Advertisment

ପାରମ୍ପରିକ ରୀତିନୀତିରେ ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ସମ୍ପନ୍ନ : ଆଣ୍ଟିଲିଆରେ ଭବ୍ୟ ସମାରୋହ

ଗୋଲ୍‍-ଧନା ଏବଂ ଚୁନରୀ ବିଧି ପରେ ପରସ୍ପର ପରସ୍ପରକୁ ମୁଦି ପିନ୍ଧାଇଲେ

author-image
Prangyan Parimita
ଅଦ୍ୟତନ ହୋଇଛି
Anant Radhika Engagement

Anant Radhika Engagement

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି(Mukesh Ambani)ଙ୍କ ସାନ ପୁଅ ଅନନ୍ତ ଅମ୍ବାନି(Anant Ambani)ଙ୍କ ସହ ରାଧିକା ମର୍ଚ୍ଚାଣ୍ଟ(Radhika Merchant)ଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଗତକାଲି ତଥା ଗୁରୁବାର ଦିନ ପରିବାର ବର୍ଗ ଏବଂ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ରୀତି ନୀତି ଅନୁଯାୟୀ ବିବାହ ପୂର୍ବ ଆନୁଷ୍ଠାନିକ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି । ଗୋଲ୍‍-ଧନା ଏବଂ ଚୁନରୀ ବିଧି ପରେ ପରସ୍ପର ପରସ୍ପରକୁ ମୁଦି ପିନ୍ଧାଇଛନ୍ତି । ମୁମ୍ବାଇ ସ୍ଥିତ ମୁକେଶଙ୍କ ବାସଭବନ ଆଣ୍ଟିଲିଆରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଉଭୟଙ୍କ ନିର୍ବନ୍ଧ ଅବସରରେ ଆଣ୍ଟିଲିଆକୁ ଖୁବ ସୁନ୍ଦର ଭାବେ ସଜାଯାଇଥିବା ଦେଖିବ‌ାକୁ ମିଳିଥିଲା।

Advertisment

ଗୋଲ୍‍-ଧନାର ଅର୍ଥ ହେଉଛି ଗୁଡ ଏବଂ ଧନିଆ ମଞ୍ଜି । ଗୁଜରାଟୀ ପରମ୍ପରାରେ ଗୋଲ୍‍-ଧନା ବିବାହ ପୂର୍ବ ନିର୍ବନ୍ଧ ଅନୁରୂପ ଏକ ଉତ୍ସବ । ଏହି କାର୍ଯ୍ୟକ୍ରମରେ ଏସବୁକୁ ବର ଘର ଲୋକଙ୍କୁ ଦିଆଯାଇ ଥାଏ । କନ୍ୟା ପକ୍ଷ ପରିବାର ବର ଘରକୁ ଉପହାର ଏବଂ ମିଠାଇ ଧରି ଆସନ୍ତି ଏବଂ ବର ଓ କନ୍ୟା ଉଭୟ ପରସ୍ପରକୁ ମୁଦି ପିନ୍ଧାନ୍ତି । ଏହାପରେ ବର ଓ କନ୍ୟା ଉଭୟ ପରିବାରର ବୟସ୍କ ଲୋକଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଥାନ୍ତି ।

ଅଧିକ ପଢ଼ନ୍ତୁ: ଦୁବାଇରେ ବି ଦବ୍‌ଦବା ଦେଖାଇଲେ ମୁକେଶ ଅମ୍ବାନୀ, ସାନପୁଅ ପାଇଁ କିଣିଲେ ସବୁଠୁ ଦାମୀ ଘର

Advertisment
Anant Radhika Engagement (Anant Radhika Engagement)

ସନ୍ଧ୍ୟାରେ ନିର୍ବନ୍ଧ ଉତ୍ସବ ପାଇଁ ସର୍ବ ପ୍ରଥମେ ଅନନ୍ତଙ୍କ ଭଉଣୀ ଇଶା ଏବଂ ପରିବାରର ଅନ୍ୟ ସଦସ୍ୟଗଣ ରାଧିକାଙ୍କୁ ତାଙ୍କ ବାସଭବନକୁ ଯାଇ ଆମନ୍ତ୍ରିତ କରିଥିଲେ । ଆଉ ତା’ପରେ ଅମ୍ବାନି ପରିବାର ନିଜ ବାସଭବନରେ ଆରତୀ ଏବଂ ମନ୍ତ୍ରୋଚ୍ଚାରଣ ମଧ୍ୟରେ କନ୍ୟା ପକ୍ଷଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ତା’ପରେ ବର ଓ କନ୍ୟା ଯୋଡିଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭଗବାନ କୃଷ୍ଣଙ୍କର ଆଶୀର୍ବାଦ ନେବାକୁ ସମୁଦାୟ ପରିବାର ଅନନ୍ତ ଓ ରାଧିକାଙ୍କ ସହିତ ମନ୍ଦିର ଯାଇଥିଲେ ।

ସେଠାରୁ ସମସ୍ତେ ଗଣେଶଙ୍କ ପୂଜା ନିମନ୍ତେ ସମାରୋହ ସ୍ଥଳକୁ ଯାଇଥିଲେ । ସେଠାରେ ଲଗ୍ନ ପଞ୍ଜିକା ପାଠ କରାଯାଇଥିଲା । ଗୋଲ୍‍-ଧନା ଓ ଚୁନରୀ ବିଧି ସମ୍ପନ୍ନ ହେବାପରେ ଅନନ୍ତ ଏବଂ ରାଧିକାଙ୍କ ପରିବାର ମଧ୍ୟରେ ଉପହାର ଆଦାନ ପ୍ରଦାନ କରାଯାଇଥିଲା ।

ସମସ୍ତ ପରମ୍ପରା ପରେ ଅମ୍ବାନି ପରିବାରର ସଦସ୍ୟମାନେ ଏକ ଭବ୍ୟ ଏବଂ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହାକୁ ଉପସ୍ଥିତ ବ୍ୟକ୍ତିବିଶେଷ ଭୂୟସୀ ପ୍ରଶଂସା କରିଥିଲେ । ଅନନ୍ତ ଏବଂ ରାଧିକା କିଛି ବର୍ଷ ହେଲା ପରସ୍ପରକୁ ଜାଣିଛନ୍ତି ।

Anant Radhika Engagement(Anant Radhika Engagement)

ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଆମେରିକାସ୍ଥିତ ବ୍ରାଉନ ୟୁନିଭରସିଟିରେ ନିଜର ପାଠପଢା ଶେଷ କରିଛନ୍ତି । ସେବେଠାରୁ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବିଭିନ୍ନ କ୍ଷମତାରେ ସଂଯୁକ୍ତ ହୋଇ ରହିଛନ୍ତି । ସେ ଜିଓ ପ୍ଲାଟଫର୍ମସ୍‍ ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ବୋର୍ଡରେ ରହିଛନ୍ତି । ସେ ବର୍ତ୍ତମାନ ରିଲାଏନ୍ସର ଶକ୍ତି ବ୍ୟବସାୟର ନେତୃତ୍ୱ ନେଉଛନ୍ତି ।

ସେହିପରି ଶୈଲା ଏବଂ ବୀରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି । ସେ ଏବେ ଏନକୋର ହେଲ୍‍ଥକେୟାର ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।

ଦେଖନ୍ତୁ ଭିଡିଓ | ଏଇଥି ପାଇଁ ୨ ବର୍ଷ ହେଲା ଦରମା ନେଉନାହାନ୍ତି ମୁକେଶ ଅମ୍ବାନୀ

Mukesh Ambani Anant Ambani
Advertisment
Advertisment