Advertisment

‘ସରକାରୀ ଚାକିରିର ପାୱାର’: ୱେଡିଂ ଷ୍ଟେଜ୍‌ରେ ସୁନ୍ଦରୀ କନ୍ୟାକୁ ଦେଖି ବର ଦିଲ୍‌ ଖୁସ୍‌, ହେଲେ କନ୍ୟା ଦୁଃଖୀ...

ଷ୍ଟେଜ୍‌ ଉପରେ ବର କନ୍ୟା ଆଡ଼କୁ ଚାହିଁ ହସୁଥିବା ବେଳେ କନ୍ୟା ଦୁଃଖୀ ଥିବା ନଜର ଆସୁଛି। ହେଲେ କନ୍ୟା ସେମିତି ଚୁପ୍‌ଚାପ୍‌ ଷ୍ଟେଜରେ ଛିଡ଼ା ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Groom Happy But Bride Serious On Wedding Stage, Video Goes Viral

Groom Happy But Bride Serious On Wedding Stage, Video Goes Viral

ସମସ୍ତେ ଚାହାନ୍ତି ସେମାନଙ୍କୁ ସେମାନଙ୍କର ମନ ପସନ୍ଦର ଜୀବନସାଥୀ ମିଳୁ। ହେଲେ କାହା ଭାଗ୍ୟରେ କିଏ ଲେଖା ଅଛି, ତାହା ପୂର୍ବରୁ ଭଗବାନ ହିଁ ସ୍ଥିର କରି ରଖିଥାନ୍ତି। ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ବର ପୁରା ଖୁସି ଥିବାବେଳେ କନ୍ୟା ଦୁଃଖୀ ଥିବା ଦେଖିବାକୁ ମିଳିଛି। ୱେଡିଂ ଷ୍ଟେଜ୍‌ରେ ସୁନ୍ଦରୀ କନ୍ୟାକୁ ଦେଖି ବର ମୁହଁରେ ହସ, କିନ୍ତୁ କନ୍ୟା ପୁରା ଚୁପ୍‌ଚାପ୍‌ ହୋଇ ଛିଡ଼ା ହୋଇଛନ୍ତି।

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ‘ଜୟମାଳା’ ସେରିମୋନି ପାଇଁ ବର ଓ କନ୍ୟା ଷ୍ଟେଜ୍‌ ଉପରେ ଛିଡ଼ା ହୋଇଛନ୍ତି। ଏହି ସମୟରେ ଅତିଥି ଓ ପରିବାର ସଦସ୍ୟ ଗୋଟିଏ ପରେ ଗୋଟିଏ ଫଟୋ କ୍ଲିକ୍‌ କରିବାରେ ଲାଗି ପଡ଼ିଛନ୍ତି। ବର କନ୍ୟା ଆଡ଼କୁ ଚାହିଁ ହସୁଥିବା ବେଳେ କନ୍ୟା ଦୁଃଖୀ ଥିବା ନଜର ଆସୁଛି। ହେଲେ କନ୍ୟା ସେମିତି ଚୁପ୍‌ଚାପ୍‌ ଷ୍ଟେଜରେ ଛିଡ଼ା ହୋଇଛନ୍ତି।’

Advertisment

ଭିଡିଓଟିକୁ couple_official_page ୟୁଜର ପୋଷ୍ଟ କରି କ୍ୟାପସନ୍‌ରେ ‘Power of government job(ସରକାରୀ ଚାକରିର ପାୱାର)’ ଦେଇଛନ୍ତି। ଅର୍ଥାତ୍‌ ଏଠାରେ କୁହାଯାଉଛି ଯେ, ପୁଅ ଯେମିତି ଦେଖା ଯାଉନା କାହିଁକି, ଯଦି ସେ ସରକାରୀ ଚାକିରି କରିଥିବେ ତା’ହେଲେ ନିଶ୍ଚିତ ଭାବେ ବାହା ହେବା ପାଇଁ ତାଙ୍କୁ ସୁନ୍ଦରୀ ଝିଅ ମିଳିବେ। ଏମିତିରେ ବି ବାପାମାଆମାନେ ଚାହାନ୍ତି ସେମାନଙ୍କ ଝିଅକୁ ଜଣେ ସରକାରୀ ଚାକିରିଆ ହାତରେ ଦେବା ପାଇଁ। 

ଭାଇରାଲ୍‌ ଭିଡିଓକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ସରକାରୀ ଚାକିରିର ଅଧିକ ପାୱାର’। ଆଉ ଜଣେ ୟୁଜର ଲେଖିଛନ୍ତି, ‘ହୁଏତ ଏହା ମେକ୍‌ଅପ୍‌ର କମାଲ’।

Viral Video Marriage
Advertisment
Advertisment