/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674276859.jpg)
Narendra Modi
ସୁନାରେ ମୋଦି । ୧୫୬ ଗ୍ରାମ ସୁନାରେ ନିର୍ମାଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି। ଯାହା ଦେଖିବାକୁ ଯେତେ ଆକର୍ଷଣୀୟ, ସେତେ ମୂଲ୍ୟବାନ ମଧ୍ୟ । ଗୁଜରାଟ ସୁରତରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି । ୩ ଇଞ୍ଚ୍ ଚଉଡ଼ା, ସାଢ଼େ ୪ ଇଞ୍ଚ୍ ଲମ୍ବ ଏହି ପ୍ରତିମୂର୍ତ୍ତିକୁ ତିଆରି କରିବାକୁ ଲାଗିଛି ୩ ମାସ ସମୟ ।
Advertisment
୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଥିବା ମୋଦିଙ୍କ ଏହି ପ୍ରତିମୂର୍ତ୍ତିରେ ଅନେକ ବିଶେଷତ୍ୱ ରହିଛି । ପ୍ରତିମୂର୍ତ୍ତିଟି ଅବିକଳ ମୋଦିଙ୍କ ଭଳି ଦେଖାଯାଉଛି । ଆଖି, ନାକ, କାନ ଏମିତିକି ମୋଦିଙ୍କ ଚଷମା ଓ ଦାଢ଼ିକୁ ବି ଅବିକଳ କରିଛନ୍ତି ୧୫ଜଣ କାରିଗର । ଏହି ମୂର୍ତ୍ତିର ଦାମ ୧୧ ଲକ୍ଷ ଟଙ୍କା ରଖାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)