Advertisment

ବ୍ରିଜ ପାଇଁ ଖୋଳା ଚାଲିଥିଲା ନଦୀ...ହଠାତ ଉଭା ହେଲେ ରାମଲାଲା

ଐତିହାସିକ ପଦ୍ମଜା ଦେଶାଇ ଏହି ପ୍ରତିମୂର୍ତ୍ତି ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକାଦଶ ଶତାବ୍ଦୀର। କଲ୍ୟାଣ ଚାଲୁକ୍ୟ ରାଜବଂଶର ଶାସନ କାଳରେ ଏହା ନିର୍ମିତ ହୋଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Ancient Vishnu Idol Similar To Ram Lalla Shivling Found In Karnataka River

Ancient Vishnu idol similar to Ram Lalla

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି। ଭବ୍ୟ ମନ୍ଦିରରେ ପୂଜା ପାଉଛନ୍ତି ବାଳକ ରାମ। ତେବେ ରାମଲାଲାଙ୍କ ମୂର୍ତ୍ତି ଭଳି ଅବିକଳ ଏକ ମୂର୍ତ୍ତି ମିଳିଛି କର୍ଣ୍ଣାଟକ ରାଇଚୁର ଜିଲ୍ଲା କୃଷ୍ଣାନଦୀରୁ। ଏଥିସହ ଏକ ଶିବଲିଙ୍ଗ ମଧ୍ୟ ମିଳିଛି। ନଦୀଗର୍ଭରୁ ଉଦ୍ଧାର ହୋଇଥିବା ମୂର୍ତ୍ତିଟି ବିଷ୍ଣୁଙ୍କ ଦଶାବତାର ପ୍ରତିମୂର୍ତ୍ତି ବୋଲି ଜଣାପଡିଛି । ତେବେ ଏହି ମୂର୍ତ୍ତିଟି ଖୁବ ପ୍ରାଚୀନ ହୋଇଥିବା ବେଳେ ଏହାକୁ ଇସଲାମିକ ଆକ୍ରମଣକାରୀଙ୍କଠାରୁ ରକ୍ଷା କରିବା ପାଇଁ ନଦୀ ଶଯ୍ୟାରେ ରଖାଯାଇଥିବା ଅନୁମାନ କରାଯାଉଛି।

Advertisment

ସୂଚନାନୁସାରେ, କର୍ଣ୍ଣାଟକର ରାଇଚୁର ଜିଲ୍ଲାର ଶକ୍ତି ନଗର ନିକଟରେ କୃଷ୍ଣା ନଦୀ ଉପରେ ଏକ ସେତୁ ନିର୍ମାଣ କରାଯାଉଛି। ଏଠାରେ ସେତୁ ନିର୍ମାଣ ସମୟରେ ନଦୀ ଶଯ୍ୟାରୁ ଭଗବାନ ବିଷ୍ଣୁ ଏବଂ ଶିବଲିଙ୍ଗ ମିଳିଛି। ମିଳିଥିବା ବିଷ୍ଣୁ ମୂର୍ତ୍ତି ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି ଭଳି ଦେଖାଯାଉଛି। ମିଳିଥିବା ମୂର୍ତ୍ତିର ଚାରିପାଖରେ ଦଶାବତାର ଚିତ୍ର ଖୋଦିତ ହୋଇଛି ଯାହାକି ଅବିକଳ ସେହି ପ୍ରତିମୂର୍ତ୍ତି ଭଳି।

ଐତିହାସିକ ପଦ୍ମଜା ଦେଶାଇ ଏହି ପ୍ରତିମୂର୍ତ୍ତି ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକାଦଶ ଶତାବ୍ଦୀର। କଲ୍ୟାଣ ଚାଲୁକ୍ୟ ରାଜବଂଶର ଶାସନ କାଳରେ ଏହା ନିର୍ମିତ ହୋଇଥିଲା। ଦେଶାଇ କହିଛନ୍ତି ଯେ ମୂର୍ତ୍ତି ଚାରିପଟେ ବିଷ୍ଣୁଙ୍କ ଦଶାବତାର- ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀଙ୍କ ଅବତାର ଖୋଦେଇ ହୋଇଛି। ପ୍ରତିମୂର୍ତ୍ତିରେ ବିଷ୍ଣୁଙ୍କର ଚାରିଟି ବାହୁ ଅଛି, ଉପର ଦୁଇ ହାତରେ ଶଙ୍ଖ ଏବଂ ଚକ୍ର ଥିବାବେଳେ ତଳ ହାତରେ ଆଶୀର୍ବାଦ ଦେବା ଭଳି ମୁଦ୍ରା ରହିଛି। ଏହି ମୂର୍ତ୍ତି ଭେଙ୍କଟେଶ୍ୱରଙ୍କ ସହିତ କିଛିଟା ମେଳ ଖାଉଛି ମାତ୍ର ଏଥିରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଛି।

Advertisment

ଦେଶାଇ କହିଛନ୍ତି ଯେ ଏହି ପ୍ରତିମା ନିଶ୍ଚିତ ଭାବରେ ଗର୍ଭଗୃହରେ ସ୍ଥାପନ ହୋଇଥିଲା। ତେବେ ଆକ୍ରମଣକାରୀଙ୍କ ଠାରୁ ରକ୍ଷା କରିବା ପାଇଁ ଏହାକୁ ନଦୀ ଶଯ୍ୟାରେ ରଖାଯାଇଥାଇପାରେ। ଇସଲାମିକ ବାହମାନୀ ସୁଲତାନ ଏବଂ ଆଦିଲଶାହୀ ସୁଲତାନଙ୍କଠାରୁ ରକ୍ଷା କରିବା ପାଇଁ ନଦୀ କୂଳରେ ପୋତା ଯାଇଥିଲା। ଏହି ମୂର୍ତ୍ତି ଓ ଶିବଲିଙ୍ଗଙ୍କୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ ବା ASIକୁ ହସ୍ତାନ୍ତର କରାଯାଇଛି।

Ancient Shivling Vishnu Idol
Advertisment
Advertisment