• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଣିଷ ଯେତେ ବ୍ୟସ୍ତ ଜୀବନ କାଟିଲେ ବି ପୋଷା ଜୀବଜନ୍ତୁଙ୍କ ସହ କିଛି ସମୟ କାଟିଲେ ବେଶ୍ ହାଲକା ଲାଗେ । ଏମିତି ଅନୁଭବ ଉଣା ଅଧିକେ ସମସ୍ତଙ୍କର ରହିଛି । ଅବଶ୍ୟ କହିବାକୁ ଗଲେ ଆଜିକାଲି ଏଇଟା ଗୋଟେ ଫ୍ୟାସନ୍‌ ହେଇଯାଇଛି ।

ବ୍ୟସ୍ତ ଜୀବନ କାଟୁଥିବା ବହୁ ନାମୀଦାମୀ ଲୋକ ବି ଆଜିକାଲି ପୋଷା ଜୀବଜନ୍ତୁଙ୍କ ମାୟାକୁ ଭୁଲି ପାରୁନାହାଁନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ(Uttar Pradesh Chief Minister Yogi Adityanath)  ମଧ୍ୟ ଏବେ ଏମିତି ମାୟାରେ ପଡ଼ିଯାଇଛନ୍ତି ।

ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଏକ ସୋଫା ଉପରେ ବସିଥିବା ବିଲେଇ ସହ ଯୋଗୀ ବେଶ୍ ମଜାଳିଆ ଢଙ୍ଗରେ କଥା ହେଉଛନ୍ତି । ବିଲେଇଟି ମଧ୍ୟ ଯୋଗୀଙ୍କ କଥା ମନଧ୍ୟାନ ଦେଇ ଶୁଣୁଛି । ଯୋଗୀ ବିଲେଇଟିକୁ ପଚାରୁଛନ୍ତି, କ’ଣ କିଛି ଖାଇବ ? ଥରେ ନୁହେଁ, ଯୋଗୀ ବିଲେଇଟିକୁ ଏକଥା ବାରମ୍ବାର ପଚାରୁଛନ୍ତି ।

ଏ କଥା ଶୁଣି ବିଲେଇଟି ଏକ ଲୟରେ ଯୋଗୀଙ୍କୁ ଚାହୁଁଛି । ଏପରିକି ହଲଚଲ୍ ବି ହେଉନି । ଏହି ଭିଡିଓ ଉପରେ କିଛି ଲୋକ ମଜାଳିଆ ଢଙ୍ଗରେ ଲେଖିଛନ୍ତି...ବିଲେଇଟି ବୋଧେ ବୁଝିଯାଇଛି ତା’ ସାମ୍ନାରେ ମୁଖ୍ୟମନ୍ତ୍ରୀ ଛିଡ଼ାହେଇଛନ୍ତି । ସେଥିପାଇଁ ସେ ଦୁଷ୍ଟାମୀ ନକରି ଚୁପ୍‌ଚାପ୍ ଛିଡ଼ାହେଇଛି । ଆଉ କିଛି ଏହି ଭିଡିଓକୁ ବେଶ୍ ମଜାଦାର୍ ବୋଲି କହିବା ସହ ୟାକୁ ଦେଖିବା ପରେ ମନ ହାଲକା ହେଇଗଲା ବୋଲି ଲେଖିଛନ୍ତି ।