Advertisment

କାଳ ହେଲା Online ଗେମ୍‌ ନିଶା, ମା’ ଗାଳି କରିବାରୁ ଜୀବନ ହାରିଲେ ଛାତ୍ରୀ

ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅନ୍‌ଲାଇନ୍‌ ଗେମ୍‌ ଖେଳିବାକୁ ମା’ ମନା କରିବା ସହ ଗାଳି କରିବାରୁ ଯୁବତୀ ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UP Girl Suicide

Girl ends life after mother scolds her for playing online games

ଆଜିକାଲିର ଯୁବପିଢ଼ିଙ୍କୁ ଅନ୍‌ଲାଇନ୍‌ ଗେମ୍‌ ନିଶା ଏତେ ଘାରିଲାଣି ଯେ, ଏଥିପାଇଁ ଜୀବନ ହାରିବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ପରିବାର ଲୋକ ତାଗିଦ୍‌ କରିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଲକ୍ଷ୍ନୌର ବଲ୍‌ଦେବ ଖେଡା ଅଞ୍ଚଳର ଜଣେ ୧୦ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅନ୍‌ଲାଇନ୍‌ ଗେମ୍‌ ଖେଳିବାକୁ ମା’ ମନା କରିବା ସହ ଗାଳି କରିବାରୁ ଯୁବତୀ ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। 

Advertisment

ଅଧିକ ପଢ଼ନ୍ତୁ: ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌ ! ୧୦ ହଜାର ଟଙ୍କା ପାଇଁ ଯୁବକଙ୍କ ଆତ୍ମହତ୍ୟା

ସୂଚନା ଅନୁସାରେ, ଯୁବତୀ ଜଣକ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। କିଛି ବର୍ଷ ପୂର୍ବେ ସେ ବାପାଙ୍କୁ ହରାଇଥିଲେ। ବାପାଙ୍କ ମୃତ୍ୟୁ ପରେ, ମା’ ନିତୁ ଅନ୍ୟ ଘରେ କାମ କରି ପରିବାର ଚଳାନ୍ତି। ଫଳରେ ଝିଅର ପାଠପଢ଼ା ପ୍ରତି ସେ ଏତେଟା ଆଉ ଧ୍ୟାନ ଦେଇପାରନ୍ତି ନାହିଁ। ଝିଅର ମଧ୍ୟ ଧୀରେ ଧୀରେ ପାଠପଢ଼ା ପ୍ରତି ଆଗ୍ରହ କମିବା ସହ ଅଧିକାଂଶ ସମୟ ଅନ୍‌ଲାଇନ୍‌ ଗେମ୍‌ରେ ସମୟ ବିତାଉ ଥିଲା।

Advertisment

ଏସବୁ ଦେଖି ମଙ୍ଗଳବାର ଦିନ ନିତୁ ଝିଅକୁ ଗାଳି ଦେବା ସହ ଅନ୍‌ଲାଇନ୍‌ ଗେମ୍‌ ଖେଳିବା ପାଇଁ ବାରଣ କରିଥିଲେ। ଏହାପରେ କାମ ପାଇଁ ବାହାରି ଯାଇଥିଲେ। ଘରକୁ ଫେରିବା ପରେ ସେ ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଅଧିକ ପଢ଼ନ୍ତୁ: ଶିଶୁ-ଯୁବ ଗୋଷ୍ଠିଙ୍କୁ ବାୟା କରୁଛି ମୋବାଇଲ ଗେମ୍, ୟୁଜର୍ସ ସଂଖ୍ୟା ବୃଦ୍ଧିରେ ଦେଶରେ ୧ ନମ୍ବର ଓଡ଼ିଶା

Online Games
Advertisment
Advertisment