ମହିଳା ବିଚାରପତିଙ୍କ ଆବେଗପୂର୍ଣ୍ଣ ଇଚ୍ଛାମୃତ୍ୟୁ ଚିଠି । ଜଣେ ଜଜଙ୍କ ବିରୋଧରେ ଆଣିଛନ୍ତି ଯୌନ ଉତ୍ପୀଡ଼ନ ଅଭିଯୋଗ । ଅଭିଯୋଗ ସତ୍ତ୍ୱେ ନ୍ୟାୟ ନପାଇବାରୁ ମହିଳା ବିଚାରପତିଙ୍କ ନିରାଶା ଏବେ ଚର୍ଚ୍ଚାର ବିଷୟ ।
ବିହାର ପାଟନାର ଦାନାପୁର ସବ୍-ଡିଭିଜନ୍ କୋର୍ଟ ପରିସରରେ ଏହି ଗୁଳିକାଣ୍ତ ଘଟିଛି । ବିଚାରଧିନ କଏଦୀ ଅଭିଷେକ କୁମାର ଓରଫ୍ ଛୋଟେ ସରକାରକୁ ଗୁଳି କରି ହତ୍ୟା କରାଯାଇଛି ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସାମସଙ୍ଗ ମୋବାଇଲ୍ ଫୋନ୍ର ଆଣ୍ଡ୍ରଏଡ୍ ସଂସ୍କରଣ ୧୧, ୧୨, ୧୩ ଏବଂ ୧୪ ରେ ଏମିତି ଅନେକ କିଛି ଟେକ୍ନୋଲୋଜି ରହିଛି ବା ଦୁର୍ବଳତା ରହିଛି, ଯାହା ହ୍ୟାକର୍ସମାନଙ୍କୁ ସୁହାଉଛି ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ ଶର୍ମା । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୀୟା କୁମାରୀ ଓ ପ୍ରେମଚନ୍ଦ୍ର ବୈରୱା । ଭଜନଲାଲ ସାଙ୍ଗନୌର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
ଭଜନଲାଲ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି ।
ଭାରତୀୟମାନେ ଖାଦ୍ୟ ପ୍ରେମୀ । ଚଟପଟା ଓ ମସାଲାଦାର ଖାଦ୍ୟ ଭାରତୀୟମାନଙ୍କର ବେଶି ପସନ୍ଦ । ଯୁଗ ସହ ତାଳ ଦେଇ ବର୍ତ୍ତମାନ ଅନଲାଇନରେ ମଧ୍ୟ ଖାଦ୍ୟ ଡେଲିଭରୀ ହେଲାଣି ।
ସମଗ୍ର ଦେଶର ସାମ୍ବାଦିକଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ।
ସଂସଦର ଅଧିବେଶନ ଚାଲୁଥିବାରୁ ଶନିବାର କିମ୍ବା ରବିବାର ଏହି ସିନ୍ ରିକ୍ରିଏସନ୍ କରାଯାଇପାରେ ବୋଲି ସୂଚନା ମିଳିଛି ।
‘ମୋତେ ପୂରା ଅଦାଲତରେ ଅପମାନିତ କରାଗଲା, ଗାଳି ଦିଆଗଲା । ଚାକିରିରେ ଯୋଗଦେବାର କମ୍ ସମୟ ମଧ୍ୟରେ ମୋତେ ଯୌନ ନିର୍ଯାତନାର ଶିକାର ହେବାକୁ ପଡ଼ିଲା । ସର୍ବସମ୍ମୁଖରେ ଗାଳି ଶୁଣିଛି ।’
ସଂସଦ ଭବନ ଭିତରେ ପଶି ଏମିତି ଆତଙ୍କ ସୃଷ୍ଟି କରିବା ପାଇଁ ପ୍ରାୟ ଅଠର ମାସ ତଳୁ ଯୋଜନା କରିଥିଲା ଲଲିତ । ତେବେ କିଏ ଏହି ଲଳିତ ଝା .. ତା ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି ।
ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ରାଜସ୍ଥାନରେ ଲାଗୁ ହୋଇଛି ମଧ୍ୟପ୍ରଦେଶ ଫର୍ମୁଲା । ଅର୍ଥାତ୍ ଦୁଇ ଜଣ ହେବେ ଉପମୁଖ୍ୟମନ୍ତ୍ରୀ ।
ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।
ବୁଧବାର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ବଡ଼ ସୁରକ୍ଷା ବିଭ୍ରାଟ ପଛର ରହସ୍ୟ ଭେଦିବାକୁ ଚାଲିଛି ଚେଷ୍ଟା। ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି ଦିଲ୍ଲୀ ପୋଲିସ୍ ଓ ଗୃହ ମନ୍ତ୍ରାଳୟର ହାଇଲେବଲ୍ ତଦନ୍ତ କମିଟି। ଗିରଫ ଅଭିଯୁକ୍ତଙ୍କୁ ପାତିଆଲା ହାଉସ୍ କୋର୍ଟରେ ହାଜର କରି ୪ଜଣଙ୍କୁ ୭ଦିନିଆ ରିମାଣ୍ଡରେ ନେଇଛି....
ଗତକାଲି ଲୋକସଭାରେ ଦୁଇ ଯୁବକଙ୍କ ଆତଙ୍କ ସୃଷ୍ଟିକାରୀ ଆଚରଣ ପରେ ଆଜି ସିଧା ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣାରେ ଗୃହମନ୍ତ୍ରୀଙ୍କ ବୟାନ ସାଙ୍ଗକୁ ଇସ୍ତଫା ଓ ଅଭିଯୁକ୍ତ ସାଗର ଶର୍ମାକୁ ଭିଜିଟର୍ସ ପାସ୍ ପ୍ରଦାନ କରିଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି।
ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ସାଂସଦ ମଧ୍ୟରୁ କଂଗ୍ରେସର ୯ ଜଣ, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣ ସାଂସଦ ଅଛନ୍ତି। ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ବି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼ ।
ମାସିକ ଋତୁସ୍ରାବ ପାଇଁ ଛୁଟିର ଆବଶ୍ୟକତା ନାହିଁ । ଏହା ପାଇଁ କୌଣସି ଦରମା ସହ ଛୁଟିର ଆବଶ୍ୟକତା ନାହିଁ । ଏହା ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା । ଏପରି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।
ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଜି ବିରୋଧୀଙ୍କ ପ୍ରବଳ ହୋହାଲ୍ଲା, ହଟ୍ଟଗୋଳ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ଟିଏମସି ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନ୍ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି ।
୧.୦୪ କ୍ୟାରେଟ୍ ହୀରାରେ ଖଚିତ ବ୍ୟାଟ୍ । ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ସୁରଟ ବ୍ୟବସାୟୀ ତଥା କୋହଲିଙ୍କ ପ୍ରଶଂସକ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟରେ ଲାଗିଥିବା ହୀରାଗୁଡ଼ିକ ପ୍ରାକୃତିକ ।
ମନ୍ତ୍ର ଭଗବାନଙ୍କ ପ୍ରତି ଆରାଧନା ହୋଇଥିବା ବେଳେ, ତନ୍ତ୍ର ସାଧାରଣତଃ ତାମସିକ ହୋଇଥାଏ । ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଏହି ଅନ୍ଧ ବିଶ୍ବାସରୁ ବାହାରି ପାରୁନି ଆଧୁନିକ ମଣିଷ । ଆଜି ବି ତନ୍ତ୍ରର ପ୍ରଭାବ ସମାଜ ଉପରେ ଦେଖିବାକୁ ମିଳେ । ଆଉ ଏହାର ସଦ୍ୟତମ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ।
ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି ।
ବୋମା ତିଆରି କରୁଥିବା ଛାତ୍ର ଜଣକ ହେଉଛନ୍ତି ଆଲ୍ହାବାଦ ବିଶ୍ୱବିଦ୍ୟାୟରେ ଏମ୍ଏ ପାଠ ପଢ଼ୁଥିବା ପ୍ରଭାତ ଯାଦବ । ସେ ପିସି ବାନାର୍ଜୀ ହଷ୍ଟେଲ୍ରେ ରହୁଥିଲେ । ସେଇଠାରେ ହିଁ ଏହି ବୋମା ବିସ୍ଫୋରଣ ହୋଇଛି ।
ସଂସଦ ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ପରାମର୍ଶ ଦେବ କମିଟି...ଜଣେ ମହିଳା ସହ ୫ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍...
ଆଜିର ଘଟଣା ପରେ ଚର୍ଚ୍ଚାକୁ ଆସିଛି ଭିଜିଟର୍ସ ପାସ୍ ପ୍ରସଙ୍ଗ। କାରଣ ସାଂସଦଙ୍କ ଭିଜିଟର୍ସ ପାସ୍ ଜରିଆରେ ଯୁବକମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ତେବେ ଏହି ଭିଜିଟର୍ସ ପାସ୍ କ’ଣ ଓ ଏହା କିପରି ଦିଆଯାଇଥାଏ।
ମୁଖ୍ୟମନ୍ତ୍ରୀ ରେବନ୍ଥ କୌଣସି ବଡ଼ ରାଜନୖତିକ କିକବ୍ୟାକ୍ ଥିବା ବ୍ୟକ୍ତିତ୍ୱ ନୁହଁନ୍ତି। ବରଂ ସେ ଜଣେ ସାଧାରଣ ଚାଷୀ ଘରର ପିଲା। ଯାହାଙ୍କ ଯାତ୍ରା ଜଣେ ସାଧାରଣ ପେଣ୍ଟରରୁ ଆରମ୍ଭ ହୋଇ ମୁଖ୍ୟମନ୍ତ୍ରୀ ଚଉକି ପର୍ଯ୍ୟନ୍ତ ଗଲାଣି।
ଆଜି ଲୋକସଭା ଭିତରେ ପଶି ଦୁଇ ଯୁବକ ଖେଳାଇଥିଲେ ଆତଙ୍କ । ସ୍ମୋକ୍ ସ୍ପ୍ରେ କରି ସୃଷ୍ଟି କରିଥିଲେ ଭୟର ବାତାବରଣ। ସେମାନଙ୍କ ସହ ବାହାରେ ହଙ୍ଗାମା କରୁଥିବା ଦୁଇଜଣଙ୍କୁ କାବୁ କରି ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସ୍।