• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟୁ କେବଳ ସତ୍ୟ ନୁହେଁ ଚିରନ୍ତନ । ଜନ୍ମ ଅଛି ତ ମୃତ୍ୟୁ ସୁନିଶ୍ଚିତ । ହେଲେ ନିଜେ ହିଁ ନିଜ ମୃତ୍ୟୁକୁ ନିମନ୍ତ୍ରଣ ଦେବା କେତେଦୂର ଯୁକ୍ତିଯୁକ୍ତ । ଆଜିକାଲିର ଯୁବପିଢ଼ି ମୃତ୍ୟୁକୁ ଯେପରି ଖେଳନା ପରି ଭାବୁଛନ୍ତି । ଟିକିଏ କଥାରେ ଜୀବନ ଚାଲିଯିବାର ନଜିର ରହିଛି । କିଏ ପାରିବାରିକ କହଳ ପାଇଁ ତ କିଏ ପ୍ରେମରେ ଧୋକା ପାଇଁ ପୁଣି କିଏ ବ୍ଲାକମେଲିଂର ଶିକାର ହୋଇ ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନେଉଛନ୍ତି । ନିକଟରେ ଛତିଶଗଡ଼ର କୋଣ୍ଡାଗାଁରେ ଏଭଳି ଏକ ଘଟଣା ଘଟିଛି । ଜଣେ ଯୁବକ ଚଳନ୍ତା ବସ୍‌ ଆଗକୁ ଆସି ନିଜର ଜୀବନ ଦେଇ ଦେଇଛନ୍ତି । ସୁଇସାଇଡ୍‌ ଘଟଣା ବସଷ୍ଟାଣ୍ଡରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି ।

ମୃତକ ଜଣକ ହେଲେ ଇରାଗାଁ ନିବାସୀ ବିଶନାଥ ଦୁଗ୍ଗା । ଆତ୍ମହତ୍ୟା କରିବା ପାଇଁ ଚଳନ୍ତା ବସ ଆଗକୁ ଡେଇଁପଡିଥିଲେ । ଅତର୍କିତ ଭାବରେ ଏହି ଘଟଣା ଘଟିବାରୁ ଡ୍ରାଇଭର୍‌ ଗାଡ଼ି ରୋକି ପାରିନଥିଲେ । ଆଉ ତାଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା । ଆତ୍ମହତ୍ୟା ଉଦ୍ୟମ ପରେ ସେ ଗୁରୁତର ଭାବରେ ଆହତ ହୋଇଥିଲେ । ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅ‍‍‍‍‍‍‍‍ବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ବିଶନାଥ ଦୁଇ ଦିନ ପୂର୍ବରୁ କୋଣ୍ଡାଗାଁକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଆଉ ଘରକୁ ଫେରିବା ପାଇଁ ସୋମବାର ଦିନ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ହେଲେ କ’ଣ ହେଲା କେଜାଣି ରାୟପୁରରୁ ଜଗଦଲପୁର ଯାଉଥିବା ଶର୍ମା ଟ୍ରାଭେଲ୍ସ ବସ୍ ଆଗକୁ ସେ ଡେଇଁପଡିଥିଲେ । ବସ୍ ଡ୍ରାଇଭର ଜାଣିବା ମାତ୍ରେ ସେ ତୁରନ୍ତ ବ୍ରେକ୍ ଲଗାଇଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା ।

ତେବେ ବର୍ତ୍ତମାନ ଏହି ଘଟଣାକୁ ନେଇ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି । ଶବକୁ ପୋଷ୍ଟମୋଟର୍ମ ପାଇଁ ପଠାଇ ଦିଆଯାଇଛି ।