• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରେଳ ବିଭାଗରେ ଚାକିରି ପାଇଁ ସୁଯୋଗ । ଆଶାୟୀଙ୍କ ପାଇଁ ସୁଯୋଗ ଆଣୁଛି ଭାରତୀୟ ରେଳବାଇ । ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ଆଶାୟୀଙ୍କ ପାଇଁ ଏକ ସୁଯୋଗ ଆଣିଥାଏ ବୋଲି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି । ଫେବ୍ରୁଆରୀ ୩ରେ ରେଳବାଇ ନିଯୁକ୍ତି ବୋର୍ଡ ଦ୍ୱାରା ପ୍ରକାଶିତ ବାର୍ଷିକ ନିଯୁକ୍ତି କ୍ୟାଲେଣ୍ଡର ଡ୍ରାଇଭରେ ପ୍ରାର୍ଥୀଙ୍କ ପାଇୱ ସୁଯୋଗ ରହିଥିବା କହିଛନ୍ତି ଅଶ୍ୱନୀ ।

ରେଳମନ୍ତ୍ରୀଙ୍କ କହିବା ଅନୁସାରେ ବାର୍ଷିକ କ୍ୟାଲେଣ୍ଡରରେ ରେଳ ବିଭାଗରେ ବିଭିନ୍ନ ଚାକିରିର ସୁଯୋଗ ରହିବ । ରେଳବାଇ ପକ୍ଷରୁ ପ୍ରତିବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯିବ । ସେହିପରି ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ଏପ୍ରିଲ୍, ମେ’ ଏବଂ ଜୁନ୍ ମାସକୁ ଧାର୍ଯ୍ୟ କରାଯାଇଥିବା ଅଶ୍ୱନୀ କହିଛନ୍ତି ।

ଖାଲି ସେତିକି ନୁହେଁ, ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ, ଯେଉଁମାନେ ଜୁନିୟର ଇଞ୍ଜିନିୟର, ପାରାମେଡିକ୍ ଏବଂ ଅଣ-ବୈଷୟିକ ପଦବୀ ଭାବରେ ରେଳବାଇରେ ଯୋଗଦେବାକୁ ଚାହୁଁଛନ୍ତି, ସେମାନଙ୍କୁ ବିବେଚନା କରାଯିବ ବୋଲି ମଧ୍ୟ କହିଛନ୍ତି ରେଳମନ୍ତ୍ରୀ ।

ସେହିପରି ଅକ୍ଟୋବର ୧ରୁ ଡିସେମ୍ବର ମଧ୍ୟରେ ବିଭିନ୍ନ ବର୍ଗ ପାଇଁ ନିଯୁକ୍ତି ଦିଆଯାଇଛି । ପ୍ରତ୍ୟେକ ବର୍ଗ ପାଇଁ ବର୍ଷକୁ ୪ଥର ନିଯୁକ୍ତି ବିଜ୍ଞପ୍ତି ଜାରି କରାଯିବ । ଯାହା ଫଳେରେ ଅଧିକରୁ ଅଧିକ ପ୍ରାର୍ଥୀ ସୁଯୋଗ ପାଇପାରିବେ ବୋଲି ରେଳମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ଯେତେବେଳେ ତିନିରୁ ଚାରି ବର୍ଷ ବ୍ୟବଧାନ ପରେ ନିଯୁକ୍ତି ଡ୍ରାଇଭ୍ ଆୟୋଜିତ ହେଉଥିଲା, ଅନେକ ପ୍ରାର୍ଥୀ ସେହି ସୁଯୋଗରୁ ବଞ୍ଚିତ ହୋଇଥିଲେ ।

ଏସମ୍ପର୍କରେ ଜଣେ ରେଳ ଅଧିକାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଯଦି ଜଣେ ପ୍ରାର୍ଥୀ ପ୍ରଥମ ପ୍ରୟାସରେ ଚାକିରି ପାଇଁ ଯୋଗ୍ୟ ନହୁଅନ୍ତି ତେବେ ତାଙ୍କୁ ଏକାଧିକ ସୁଯୋଗ ମିଳିପାରିବ ।