• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ୭୪ ତମ ଗଣତନ୍ତ୍ର ଦିବସରେ ଅଟୋ ଚାଳକ, ପରିବା ବିକାଳି, ରିକ୍ସା ଚାଳକ, ରାସ୍ତା କଡ଼ ଦୋକାନୀ, ଶ୍ରମଜୀବୀ, କ୍ଷୀର ବିକାଳିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ । ଆଗ ଧାଡ଼ିରେ ବସିବେ । ଏନେଇ ଏଥର ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଞ୍ଚର ଠିକ୍‌ ସାମ୍ନାରେ ପଡ଼ିଥିବା ଚଉକିରେ ବସିବେ ଏହି ସାଧାରଣ ଲୋକ । ଯେଉଁମାନେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଦେଖାରଖା କରୁଛନ୍ତି ସେହିମାନଙ୍କୁ କର୍ତ୍ତବ୍ୟ ପଥକୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି । ସେମାନେ ଏଥର ଆଗ ଧାଡ଼ିରେ ବସି ଦେଖିବେ ଜାତୀୟ ପରେଡ୍ ।

ମୋଦି ସରକାର ସମୟରେ ଅନେକ ଲୋକାଭିମୁଖି କାର୍ଯ୍ୟ କରାଯାଉଛି । ଏହାସହ ମୋଦି ସରକାର ଏଭଳି କିଛି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଥାନ୍ତି । ତାଙ୍କର ଅନେକ ନିଷ୍ପତ୍ତିରେ ସାଧାରଣ ଲୋକ କିଭଳି ସରକାରଙ୍କ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ରହିବେ ସେନେଇ ଫୋକସ୍‌ ରହିଥାଏ । ଗତ ୨୦୨୨ ଗଣତନ୍ତ୍ର ଦିବସରେ ମଧ୍ୟ ସଫେଇ କର୍ମଚାରୀ, ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ଅଟୋ ଚାଳକଙ୍କୁ ନିମନ୍ତ୍ରଣ କରାଯାଇଥିଲା । 

ଅନ୍ୟପଟେ ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରହିବେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତା ଅଲ୍‌ ସିସ୍‌ । ଏହା ବ୍ୟତୀତ ଅନ୍ୟ ୧୨୦ ଜଣ ଇଜିପ୍ଟ ସଦସ୍ୟ ମଧ୍ୟ ଆସି ପରେଡ୍‌ରେ ଯୋଗଦେବେ । 

 

ଖାଲି ସେତିକି ନୁହେଁ ଏଥର ମଧ୍ୟ ଗଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହେବ ଫ୍ଲାଏ ପାଷ୍ଟ । ଏଥିରେ ୧୮ ହେଲିକପ୍ଟର, ୮ ପରିବହନ ବିମାନ ଓ ୨୩ ଯୁଦ୍ଧ ବିମାନ ସାମିଲ ରହିବେ । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ବିଭିନ୍ନ ରାଜ୍ୟର କଳାକୃତି ଖାଦ୍ୟ ଓ ପରମ୍ପରାର ଛବି ମଧ୍ୟ ଦେଖିବାକୁ ମିଳିବ । ପରେଡ୍ ପାଇଁ ଏଥର ୪୫ ହଜାର ସିଟ୍‌ ଉପଲବ୍ଧ ହେବ । ସେଥିରୁ ୩୨ ହଜାର ସିଟ୍ ଅନ୍‌ଲାଇନ୍ ବୁକିଂ ପାଇଁ ରହିବ ।