Advertisment

ଶିବଙ୍କୁ ଜୀଅନ୍ତା କଙ୍କଡ଼ା ଦେଲେ ଦୂର ହୋଇଯିବ କାନ ରୋଗ !

ହିନ୍ଦୁ ଦେବାଦେବୀଙ୍କ ପୂଜା ସମୟରେ ଭକ୍ତମାନେ ଫୁଲ, ଫଳ, ମିଠା ଓ ନଡ଼ିଆ ଲାଗି କରିଥାନ୍ତି। ହେଲେ ଏଠି ବ୍ୟତିକ୍ରମ କାହିଁକି ?

author-image
Chandan Shishu
ଅଦ୍ୟତନ ହୋଇଛି
Live Crabs Offered To Lord Shiva In Gujarat Temple

Devotees offer live crabs to Lord Shiva Temple at Ramnath

ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଏ କ୍ଷୀର ଢାଳେ ତ ଆଉ କିଏ ଅରଖ ଫୁଲ ତ କିଏ ବେଲ ପତ୍ର। ହେଲେ ପ୍ରଭୁ ଶିବଙ୍କୁ ପୂଜାର୍ଚ୍ଚନା ବେଳେ ଜୀଅନ୍ତା କଙ୍କଡ଼ା ଅର୍ପଣ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଗୁଜରାଟ ସୁରଟ ସ୍ଥିତ ରାମନାଥ ଶିବ ଘେଲା ମନ୍ଦିରରେ ଭକ୍ତମାନେ ଜୀଅନ୍ତା କଙ୍କଡା ଶିବଲିଙ୍ଗ ନିକଟରେ ଅର୍ପଣ କରୁଛନ୍ତି।

Advertisment

ଭକ୍ତଙ୍କ କହିବାନୁସାରେ ଯଦି କାନ ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ କଙ୍କଡା ଅର୍ପଣ କଲେ ସେସବୁ ଯନ୍ତ୍ରଣାରୁ ମୁକ୍ତି ମିଳେ। ଏପରିକି ସେମାନଙ୍କ ପିଲାମାନେ ଜୀବନ କାଳରେ କାନ ଯନ୍ତ୍ରଣା ଭୋଗିବେ ନାହିଁ। ଯେକେହି ବି ଭଗବାନ ମହାଦେବଙ୍କ ଲିଙ୍ଗ ପାଖରେ କଙ୍କଡା ଦେବ, ସେ ଏହି ସମସ୍ୟାରୁ ମୁକ୍ତି ପାଇବେ ବୋଲି ଜଣେ ଭକ୍ତ କହିଛନ୍ତି। 

ତେବେ ଆପଣ ଜାଣନ୍ତି- ହିନ୍ଦୁ ଦେବାଦେବୀଙ୍କ ପୂଜା ସମୟରେ ଭକ୍ତମାନେ ଫୁଲ, ଫଳ, ମିଠା ଓ ନଡ଼ିଆ ଲାଗି କରିଥାନ୍ତି। ଏଠାକାର ପୂଜାରେ ବଡ଼ ବ୍ୟତିକ୍ରମ ଦେଖାଦେଇଛି। ମହାଦେବଙ୍କ ପାଖରେ ଜୀଅନ୍ତା କଙ୍କଡ଼ା ଅର୍ପଣ କରାଯାଉଛି।  ତେବେ ଏହା ଏବର ପରମ୍ପରା ନୁହେଁ, ଅନେକ ବର୍ଷ ଧରି ଚାଲିଆସିଛି। ମକର ସଂକ୍ରାନ୍ତି ଠାରୁ ଏହି ପରମ୍ପରା ଆରମ୍ଭ ହୋଇଥାଏ।

Advertisment

ଅଧିକ ପଢ଼ନ୍ତୁ: ମନସ୍କାମନା ପୂରଣ ପାଇଁ ମା'ଙ୍କୁ ଲାଗିହୁଏ ଦେଶୀ ଓ ବିଦେଶୀ ମଦ

ମନ୍ଦିର ପୂଜକ ମନୋଜଗିରି ଗୌସ୍ୱାମୀଙ୍କ କହିବାନୁସାରେ ମହାଦେବଙ୍କୁ କଙ୍କଡ଼ା  ଅର୍ପଣ କରିବାକୁ ନେଇ ଅନେକ ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀରାମ ଏହି ମନ୍ଦିର ପ୍ରତିଷ୍ଠା କରିବା ସହ କଙ୍କଡ଼ା ଅର୍ପଣ କରି ମନସ୍କାମନା ପୂର୍ଣ୍ଣ କରିଥିଲେ। କାନ ଯନ୍ତ୍ରଣାରେ ଭୋଗୁଥିବା ରୋଗୀମାନେ ଏଠାକୁ ଆସି ଯନ୍ତ୍ରଣାରୁ ମୁକ୍ତି ପାଇଥିବା ସେ କହିଛନ୍ତି।

Devotees Lord Shiva
Advertisment
Advertisment