକାଲି ବିଳମ୍ବିତ ରାତିରେ ଏଭଳି ଭୟାବହ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା-ଓ୍ୱର୍ଲି ସି ଲିଙ୍କରେ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । 

cinema hall Ticket price may decrese
ଶସ୍ତା ହୋଇପାରେ ସିନେମା ଟିକେଟ, ମିଳିପାରେ ସପ୍ତାହାନ୍ତ ଅଫର

ଚଳିତବର୍ଷ ଲଗାତାର ବଲିଉଡ ଫିଲ୍ମ ଫ୍ଲପ୍‌ ହେବା ପରେ ଚିନ୍ତାରେ ପଡିଛନ୍ତି ହଲ ମାଲିକ। ଖାଲି ହଲ ମାଲିକ ନୁହେଁ, ଫିଲ୍ମ ପ୍ରଡ୍ୟୁସର, ଡିଷ୍ଟ୍ରିବ୍ୟୁଟର୍ସଙ୍କ ଚିନ୍ତା ମଧ୍ୟ ବଢି ଯାଇଛି। ଫିଲ୍ମ ଫ୍ଲପ୍‌ ହେବା କାରଣରୁ ଅଧିକ ସଂଖ୍ୟକ ଦର୍ଶକ ହଲ୍‌କୁ ଆସୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ସିନେମା ହଲ ମାଲିକମାନେ ଟିକେଟ ମୂଲ୍ୟ ଶସ୍ତା କରିବା ପାଇଁ ଚିନ୍ତା କରୁଛନ୍ତି।

Drone Varun
ଶକ୍ତିଶାଳୀ ହେବ ଭାରତୀୟ ନୌସେନା : ନିର୍ମାଣ ହେଲା ମାନବ ବହନ କରୁଥିବା ଡ୍ରୋନ୍‌ ବରୁଣ

ବିଶେଷ କରି ଯୁଦ୍ଧ ସମୟରେ ଡ୍ରୋନ୍‌ ବରୁଣ(Drone 'Varun') ମେଡିକାଲ ଫେସିଲିଟି ଯୋଗାଇବ ।

PET Teacher
ସରକାର ଚାକିରି ଦେଲେନି ବୋଲି ପାଣି ଟାଙ୍କି ଉପରେ ଚଢ଼ିଲେ ଦୁଇ ଯୁବତୀ, କହିଲେ..

ନିର୍ବାଚନର ୬ ମାସ ପରେ ଆପ୍ ସରକାର ଏହି ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ କରି କ୍ରୀଡା ଶିକ୍ଷକ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ ।

RSS chief Mohan Bhagwat
“ସମସ୍ତଙ୍କ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସମାନ ହେବା ଆବଶ୍ୟକ’’

ବିଜୟା ଦଶମୀ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଭାରତର ଜନସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଦେଶ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି। ଯଦି ଜରୁରୀ ପଦକ୍ଷେପ ନିଆ ନ ଯାଏ ତେବେ ଧର୍ମଭିତ୍ତିକ ଅସନ୍ତୁଳନ ବଢିବ ବୋଲି ସେ ଚେତାବନୀ ଦେଇଛନ୍ତି।

tragic stogy
କେହି ବଞ୍ଚିଲେନି ! ଯିଏ ବଞ୍ଚାଇବାକୁ ଗଲା, ସେ ଜୀବନ ହାରିଲା

ମୃତ୍ୟୁ ପୂର୍ବର ଶେଷ ଫଟୋ , ଅକାତକାତ ପାଣିଲେ ବୁଡ଼ିଗଲେ ଛଅ ଜଣ ।

Jio starts beta trial of 5G services
ଦଶହରାରେ ଜିଓର ଟ୍ରୁ-୫ଜି ସେବା ଆରମ୍ଭ, ୱେଲକମ୍ ଅଫର ବି ରହିଛି

ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହେଉଛି । ଦେଶର ଚାରି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣାସୀରେ ଏହି ସେବା ଆରମ୍ଭ କରାଯିବ । ତେବେ ନିର୍ଦ୍ଦିଷ୍ଟ କିଛି ଜିଓ ଗ୍ରାହକଙ୍କୁ ଏହି ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ ।

Mahakal Lok Lokarpan
ଭବ୍ୟ, ଦିବ୍ୟ, ଶକ୍ତି ଓ ଶାନ୍ତିର ଅନନ୍ୟ ନମୁନା : ଉଜୈନର ବାବା ମହାକାଳଙ୍କ ପ୍ରାଙ୍ଗଣ

କେନ୍ଦ୍ର ସରକାର, ମଧ୍ୟପ୍ରଦେଶ ସରକାର, ବାବା ମହାକାଳ ଟ୍ରଷ୍ଟ, ଶ୍ରଦ୍ଧାଳୁଙ୍କଠାରୁ ଦାନ ସୂତ୍ରରେ ସଂଗୃହିତ ଅର୍ଥରେ ହୋଇଛି କରିଡର ନିର୍ମାଣ

LED TV Blast,
ଫାଟିଲା ଏଲ୍‌ଇଡି ଟିଭି : ଜଣେ ମୃତ, ୩ ଆହତ

ଦୁଃଖଦ । ଏଲ୍ଇଡି ଟିଭି ଫାଟି ଯିବାରୁ ଜଣେ ନାବାଳକର ଜୀବନ ଚାଲିଯାଇଛି ।

Narendra Modi
ଜେଲେନ୍‌ସ୍କିଙ୍କ ସହ ଆଲୋଚନ ବେଳେ ବଡ଼ ପରାମର୍ଶ ଦେଲେ ମୋଦି

ମୋଦି-ଜେଲେନସ୍କି ଆଲୋଚନା, ଆଲୋଚନା ଓ କୁଟନୈତିକ ସ୍ତରରେ ବିବାଦର ସମାଧାନ ହେବା ଜରୁରୀ ।

Uttarakhand Bus Accident
ଖାଇକୁ ଖସିଲା ବରଯାତ୍ରୀ ବସ୍‌ : ଦୁର୍ଘଟଣାରେ ୨୫ ମୃତ

ବରଯାତ୍ରୀ ନେଇ ଆଉ ଫେରିଲାନି ବାହାଗାଡ଼ି । ରାସ୍ତାରେ ୨୫ ଜଣଙ୍କ ଜୀବନ ଚାଲିଗଲା ।

Jammu Cops Throat Cut
ଗୋଡ଼ରେ ମଲମ ଲଗାଉ ଲଗାଉ, ଆଇପିଏସ୍ ମାଲିକର ଜୀବନ ନେଇଗଲା ଘରୋଇ ସହାୟକ

ଅଚାନକ୍ ସେ ଭିତରୁ କବାଟ ବନ୍ଦ କଲା, ହେମନ୍ତଙ୍କ ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କଲା, ସସ୍ ବୋତଲ ଭାଙ୍ଗି ଧାରୁଆ କାଚରେ ତଣ୍ଟି କାଟିଦେଲା ।

Jammu Cop's Throat Cut
ଆଇପିଏସ୍ ମାଲିକ, ଅବସାଦଗ୍ରସ୍ତ ଚାକର : ଗୋଡ଼ରେ ମଲମ ଲଗାଉ ଲଗାଉ ନେଇଗଲା ଜୀବନ

ୟାସିର ଅହମ୍ମଦର ଡାଏରୀ ପଢ଼ିବା ପରେ ପୋଲିସ ବି ତାଜୁବ

awanish sharan shared the video of success in life
ଜୀବନରେ କେମିତି ମିଳିବ ସଫଳତା ? ମନ୍ତ୍ର ଦେଲେ ଆଇଏଏସ ଅଫିସର

ଜୀବନରେ ସଫଳତା କିଏ ବା ନ ଚାହେଁ ? ସଫଳତାର ବାଟ ଅନେକ। ଏଥିପାଇଁ କିଏ ନିଜ ପ୍ରତିଭା ବନିଯୋଗ କରେ ତ କିଏ ପରିଶ୍ରମ। ଆଉ କିଏ କୌଶଳ। ଏମିତି ଦୌଡ ଭିତରେ କିଛି ଲୋକ ସଫଳତା ତ ପାଆନ୍ତି, ତଥାପି ଅନେକ ପଛରେ ପଡ଼ିଯାଆନ୍ତି।

PM Modi
ସଭାକୁ ଯିବାକୁ ହେଲେ ଦରକାର କ୍ୟାରେକ୍ଟର ସାର୍ଟିଫିକେଟ୍

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଏଭଳି ନିୟମ କରାଯାଇଛି।

Know How to read deleted messages On WhatsApp
WhatsApp Trick: ଜାଣନ୍ତୁ, କେମିତି ପଢ଼ିବେ ଡିଲିଟ୍‌ ମେସେଜ୍‌...

ଏଣିକି ହ୍ୱାଟ୍ସଆପ୍‌ରେ ଡିଲିଟ୍‌ ହୋଇଥିବା ମେସେଜ୍‌କୁ ମଧ୍ୟ ପଢ଼ିପାରିବେ। ଯଦିଓ ଏହି ମେସେଜ୍ ଡିଲିଟ୍‌ ଫିଚର୍‌କୁ କାର୍ଯ୍ୟକାରୀ କରାଯାଇ ନାହିଁ, ତେବେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। 

Uttarkashi
ଉତ୍ତରାଖଣ୍ଡରେ ବଡ଼ ଅଘଟଣ ! ହିମସ୍ଖଳନରେ ୨୮ ଜଣ ପର୍ବତାରୋହୀ ଫସିଥିବା ଆଶଙ୍କା

ବରଫ ତଳେ ଫସିରହିଛି ପର୍ବତାରୋହୀଙ୍କ ଜୀବନ । ରେସ୍କ୍ୟୁ ଅପରେସନ୍‌ ଆରମ୍ଭ ହୋଇଛି ।

Man Sets His Bike On Fire After Being Given Challan
କଟିଲା ଚାଲାଣ, ରାଗରେ ପେଟ୍ରୋଲ ଢାଳି ଜାଳିଦେଲେ ବାଇକ୍‌

ପୋଲିସ୍‌ ଚାଲାଣ କାଟିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଜଣେ ବ୍ୟକ୍ତି ନିଜର ବାଇକ୍‌ ଜାଳି ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଅଧିକାଂଶ ସମୟ ରାସ୍ତାର ବିପରୀତ ଦିଗରେ ଯାତ୍ରା କରିଥାନ୍ତି ବୋଲି ଜଣାପଡ଼ିଛି।

Wife Uses RTI To Get Husmand’s Income Details
ସ୍ତ୍ରୀଙ୍କୁ ଦରମା ଲୁଚାଉଥିଲେ ସାବଧାନ ! ଧରାପଡିବେ,ହଟହଟା ହେବେ

ମହିଳାଙ୍କୁ ବୟସ ଆଉ ପୁରଷଙ୍କୁ ଦରମା ପଚାରିଲେ ସଠିକ ଉତ୍ତର ପାଇବାର ସମ୍ଭାବନା ସାଧାରଣତଃ କମ ଥାଏ। ହେଲେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଯଦି ଏମିତି ଘଟେ ? ସ୍ତ୍ରୀ ସ୍ୱାମୀଙ୍କୁ ନିଜ ବୟସ ଲୁଚାଇଲେ କ‘ଣ ହେବ ଆମେ କହିପାରିବୁନି। କିନ୍ତୁ ସ୍ୱାମୀ ଯଦି ସ୍ତ୍ରୀକୁ ଦରମା ଲୁଚାନ୍ତି ତେବେ ସ୍ତ୍ରୀ କ’ଣ କରିପାରିବେ, କେମିତି ସେ ତଥ୍ୟ ପାଇପାରିବେ ତାହା ଆମେ କହି ପାରିବୁ।

Special story
ଗରବା ନାଚୁ ନାଚୁ ଚାଲିଗଲା ପୁଅର ଜୀବନ ! ଖବର ଶୁଣି ହୃଦଘାତରେ ବାପା ବି ମୃତ

ଗରବା(garba) ନାଚୁଥିବା ବେଳେ ମାଡ଼ିଆସିଲା ମୃତ୍ୟୁ , ଗୋଟିଏ ପରିବାରର ଦୁଇ ମୃତ

Diary Of Cop's Killer In Jammu
ମୃତ୍ୟୁକୁ ଆମନ୍ତ୍ରଣ କରି ପୋଲିସ୍‌ ଅଧିକାରୀଙ୍କୁ ହତ୍ୟା ! ଡାଏରୀରେ ଲେଖିଛନ୍ତି- ‘ପ୍ରିୟ ମୃତ୍ୟୁ...’

ଜମ୍ମୁ-କାଶ୍ମୀର ପୋଲିସ୍‌ ମହାନିର୍ଦ୍ଦେଶକ(ଜେଲ୍‌) ହେମନ୍ତ ଲୋହିଆଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହେମନ୍ତ ଲୋହିଆଙ୍କୁ ତାଙ୍କ ଘରୋଇ ସହାୟକ ୟାସିର୍‌ ଅହମ୍ମଦ(୩୬) ହତ୍ୟା କରିଥିବା ସନ୍ଦେହ କରାଯାଉଛି। 

No PUC, no fuel in delhi
ନୂଆ ନିୟମ: ଏଣିକି ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ଦେଖାଇଲେ ମିଳିବ ପେଟ୍ରୋଲ, ଡିଜେଲ

ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନାହିଁ ତ ପେଟ୍ରୋଲ ନାହିଁ। ପେଟ୍ରୋଲ ପମ୍ପରେ PUC(Pollution Under Control) ସାର୍ଟିଫିକେଟ୍‌ ନଦେଖାଇଲେ ପେଟ୍ରୋଲ ଓ ଡିଜେଲ ପକାଇ ପାରିବେ ନାହିଁ।

Special story
ଏୟାର ଫୋର୍ସରେ ସାମିଲ ହେଲା ଲଢୁଆ ହେଲିକପ୍ଟର ପ୍ରଚଣ୍ଡ

ଆହୁରି ବଳଶାଳୀ ହେଲା ଭାରତୀୟ ବାୟୁସେନା । ଏୟାର ଫୋର୍ସରେ ସାମିଲ ହେଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର ପ୍ରଚଣ୍ଡ । ମେଡ ଇନ୍ ଇଣ୍ଡିଆର ଏହି ହେଲିକପ୍ଟରର ବିଶେଷତ୍ୱ କଣ ଜାଣନ୍ତୁ

Fraud Advertisement
‘ଅନଲାଇନ୍ ଜୁଆଖେଳ ସମ୍ପର୍କିତ ବିଜ୍ଞାପନଠୁ ଦୂରେଇ ରୁହ’

ଅନଲାଇନ୍‌ରେ ଜୁଆ ଖେଳ ଓ ବେଟିଂକୁ କିଛି ରାଜ୍ୟରେ ନିଷିଦ୍ଧ କରାଯାଇଛି ।