/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707207981.jpg)
Varun Kumar
ହକି ଖେଳାଳି ବରୁଣ କୁମାରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ବେଙ୍ଗାଲୁରୁର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଅଣିଛନ୍ତି । ପୋଲିସ ତରଫରୁ ଏନେଇ ସୂଚନା ମିଳିଛି । ଜଣେ ୨୨ ବର୍ଷୀୟ ମହିଳା ବରୁଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ବରୁଣ ତାଙ୍କୁ ବହୁ ବାର ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।
ଗତ ୨୦୧୯ ରେ ଉକ୍ତ ମହିଳା ଜଣକ ସୋସିଆଲ ମିଡ଼ିଆ ଆପ ଇନଷ୍ଟାଗ୍ରାମ ଜରିଆରେ ବରୁଣଙ୍କୁ ଭେଟିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହର ପ୍ରତିଶ୍ରୁତି ଦେଇ ବରୁଣ ଉକ୍ତ ମହିଳାଙ୍କୁ ବହୁବାର ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।
କୋଚିଂ ନେବା ପାଇଁ ମହିଳା ବେଙ୍ଗାଲୁରୁ ସ୍ଥିତ ସାଇ ଷ୍ଟାଡିୟମ ଯାଉଥିଲେ । ଏହି ସମୟରୁ ବରୁଣ ତାଙ୍କୁ ଦୁଷ୍କର୍ମ କରି ଆସୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏନେଇ ବରୁଣଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଛି ପୋଲିସ । ବରୁଣଙ୍କର ଜନ୍ମ ହିମାଚଳ ପ୍ରଦେଶରେ ହୋଇଥିବା ବେଳେ ବର୍ତ୍ତମାନ ସେ ପଞ୍ଜାବର ଜଲନ୍ଧରରେ ରହୁଛନ୍ତି ।
ବର୍ତ୍ତମାନ ବରୁଣ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଅଭିଯାନ ଚଲାଇଥିବା ଜଣା ପଡ଼ିଛି । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ହିମାଚଳ ପ୍ରଦେଶ ସରକାର ବରୁଣଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରିଥିଲେ । ଗତ ଅଲିମ୍ପିକ୍ସରେ ମଧ୍ୟ ବରୁଣ ଭାରତୀୟ ଦଳ ତରଫରୁ ଭଲ ପ୍ରଦର୍ଶନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)