Advertisment

ଲଭ୍‌କୁ ‘No’ କହି, ଗୁଳି ଖାଇଲା ଯୁବତୀ...

ଏକ ତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ, ଯୁବତୀଙ୍କୁ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP Murder Case

15-year-old girl shot dead for rejecting love proposal

ପ୍ରେମରେ ବିଫଳ ହେବା ପରେ ଅନେକ କଥା ମନକୁ ଆସିଥାଏ। କିଏ ଅନ୍ୟର ଜୀବନ ନେଇଯାଏ ତ ଆଉ କିଏ ନିଜ ଜୀବନ ନେବାକୁ ମଧ୍ୟ ପଛାନ୍ତି ନାହିଁ। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ତେବେ ଏକ ତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ, ଯୁବତୀଙ୍କୁ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଭଦୋହିରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି। ଯୁବତୀ ଜଣକ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାରୁ ତାଙ୍କର ଜୀବନ ଚାଲି ଯାଇଛି। ମୃତ ଯୁବତୀଙ୍କ ନାଁ ଅନୁରାଧା ବିନ୍ଦ। 

Advertisment

ଅଧିକ ପଢ଼ନ୍ତୁ: ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଲା ୬ ବର୍ଷିୟ ଶିଶୁ ! ଅଜାଣତରେ ନୁହେଁ . .

ସୂଚନା ଅନୁସାରେ, ବୁଧବାର ଦିନ ୧୫ ବର୍ଷୀୟ ଅନୁରାଧା ସମ୍ପର୍କୀୟ ଭଉଣୀ ନିଶାଙ୍କ ସହ କୋଚିଂ ସେଣ୍ଟରରୁ ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ଅରବିନ୍ଦ ବିଶ୍ୱକର୍ମା(୨୨), ଅନୁରାଧାଙ୍କ ମୁଣ୍ଡକୁ ଗୁଳି ମାରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

 ଅରବିନ୍ଦ, ଅନୁରାଧାଙ୍କୁ ଭଲ ପାଉଥିଲେ। ହେଲେ ଅନୁରାଧା ତାଙ୍କର ଏହି ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅରବିନ୍ଦ ଗୁଳି କରିଥିବା ପୋଲିସ୍‌ ସୂଚନା ଦେଇଛି। ଅଭିଯୁକ୍ତକୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇବା ସହ ଘଟଣାର ତଦନ୍ତ କରୁଛି। 

Murder Murder Case Firing
Advertisment
Advertisment