Advertisment

ଏକାସଙ୍ଗେ ପ୍ରେମିକା ଘରେ ପହଞ୍ଚିଗଲେ ଏକ୍ସ-ବୟଫ୍ରେଣ୍ଡ୍‌ ଓ ପ୍ରେମିକ, କୂଅକୁ ଡେଇଁ ପଡ଼ିଲେ ଯୁବତୀ...

ଏକାସଙ୍ଗେ ପ୍ରେମିକା ଘରେ ଏକ୍ସ-ବୟଫ୍ରେଣ୍ଡ୍‌ ଓ ପ୍ରେମିକ ପହଞ୍ଚି ହାଇଡ୍ରାମା କରିଛନ୍ତି। ଶେଷରେ ଉପାୟ ଶୂନ୍ୟ ହୋଇ କୂଅକୁ ଡେଇଁ ପଡ଼ିଲା ପ୍ରେମିକା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Girl jumps into well after ex-boyfriend, lover reach her home

Girl jumps into well after ex-boyfriend, lover reach her home

ଆଜିକାଲିର ଯୁବକ/ଯୁବତୀ ରିଲେସନଶିପ୍‌ରେ ଥାଇ ମଧ୍ୟ ଜଣେ ଅନ୍ୟ ଜଣଙ୍କୁ ଧୋକା ଦେଉଛନ୍ତି। ସମ୍ପର୍କକୁ ଲୁଚାଇ ସେମାନେ ଅନ୍ୟ ଯୁବକ/ଯୁବତୀଙ୍କ ସହ ମଧ୍ୟ ରିଲେସନଶିପ୍‌ରେ ରହୁଛନ୍ତି। ଭୁଲ୍‌ରେ ଯଦି ଧରାପଡ଼ି ଯାଆନ୍ତି, ତା’ହେଲେ ହାଇଡ୍ରାମା ଆରମ୍ଭ ହୋଇଯାଏ। ହେଲେ ଏକ୍ସ-ବୟଫ୍ରେଣ୍ଡ୍‌ ଓ ପ୍ରେମିକ ଏକାସଙ୍ଗେ ମିଶି ପ୍ରେମିକା ମହଁରୁ ସତ ବାହାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଧ୍ୟପ୍ରଦେଶର ବିତୁଲରେ ଏହି ଘଟଣା ଘଟିଛି। ଏକାସଙ୍ଗେ ପ୍ରେମିକା ଘରେ ଏକ୍ସ-ବୟଫ୍ରେଣ୍ଡ୍‌ ଓ ପ୍ରେମିକ ପହଞ୍ଚି ହାଇଡ୍ରାମା କରିଛନ୍ତି। ଶେଷରେ ଉପାୟ ଶୂନ୍ୟ ହୋଇ କୂଅକୁ ଡେଇଁ ପଡ଼ିଲା ପ୍ରେମିକା।

Advertisment

ଯୁବତୀଙ୍କ ଘରେ ପହଞ୍ଚିଗଲେ ଏକ୍ସ-ବୟଫ୍ରେଣ୍ଡ୍‌ ଓ ପ୍ରେମିକ...

ଏକାସଙ୍ଗେ ଯୁବତୀଙ୍କ ଏକ୍ସ-ବୟଫ୍ରେଣ୍ଡ୍‌ ଓ ପ୍ରେମିକ ତାଙ୍କ ଘରେ ପହଞ୍ଚି ଝଗଡ଼ା କରିଥିଲେ। କାହା ସହ ରିଲେସନଶିପ୍‌ରେ ଅଛନ୍ତି, ସତ କହିବା ପାଇଁ ସେମାନେ ଯୁବତୀଙ୍କୁ ଧମକ ଦେଇଥିଲେ। ଏହାପରେ ଝଗଡ଼ା ଆରମ୍ଭ ହୋଇଥିଲା। ଏପରିକି ଯୁବକ ଦ୍ୱୟ ଯୁବତୀଙ୍କୁ ଠେଲାପେଲା ମଧ୍ୟ କରିଥିଲେ। ଶେଷରେ ଉପାୟ ଶୂନ୍ୟ ହୋଇ ଯୁବତୀ ଜଣକ କୂଅକୁ ଡେଇଁ ପଡ଼ିଥିଲେ। ବିତୁଲ ଜିଲ୍ଲାର ବରଦେହି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

କୂଅକୁ ଡେଇଁଲେ ପ୍ରେମିକା...

୫ ଜଣ ଯୁବକ ଛୁରୀ ଓ କାଠ ଧରି ଯୁବତୀଙ୍କ ଘରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ସମ୍ପୃକ୍ତ ଯୁବତୀଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ। ଯେତେବେଳେ ସେମାନେ ଯୁବତୀଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ଯୁବତୀ ଜଣକ ଦୌଡ଼ି ଯାଇ କୂଅକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକ ଏହାଦେଖି ତୁରନ୍ତ କୂଅରୁ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସେପଟେ ଗାଁଲୋକେ ଯୁବକ ଦ୍ୱୟଙ୍କୁ ଧରି ପୋଲିସ୍‌ ଜିମା ଦେଇଛନ୍ତି। ପୋଲିସ୍‌ ସେମାନଙ୍କୁ ପଚରାଉଚରା ଚଳାଇଛି। 

Advertisment

କଥା ବନ୍ଦ କରିଦେବାରୁ ରାଗି ଯାଇଥିଲେ ଏକ୍ସ-ବୟଫ୍ରେଣ୍ଡ୍‌...

ସୂଚନା ଅନୁସାରେ, ଯୁବତୀ ଜଣକ ଏକ୍ସ-ବୟଫ୍ରେଣ୍ଡ୍‌ ସହ କଥାବାର୍ତ୍ତା ବନ୍ଦ କରିଦେବାରୁ ସେ ରାଗି ଯାଇଥିଲେ। ଏହାପରେ ଯୁବତୀଙ୍କ ପ୍ରେମିକ ସହ ମିଶି ଏକ୍ସ-ବୟଫ୍ରେଣ୍ଡ୍‌ ଯୁବତୀଙ୍କ ମୁହଁରୁ ସତ ବାହାର କରିବା ପାଇଁ ଯୋଜନା କରିଥିଲେ। ପ୍ରକୃତରେ ଯୁବତୀ ଜଣକ କାହାକୁ ଭଲ ପାଆନ୍ତି ତାହା ଜାଣିବା ପାଇଁ ଏକ୍ସ-ବୟଫ୍ରେଣ୍ଡ୍‌ ଓ ପ୍ରେମିକ ତାଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ଏଭଳି ହାଇଡ୍ରାମା ହେଲା ଯେ ଯୁବତୀ କୂଅକୁ ଡେଇଁ ପଡ଼ିଲେ। ଘଟଣାକୁ ନେଇ ଯୁବତୀଙ୍କ ବାପା ବରଦେହି ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଚଳାଇଛି। 

Betrayed In Love
Advertisment
Advertisment