• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲେମ୍ବୁର ଦାମ ଦେଢ଼ ଲକ୍ଷ ଟଙ୍କା ! ଆପଣ ବିଶ୍ୱାସ କରି ପାରୁଛନ୍ତି କି ... ସାମାନ୍ୟ ଗୋଟିଏ ଲେମ୍ବୁର ଦାମ ଦେଢ଼ ଲକ୍ଷ ଟଙ୍କା । ହଁ ଆଜ୍ଞା, ଗୋଟିଏ ଲେମ୍ବୁ ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।

୨ ଇଞ୍ଚ ଚଉଡ଼ାର ଲେମ୍ବୁ, ରଙ୍ଗ ବାଦାମୀ । ସାଧାରଣ ଦିଶୁଥିବା ଲେମ୍ବୁର ବୟସ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ୨୮୫ ବର୍ଷର ପୁରୁଣା ଲେମ୍ବୁ । କୁହାଯାଉଛି ଯେ, ଲେମ୍ବୁଟି ୧୭୩୯ ମସିହାର । ଏହି ଲେମ୍ବୁକୁ ବିକ୍ରି କରିବା ପାଇଁ ନିଲାମ ଡକାଯାଇଥିଲା, ଯେଉଁଥିରେ ଏହା ପ୍ରାୟ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।

ଉକ୍ତ ଲେମ୍ବୁ ଉପରେ ଏକ ମେସେଜ ଲେଖା ଯାଇଛି । ଏଥିରେ କୁହାଯାଇଛି ଯେ, ଲେମ୍ବୁଟି ପି.ଲୁ. ଫ୍ରାଞ୍ଚିଙ୍କ ଦ୍ୱାରା ୪ ନଭେମ୍ବର ୧୭୩୯ ରେ ମିସ୍ ଇ. ବକ୍ସରଙ୍କୁ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ: ଜାଣିଛନ୍ତି କି ? ଦୁନିଆର ସବୁଠୁ ମହଙ୍ଗା ଆମ୍ବ, ଗୋଟାକୁ ୧୯ହଜାର ଟଙ୍କା

ଅନ୍ୟପଟେ ଲେମ୍ବୁଟି ରଖା ଯାଇଥିବା ବାକ୍ସକୁ ବିକ୍ରି କରିବା ପାଇଁ ନିଲାମ ଡାକିବାକୁ ଯୋଜନା କରିଥିଲେ ଏହାର ମାଲିକ । ବାକ୍ସର ଫଟୋ ଉଠାଇବାକୁ ଗଲା ବେଳେ ଜଣେ ବ୍ୟକ୍ତି ଏହି ଲେମ୍ବୁକୁ ଦେଖିଥିଲେ । ପରେ ଲେମ୍ବୁର ନିଲାମ ଡକାଗଲା । ଆଶ୍ଟର୍ଯ୍ୟକ୍ରମେ ଉକ୍ତ ଲେମ୍ବୁଟି ୧୭୮୯ ଡଲାରରେ ବିକ୍ରି ହେଲା । ଅନ୍ୟପଟେ, ଉକ୍ତ ବକ୍ସଟି ମାତ୍ର ୪୦ ଡଲାରରେ ବିକ୍ରି ହୋଇଥିଲା ।

ଅତୀତରେ ମଧ୍ୟ ଅନେକ ବସ୍ତୁ ଏହିପରି ଉଚ୍ଚ ମୂଲ୍ୟରେ ବିକ୍ରି ହୋଇଛି । ଗତ ୨୦୧୫ ରେ ଏକ ବ୍ଲୁ ମୁନ ଡାଇମଣ୍ତ ୪୮.୫ ମିଲିୟନ ଡଲାରରେ ବିକ୍ରି ହୋଇଥିଲା । ସେହିପରି ୧୯୯୪ ରେ ବିଲ ଗେଟସ, ଲିଓନାର୍ଡୋ ଦା ଭିନ୍ସିଙ୍କର ଏକ ନୋଟବୁକକୁ ପ୍ରାୟ ୩୦.୮ ମିଲିୟନ ଡଲାରରେ କିଣିଥିଲେ ।

୨୦୧୮ରେ ୧୯୬୨ର ଏକ ଫରାରୀ କାର ବିକ୍ରି ହୋଇଥିଲା, ଯାହାର ଦାମ ଥିଲା ୪୮.୯ ମିଲିୟନ ଡଲାର ।