/odishatv-khabar/media/post_attachments/uploadimage/library/16_9/16_9_0/murder_1674194167.jpg)
murder
ପବିତ୍ର ସମ୍ପର୍କରେ କଳଙ୍କ ବୋଳିଦେଲା ପିଶାଚ । ନିଜ ଭାଇବୋହୂ ଉପରେ ଲୋଲୁପ ଦୃଷ୍ଟି ପକାଇ, ସେଥିରେ ସଫଳ ହୋଇ ନପାରିବାରୁ ଜୀବନ ନେଇଗଲା ଦେଢ଼ଶୂର । ଛତିଶଗଡର ବିଲାସପୁରରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି । ଏଠାରେ ଜଣେ ୭ମାସର ଗର୍ଭବତୀ ଭାଇବୋହୂ ସହ ଦୁଷ୍କର୍ମ କରିଛି ଜଣେ ଦେଢ଼ଶୂର । ହେଲେ ଏହି ଘୃଣ୍ୟ କାର୍ଯ୍ୟରେ ସଫଳ ନହେବା ପରେ ଭାଇବୋହୂକୁ ଗଳା ଦବାଇ ହତ୍ୟା କରିଛି ଅଭିଯୁକ୍ତ ।
ତେବେ ଘରେ ଗର୍ଭବତୀ ମହିଳାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ: ଦୃଶ୍ୟମ୍ ଷ୍ଟାଇଲରେ ମର୍ଡର ପ୍ଲଟ୍: ସ୍ୱାମୀକୁ ହତ୍ୟା କରି ପୋତିଲା, ତା’ଉପରେ ପାଇଖାନା ଟାଙ୍କି ତିଆରି କଲା
ମୃତ ମହିଳାଙ୍କ ସ୍ୱାମୀ ପିଟର ସିଂଙ୍କ ପୋଲିସକୁ କହିଛନ୍ତି, ଘଟଣା ଘଟିବା ବେଳେ ସେ ଘରେ ନଥିଲେ । ଦିନେ ପୂର୍ବରୁ କାମ ପାଇଁ ତାଙ୍କୁ ନାଗପୁର ଯିବାକୁ ପଡ଼ିଥିଲା । ମହିଳାଙ୍କ ଶରୀରରେ ଅନେକ କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ମୃତକଙ୍କ ସହିତ ଜବରଦସ୍ତି କରାଯାଇଛି ।
ଏହି ଘଟଣାକୁ ନେଇ ପଡୋଶୀ ତଥା ମୃତକଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି ପୋଲିସ୍ । ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ୍ର ହସ୍ତଗତ ହୋଇଛି । ତେବେ ସନ୍ଦେହ ହେବାରୁ ମୃତକଙ୍କ ଦେଢ଼ଶୂର ପ୍ରକାଶ ସିଂଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଥିଲା । ଆଉ ସେଠାରେ ନିଜ ଅପରାଧ ସ୍ୱୀକାର କରିଛି ଅଭିଯୁକ୍ତ ।
ଭାଇବୋହୂ ଘରେ ଏକୁଟିଆ ଥିବାବେଳେ ସେ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ଏଥିରେ ସେ ସଫଳ ହୋଇପାରିଲା ନାହିଁ । ତେବେ ଏହି ଘଟଣା ବାହାରେ ପ୍ରଘଟ ହୋଇଯିବା ଭୟରେ ବୋହୂକୁ ଗଳା ଚିପି ଘଟଣାସ୍ଥଳରୁ ଫେରାର ମାରିଥିଲା ।
ତେବେ ଏହି ଘଟଣା ପରେ ମୃତକଙ୍କ ସ୍ୱାମୀ ପିଟର କହିଛନ୍ତି, ଆଉ କିଛି ଦିନ ପରେ ମୁଁ ବାପା ହୋଇଥାଆନ୍ତି । ମୋର ଘର ଖୁସିରେ ପୂରି ଉଠିଥାଆନ୍ତା । ହେଲେ ମୋ ଭାଇ ଏପରି ଘୃଣିତ କାର୍ଯ୍ୟ କରିବ ବୋଲି ମୁଁ କେବେ ଚିନ୍ତା ବି କରିନଥିଲି । ତାଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)