• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଳିଆ ଆବର୍ଜନାରେ ଫାଟିପଡ଼ୁଥିଲା ପରିବେଶ । ପୂରା ଅଞ୍ଚଳ ହେଉଥିଲା ଦୁର୍ଗନ୍ଧମୟ । ପରିଷ୍କାର କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କଲେ ବି ଶୁଣୁନଥିଲେ କେହି । ଆଉ ଏହାକୁ ନେଇ ଭିନ୍ନ ତରିକାରେ ପ୍ରତିବାଦ ଜଣାଇଛନ୍ତି ଜଣେ ଦମ୍ପତି । ନିଜ ବିବାହବାର୍ଷିକୀକୁ ପାଳନ କରିଛନ୍ତି କିଛି ଅଲଗା ତରିକାରେ । ଯାହାକୁ ଜାଣିଲେ ନିଶ୍ଚୟ ଆପଣ ଚକିତ ହୋଇଯିବେ । ଆଉ ଦମ୍ପତିଙ୍କ ଏପରି ପ୍ରୟାସକୁ କିଛି ଅଲଗା ଦୃଷ୍ଟିରେ ଦେଖିବେ...

ଆଗ୍ରା ଅଞ୍ଚଳର ବାସିନ୍ଦା ହେଉଛନ୍ତି ଭଗବାନ ଶର୍ମା ଏବଂ ଉଷା ଦେବୀ । ଯିଏକି ୧୬ ବର୍ଷ ପୂର୍ବେ ବିବାହ କରିଥିଲେ । ଆଉ ଏବେ ନିଜର ୧୭ତମ ବିବାହ ବାର୍ଷିକୀକୁ କିଛି ଅଲଗା ରୂପରେ ପାଳିଛନ୍ତି । ଡ୍ରେନ୍‌ର ପାଣି ଭିତରେ ଦୁହେଁ ଛିଡ଼ା ହୋଇ ଉଭୟ ଉଭୟଙ୍କ ଗଳାରେ ଫୁଲମାଳ ପିନ୍ଧାଇ ବିବାହ ବାର୍ଷିକୀ ମନାଇଛନ୍ତି । ଆଉ ଏ ସବୁ ସମସ୍ତ ସହରବାସୀଙ୍କ ସମ୍ମୁଖରେ କରାଯାଇଛି ।

ବିଶେଷକରି ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଏପରି କରିଛନ୍ତି ଉଭୟ । ସହର ଭିତରେ ୧୫ବର୍ଷ ଧରି ଜମି ରହୁଛି ମଇଳା ପାଣି । ଡ୍ରେନ୍‌ ସଫା କରିବାକୁ ବାରମ୍ବାର ଏଠିକାର ବାସିନ୍ଦା ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରିଆସୁଛନ୍ତି । ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । ତେଣୁ ଦୀର୍ଘ ଦିନର ସମସ୍ୟାରୁ ମୁକୁଳିବା ପାଇଁ ଦମ୍ପତି ଏପରି ଅଭିନବ ଉପାୟ ଆପଣାଇଥିବା ଜଣାପଡ଼ିଛି ।

ଖାଲି ସେତିକି ନୁହେଁ, ସେହି ପରିବେଶର ଫଟୋ ଉଠାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଉଭୟ ଦମ୍ପତି । ଘଟଣାକୁ ନେଇ ଅଞ୍ଚଳବାସୀ ପ୍ରତିକ୍ରିୟା ରଖିଛନ୍ତି, ସେମାନେ କହିଛନ୍ତି ଯେ, ଏହି ସମସ୍ୟାର ସମାଧାନ ନହେବା ଯାଏ ଏପରି ପ୍ରତିବାଦ ଜାରି ରହିବ । ଏହି ଅପରିଷ୍କାର ପରିବେଶ ମଧ୍ୟରେ ଏହି ଅଞ୍ଚଳର ସମସ୍ତ ବିବାହ. ଜନ୍ମଦିନ, ବିବାହ ବାର୍ଷିକୀ ପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଗତ ରବିବାର ଦିନ ଉଭୟ ଉମା ଦେବୀ ଓ ଭଗବାନ ଶର୍ମା ବର ଓ କନ୍ୟା ବେଶ ଧାରଣ କରିବା ସହ ରୀତିନୀତି ଅନୁସାରେ ତାଙ୍କର ପୁନଃବିବାହ କରାଯାଇଥିଲା । ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଦୁହେଁ ଅପରିଷ୍କାର ପରିବେଶ ମଧ୍ୟରେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।