Advertisment

ଦିଲ୍ଲୀ ମହିଳା କମିଶନ ମୁଖ୍ୟଙ୍କୁ ୧୫ ମିଟର ଯାଏ କାର୍‌ରେ ଘୋଷାଡ଼ି ନେଲେ, ‘ରିଅଲିଟି ଚେକ୍’ ପାଇଁ ଯାଇଥିଲେ...

ଜଣେ ମଦ୍ୟପ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲ୍‌ଙ୍କୁ ବିଚ୍‌ ରାସ୍ତାରେ ୧୫ ମିଟର ଯାଏ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Road Accident

Delhi Women's Panel Head Says Dragged By Car

ନୂଆବର୍ଷରେ ଦିଲ୍ଲୀରେ ୨୦ ବର୍ଷୀୟ ଯୁବତୀଙ୍କୁ ଏକ କାର୍‌ ଧକ୍କା ଦେବା ସହ ୧୩ କି.ମି. ଯାଏ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେବାପରେ ତାଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହେଲେ ଯେତେବେଳେ ଖୋଦ୍‌ ଦିଲ୍ଲୀ ମହିଳା କମିଶନ ମୁଖ୍ୟଙ୍କ ସହ ଏଭଳି କିଛି ଘଟିଛି, ଏହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ମହିଳାମାନେ କିପରି ନିଜକୁ ସୁରକ୍ଷିତ ମଣିବେ, ତାହା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଗୁରୁବାର ସକାଳେ ଜଣେ ମଦ୍ୟପ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲ୍‌ଙ୍କୁ ବିଚ୍‌ ରାସ୍ତାରେ ୧୫ ମିଟର ଯାଏ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି।

Advertisment

ଅଧିକ ପଢ଼ନ୍ତୁ: ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ : ପିଚୁ ରାସ୍ତାରେ ଘୋଷାଡ଼ି ହୋଇ . . .

ଅଭିଯୋଗ ଅନୁସାରେ, ସ୍ୱାତୀ ମାଲିୱାଲ୍‌ଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲ୍‌ ନିକଟରେ ହଇରାଣ କରାଯିବା ସହ ରାସ୍ତାରେ ଘୋଷାଡ଼ି ନିଆଯାଇଥିଲା। ରାଜଧାନୀରେ ମହିଳାଙ୍କ ସୁରକ୍ଷା ଲାଗି ରିଅଲିଟି ଚେକ୍‌ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟିଥିଲା। ଏନେଇ ଖୋଦ୍‌ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଟ୍ୱିଟ୍‌ କରି ଘଟଣା ସମ୍ପର୍କରେ ଜଣାଇବା ସହ କହିଥିଲେ, ‘ଭଗବାନ ମୋତେ ବଞ୍ଚାଇ ଦେଲେ। ଯଦି ଦିଲ୍ଲୀରେ ମହିଳା କମିଶନ୍‌ର ଚେୟାରପର୍ସନ ସୁରକ୍ଷିତ ନୁହଁନ୍ତି, ତା’ହେଲେ ଭାବନ୍ତୁ ପରିସ୍ଥିତି କ’ଣ ହୋଇଥିବ’।

Advertisment

ସୂଚନାଥାଉ କି, ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୧୧ ମିନିଟ୍‌ରେ ଏମ୍ସ ହସ୍ପିଟାଲ୍‌ ନିକଟରେ ସ୍ୱାତୀ ମାଲିୱାଲ୍‌ ଥିବାବେଳେ ତାଙ୍କ ଟିମ୍‌ କିଛି ଦୂରରେ ଅପେକ୍ଷା କରିଥିଲେ। ଏହି ସମୟରେ ହରିଶ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ଦିଲ୍ଲୀ ମହିଳା କମିଶନ ମୁଖ୍ୟଙ୍କୁ ନିଜ କାର୍‌ ଭିତରକୁ ଆସିବା ପାଇଁ ବାଧ୍ୟ କରିଥିଲେ। ସେହି ସମୟରେ ବ୍ୟକ୍ତି ଜଣକ ମଦ୍ୟପାନ କରିଥିଲେ। ହେଲେ ସ୍ୱାତୀ ମାଲିୱାଲ୍‌ ମନା କରିବାରୁ ଗାଡ଼ି ନେଇ ବ୍ୟକ୍ତି ଜଣକ ପଳାଇଥିଲେ। ହେଲେ ପୁଣି ୟୁ ଟର୍ଣ୍ଣ ନେଇ ଫେରିଥିଲେ। ଏହାପରେ ଉକ୍ତ ବ୍ୟକ୍ତି ଦିଲ୍ଲୀ ମହିଳା କମିଶନଙ୍କୁ ବଳପୂର୍ବକ କାର୍‌ ଭିତରକୁ ନେବା ପାଇଁ ଚେଷ୍ଟା କରିଥିଲେ। ଗୋଟିଏ ହାତରେ ଗାଡ଼ି ଚଳାଇବା ସହ ଅନ୍ୟ ହାତରେ ସ୍ୱାତୀ ମାଲିୱାଲ୍‌ଙ୍କ ବାହୁକୁ ଧରି ୧୫ ମିଟର ଯାଏ ଟାଣି ନେଇଥିଲେ। ଭଗବାନଙ୍କ କୃପାରୁ ସ୍ୱାତୀ ମାଲିୱାଲ୍‌ ନିଜକୁ ବଞ୍ଚାଇ ନେଇଥିଲେ। ଘଟଣାରେ ପୋଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ କାର୍‌ ଜବତ କରିଛି।

Road Accident Swati Maliwal Women Safety
Advertisment
Advertisment