/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674213096.jpg)
Rahul Gandhi
ଶେଷରେ ଜ୍ୟାକେଟ୍ ପିନ୍ଧିଲେ ରାହୁଲ । ଧଳା ଟି-ସାର୍ଟ ଉପରେ ଜ୍ୟାକେଟ୍ ପିନ୍ଧିବାକୁ ବାଧ୍ୟ ହେଲେ । କାରଣ ଏବେ କାଶ୍ମୀରରେ ଏଣ୍ଟ୍ରି କଲେ । ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ଗୁରୁବାର ପଞ୍ଜାବରୁ କାଶ୍ମୀରରେ ଏଣ୍ଟ୍ରି କରିଛି । ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିବା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ଉତ୍ତର ଭାରତର କାଶ୍ମୀରରେ ଏଣ୍ଟ୍ରି କରିଛି ।
ଦକ୍ଷିଣ ଭାରତରୁ ଏହି ଯାତ୍ରା ଆରମ୍ଭ ବେଳେ ପ୍ରବଳ ଥଣ୍ଡା ସତ୍ତ୍ୱେ ରାହୁଲ କେବଳ ଟି-ସାର୍ଟ ପିନ୍ଧିଥିବା ଦେଖାଯାଇଥିଲା । ଯେଉଁଠିକି ଅନ୍ୟ ନେତାମାନେ ଜ୍ୟାକେଟ୍, ସାଲ, ମଫଲର ଆଦି ପିନ୍ଧିଥିବା ଦେଖାଯାଇଥିଲା । ହେଲେ ରହୁଲ କେବଳ ସେହି ଧଳା ଟି-ସାର୍ଟ ହିଁ ପିନ୍ଧିଥିଲେ । ଏମିତି କି ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା, ସେତିକି ସେହି ଧଳା ଟି-ସାର୍ଟକୁ ନେଇ ମଧ୍ୟ ହେଉଥିଲା । ଏତେ ଥଣ୍ଡାରେ ରାହୁଲ କେମିତି ବିନା ଜ୍ୟାକେଟ୍ରେ ବୁଲୁଛନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ।
ये मुस्कुराहटें, एक नया सवेरा लायेंगी,
जो मिलकर एक नया हिंदुस्तान बनायेंगी!#BharatJodoYatrapic.twitter.com/HuUMujsEzu— Bharat Jodo (@bharatjodo) January 20, 2023
ତେବେ ରାହୁଲ ଜ୍ୟାକେଟ୍ ପିନ୍ଧି ସକାଳୁ ସକାଳୁ କାଶ୍ମୀରର ବିଭିନ୍ନ ଜାଗାରେ ବୁଲୁଥିଲେ । କାଶ୍ମୀରରେ ହିଁ ଭାରତ ଯୋଡ଼ୋ ଯାତ୍ରାର ଅନ୍ତ ହେବ ବୋଲି ସେ ଆଗରୁ କହିଛନ୍ତି । ତେବେ ଜ୍ୟାକେଟ୍ ପିନ୍ଧିବା କଥା ନେଇ ଯେତିକି ଚର୍ଚ୍ଚା ହେଲା, ପରେ ପୁଣି ଜ୍ୟାକେଟ୍ ଖୋଲି ସେହି ଧଳା-ସାର୍ଟରେ ନଜର ଆସିବା ତାକୁ ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଲା । କାଶ୍ମୀର ଭଳି ଥଣ୍ଡା ଅଞ୍ଚଳରେ ବି ରାହୁଲ ବିନା ଜ୍ୟାକେଟ୍ ଓ ସେହି ଧଳା ଟି-ସାର୍ଟରେ ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
"कोई क्या रोकेगा हमें
हमने भारत जोड़ने की ठानी है"जम्मू पहुंच चुकी भारत जोड़ो यात्रा में आज राहुल गांधी के साथ चले राज्यसभा सांसद श्री संजय राउत #BharatJodoYatrapic.twitter.com/F8X9dsbdw2
— Bharat Jodo (@bharatjodo) January 20, 2023
ଏବେ ସୁଦ୍ଧା ୧୨୫ ଦିନରେ ୩୪୦୦ କିଲୋମିଟରର ଏହି ଯାତ୍ରାରେ ରାହୁଲ ଗାନ୍ଧିଙ୍କୁ ଧଳା ଟି-ସାର୍ଟରେ ହିଁ ଦେଖାଯାଇଛି । ଯାହାକୁ ନେଇ ଲୋକଙ୍କ ମନରେ ଖୁବ୍ ଉତ୍ସାହ ରହିଛି । କେମିତି ସେ କେବଳ ଗୋଟଏ ଟି-ସାର୍ଟ ପିନ୍ଧି ଶୀତ ସମ୍ଭାଳି ପାରୁଛନ୍ତି । କ’ଣ ରହିଛି ଏହିଟି-ସାର୍ଟରେ । କେଉଁ ବ୍ରାଣ୍ଡର ଏହି ଟି-ସାର୍ଟ । ପ୍ରଶାସନଠାରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ଏନେଇ ଆଶ୍ଚର୍ଯ୍ୟ ।
୫୨ ବର୍ଷିୟ କଂଗ୍ରେସ ନେତା ରାହୁଲ ଗାନ୍ଧି ଜମ୍ମ-କାଶ୍ମୀରର ବନିହାଲରେ ଜାନୁଆରୀ ୨୫ ତାରିଖ ଦିନ ଜାତୀୟ ପତାକା ଉତ୍ତୋଳନ କରିବେ । ଏହାପରେ ଜାନୁଆରୀ ୨୭ରେ ଶ୍ରୀନଗରରେ ଏଣ୍ଟ୍ରି କରିବେ ରାହୁଲ ।
प्रसिद्ध इतिहासकार सैयद इरफान हबीब कहते हैं कि यात्रा में इतनी बड़ी संख्या में लोगों का शामिल होना बता रहा है कि लोग धर्म-जाति से की जगह अब प्यार-मोहब्बत की बात सुन रहे हैं। #BharatJodoYatrapic.twitter.com/HaesIhrMOp
— Bharat Jodo (@bharatjodo) January 20, 2023
ତେବେ ଆଉ ଏକ ବଡ଼ କଥା ହେଲା, କାଠୁଆରୁ ରାହୁଲ ଗାନ୍ଧିଙ୍କ ଯାତ୍ରା ଗୁରବାର ରିଷ୍ଟାର୍ଟ ହୋଇଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରାହୁଲଙ୍କ ରାଲି ସହ ମୋବାଇଲ ଜାମର ମଧ୍ୟ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)