ଚାକିରି ଯିବା ଭୟରେ କଲେ ଆତ୍ମହତ୍ୟା । ପେଟିଏମକୁ ନେଇ ଲାଗି ରହିଥିବା ବିବାଦ, ଜଣେ କର୍ମଚାରୀଙ୍କର ଜୀବନ ନେଇଛି ।
ଅନଲାଇନ୍ ପେମେଣ୍ଟ ସର୍ଭିସ୍ ସଂସ୍ଥା ପେଟିଏମକୁ RBI ଝଟକା ପ୍ରସଙ୍ଗ । ବହୁ ବାଦବିବାଦ ପରେ କଂପାନୀର ଅଧ୍ୟକ୍ଷ ପଦ ଛାଡ଼ିଲେ ଏହାର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ।
ଯଦି ଆପଣଙ୍କ ଟଙ୍କା ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କରେ ରହିଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ।
ଅଡୁଆରେ ପେଟିଏମ୍, ଚିନ୍ତାରେ ଜନସାଧାରଣ । କେବେ ପର୍ଯ୍ୟନ୍ତ କାମ କରିବ ପେଟିଏମ୍ ଫାସ୍ଟ୍ୟାଗ୍ ? କେମିତି ବନ୍ଦ କରିବେ ? ଜାଣନ୍ତୁ...
ଚିନ୍ତାରେ ବ୍ୟବସାୟୀ...ଚିନ୍ତାରେ ଲୋକେ...କଣ କରିବେ ଓ କରିବେ ନାହିଁ ଚିନ୍ତାରେ ପକାଇଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ । ୨୦୧୭ରୁ ୫ଥର କାର୍ଯ୍ୟାନୁଷ୍ଠାନ ନେଲାଣି RBI...
ଗତ ବର୍ଷ ଡିସେମ୍ବରରେ, ପିପିବିଏଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ବ୍ୟାଙ୍କଗୁଡିକ ମଧ୍ୟରେ ଶୀର୍ଷ UPI ହିତାଧିକାରୀ ମାନ୍ୟତା ପାଇଥିଲା ପେଟିଏମ୍ । ଗତବର୍ଷ ୨୮୩.୫ କୋଟି ଟଙ୍କାର କାରବାର ହୋଇଥିଲା।
ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ୍ ଉପରେ ବ୍ୟାନ୍ ଲଗାଇବାର ମୁଖ୍ୟ କାରଣ ହେଉଛି ସଠିକ୍ ପରିଚୟ ବିନା ସୃଷ୍ଟି ହୋଇଥିବା କୋଟି କୋଟି ଆକାଉଣ୍ଟ ।
ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍ରେ ନେଣଦେଣ ହୋଇପାରିବନି ବୋଲି ସ୍ପଷ୍ଟ କହିଛି RBI । ତେବେ ପେଟିଏମ୍ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରିଛି ।
ଯଦି ଆପଣ UPI ଜରିଆରେ କୌଣସି ବ୍ୟକ୍ତିଙ୍କ ନିକଟକୁ ଟଙ୍କା ପଠାଇଛନ୍ତି ଆଉ ତାହା ଭୁଲ ଲୋକଙ୍କ ନିକଟକୁ ଚାଲିଯାଇଛି, ତେବେ ଆପଣ ଆପଣଙ୍କ ଟଙ୍କା ପୁଣି ଫେରିପାଇବେ ?
ଆପଣ ଜାଣିଛନ୍ତି କି, ୟୁପିଆଇ ପେମେଣ୍ଟର ବି କିଛି କଡ଼ା ନିୟମ ରହିଛି । ଟଙ୍କା ପଠାଇବାରେ ଏକ ସୀମା ବା ଲିମିଟେସନ୍ ରହିଛି ।
ଆଜିକାଲି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ଅତି ସହଜ ହୋଇଗଲାଣି। ଡିଜିଟାଲାଇଜେସନ୍ ଯୋଗୁ ଏପରି ସରଳୀକରଣ ହୋଇପାରିଛି। ଯଦି ଆପଣ UPI ଆପ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ।
ଖୁବ୍ଶୀଘ୍ର ଗୁଗଲ୍ ପେ’, ଫୋନ୍ ପେ’, ପେଟିଏମ୍ ଓ ଅନ୍ୟ ୟୁପିଆଇ ପେମେଣ୍ଟ୍ ଆପ୍(UPI payment)ରେ ଟ୍ରାଞ୍ଜାକ୍ସନ ଲିମିଟ୍ ଲାଗୁ ହେବାକୁ ଯାଉଛି।
ଡିଜିଟାଲ୍ ପେମେଣ୍ଟ କମ୍ପାନୀ ପେଟିଏମ୍(Paytm) ୟୁଜର୍ସଙ୍କୁ ବଡ଼ ଝଟ୍କା ଦେଇଛି। ଯଦି ଆପଣ ପେଟିଏମ୍ ମାଧ୍ୟମରେ କୌଣସି ମୋବାଇଲ୍ ରିଚାର୍ଜ କରୁଛନ୍ତି, ତା’ହେଲେ ଆପଣଙ୍କୁ ସର୍ଚାର୍ଜ ଦେବାକୁ ପଡ଼ିବ।