• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁସ୍ତିରେ ଡାର୍ଟି ଗେମ୍ । ରାସ୍ତାରେ ଅଲିମ୍ପିକ୍ସ ପଦକ ବିଜେତା । ଲଗାତର ୩ ଦିନ ଧରି ଦିଲ୍ଲୀ ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି ଭାରତର ଟପ୍ ରେସଲର୍ । ଦାବି ଗୋଟିଏ, ପଦରୁ ହଟନ୍ତୁ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ । ହେଲେ ଏସବୁ ଯେପରି, ବ୍ରିଜଭୂଷଣଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନି । ମହିଳା ରେସଲରଙ୍କ ସାଂଘାତିକ ଅଭିଯୋଗ ପରେ ବି ରୋକଠୋକ୍ ଜବାବ । ଛାଡ଼ିବେନି ପଦ, ହଟିବେନି ଆସନରୁ । କହିଛନ୍ତି କାହା ଦୟାରେ ନୁହେଁ, ନିଜ ସାମର୍ଥ୍ୟରେ ଅଧ୍ୟକ୍ଷ ହୋଇଛନ୍ତି ।

ଜାତୀୟ ପ୍ରତିଯୋଗିତାରେ ସେ ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଯାହାକୁ ବନ୍ଦ କରିବାକୁ ଏ ଷଡ଼ଯନ୍ତ୍ର ରଚାଯାଇଛି । କ୍ୟାମ୍ପରେ ଖେଳାଳିଙ୍କ ରହିବା ବ୍ୟବସ୍ଥା ଆୟୋଜକ କରନ୍ତି, ଫେଡରେସନ୍ ନୁହେଁ । ଯେଉଁ ମହିଳା ଖେଳାଳି ଅଭିଯୋଗ କରିଛନ୍ତି ସେ ସେହି ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ନଥିଲେ । ଏପରିକି ଯଦି, ସେ ମୁହଁ ଖୋଲନ୍ତି ତାହେଲେ ସୁନାମୀ ଆସିବ ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖିଛନ୍ତି ବ୍ରିଜ ଭୂଷଣ । ଆଉ ଏପଟେ ନିଜ ଜିଦ୍‌ରେ ଅଟଳ କୁସ୍ତି ଯୋଦ୍ଧା । ଯେତେ ଦିନ ଯାଏଁ ବିବାଦ ସମାଧାନ ହୋଇନି ଏମିତି ଧାରଣା ଜାରି ରହିବ ବୋଲି ସେମାନେ କହିଛନ୍ତି ।

ରେସଲରଙ୍କ ଧାରଣାକୁ ନେଇ ଦିନକୁ ଦିନ ଘନଉଛି ବିବାଦ ଓ ରାଜନୀତି । ଉତ୍ତରପ୍ରଦେଶ ଗୋଣ୍ଡାରୁ ସାଂସଦ ଥିବା ବ୍ରିଜ ଭୂଷଣଙ୍କୁ ନେଇ ସିଧା ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଏତେ ଦିନ ଯାଏଁ କାହିଁକି ପ୍ରଧାନମନ୍ତ୍ରୀ ଚୁପ୍ ବୋଲି ପ୍ରଶ୍ନ କରିଛି ଦଳ । ସେପଟେ ଗତକାଲି ରାତିରେ ଧାରଣାରତ ଖେଳାଳିଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ସମସ୍ତ ଅଭିଯୋଗକୁ ଶୁଣିବା ସହ ତଦନ୍ତ ହେବ ବୋଲି ଆଶ୍ୱାସନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ।

ଦିଲ୍ଲୀ ଯନ୍ତରମନ୍ତରରେ ୩ ଦିନ ହେଲା ଧାରଣାରେ ବସିଛନ୍ତି ଭିନେଶ ଫୋଗଟ୍, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆଙ୍କ ସମେତ ଅନେକ ଅନ୍ତଜାର୍ତୀୟ ଖେଳାଳି ।ଦେଶର ବିଭିନ୍ନ ଆଡ଼ୁ ଏମାନଙ୍କୁ ମିଳୁଛି ସମର୍ଥନ । ଆଜି ଅଲିମ୍ପିକ୍ସ ଆସୋସିଏସନ୍ ମୁଖ୍ୟ ପିଟି ଉଷାଙ୍କୁ ବି ଏନେଇ ଅବଗତ କରିଛନ୍ତି ଖେଳାଳି । ଅଲିମ୍ପିକ୍ସ ମେଡାଲ୍ ବିଜେତା ଭିନେଶ ଫୋଗାଟ୍ କୁସ୍ତି ଫେଡରେସନ୍ ସଭାପତି ଓ କୋଚ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଟୋକିଓ ଅଲିମ୍ପିକ୍ସ ପରେ ତାଙ୍କ ସହ ଅକଥନୀୟ ମାନସିକ ନିର୍ଯାତନା ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା କି ସେ ଆତ୍ମହତ୍ୟା କରିବାକୁ ବି ଚିନ୍ତା କରିଥିଲେ । ଏହି ଗୋଟିଏ ଘଟଣା ନୁହେଁ, ନ୍ୟାସନାଲ କ୍ୟାମ୍ପରେ, କୋଚ୍ ମହିଳା ଖେଳାଳିଙ୍କ ସହ ଯୌନ ନିର୍ଯାତନା ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ବି ହୋଇଛି ।