Advertisment

ଝିଅକୁ ହତ୍ୟା ପରେ, ପ୍ରେମିକ ସହ ମିଶି ଚଳନ୍ତା ଟ୍ରେନ୍‌ରୁ ମୃତଦେହ ଫିଙ୍ଗିଲେ ମହିଳା...

ମହିଳା ଜଣକ ୩ ବର୍ଷର ଝିଅକୁ ହତ୍ୟା କରିବା ପରେ ମୃତଦେହକୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦେଇଥିଲେ। ଘଟଣାର ଖୋଳତାଡ଼ ପରେ ଏଥିରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ୍‌ ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Kills Daughter, Throws Body From Moving Train

Woman Kills Daughter, Throws Body From Moving Train

ଯିଏ ଜନ୍ମ ଦେଇଥିଲା, ଦିନେ ସେ ଜୀବନ ନେଇଗଲା। ସନ୍ତାନକୁ ସୁରକ୍ଷା ଦେବା ପରିବର୍ତ୍ତେ ରାକ୍ଷସୀ ସାଜି ଝିଅର ହତ୍ୟାକାରୀ ସାଜିଲା ମା’। ପ୍ରେମିକ ସହ ମିଶି ନିଜ ଜନ୍ମ କଲା ଝିଅର ଜୀବନ ନେବାସହ ଚଳନ୍ତା ଟ୍ରେନ୍‌ରୁ ମୃତଦେହ ପିଙ୍ଗିଲେ ମହିଳା। ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲ୍ଲାରେ ଗୁରୁବାର ଏହି ଘଟଣା ଘଟିଛି। ମହିଳା ଜଣକ ୩ ବର୍ଷର ଝିଅକୁ ହତ୍ୟା କରିବା ପରେ ମୃତଦେହକୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦେଇଥିଲେ। ଘଟଣାର ଖୋଳତାଡ଼ ପରେ ଏଥିରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ୍‌ ସମ୍ପୃକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି।

Advertisment

ପୋଲିସ୍‌ ସୂଚନା ଅନୁସାରେ, ସୋମବାର ମଧ୍ୟରାତ୍ରରେ ସୁନୀତା ଝିଅ କିରଣର ଗଳା କାଟି ହତ୍ୟା କରିଥିଲା। ଏହାପରେ ପ୍ରେମିକ ସନ୍ନିର ସହାୟତାରେ ମୃତଦେହକୁ ବେଡ୍‌ଶିଟ୍‌ରେ ଗୁଡ଼ାଇ ଥିଲା ସୁନୀତା। ପରେ ଉଭୟ ଶ୍ରୀଗଙ୍ଗନଗର ରେଲ୍‌ୱେ ଷ୍ଟେସନ ଯାଇଥିଲେ। ମଙ୍ଗଳବାର ସକାଳ ୬ଟା ୧୦ରେ ସୁନୀତା ଓ ସନ୍ନି ଟ୍ରେନ୍‌ ଧରିଥିଲେ।

ଅଧିକ ପଢ଼ନ୍ତୁ: ‘ଜୋରରେ ଶବ୍ଦ ହେଲା, ଦେଖିଲା ବେଳକୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ନବଜାତକ’

Advertisment

ତେବେ ଫାତୁହି ରେଲ୍‌ୱେ ଷ୍ଟେସନ ପୂର୍ବରୁ ଟ୍ରେନ୍‌ ବ୍ରିଜ୍‌ରେ ଗଡ଼ିବା ମାତ୍ରେ ସେମାନେ ମୃତଦେହ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗିଥିଲେ। ସେମାନେ ମୃତଦେହ କେନାଲରେ ଫିଙ୍ଗିବାକୁ ଚାହୁଁଥିଲେ, ହେଲେ ଏହା ରେଲ୍‌ୱେ ଟ୍ରାକ୍‌ ନିକଟରେ ପଡ଼ି ଯାଇଥିଲା। ଫଳରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।ମଙ୍ଗଳବାର ସକାଳେ ମୃତଦେହ ଉଦ୍ଧାର ହୋଇଥିଲା। 

ସୂଚନାଥାଉ କି, ସୁନୀତାଙ୍କ ୫ ପିଲା ଥିବାବେଳେ ସନ୍ନି ଓ ୨ ଝିଅଙ୍କ ସହ ସେ ଶାସ୍ତ୍ରୀନଗରରେ ରୁହନ୍ତି। ଆଉ ୩ ପିଲା ସ୍ୱାମୀଙ୍କ ପାଖରେ ରୁହନ୍ତି। ୩ ବର୍ଷର ଝିଅର ମୃତଦେହ ଚିହ୍ନଟ ପରେ ପୋଲିସ୍‌ ସୁନୀତା ଓ ସନ୍ନିଙ୍କୁ ଖୋଜି ପଚରାଉଚରା କରିଥିଲା। ଜେରା ବେଳେ ସୁନୀତା ଅପରାଧ ସ୍ୱୀକାର କରିଥିଲା। ଏହାପରେ ଉଭୟଙ୍କୁ ଗିରଫ କରାଯାଇଥିଲା। 

Murder Murder Case
Advertisment
Advertisment