ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ୨ଟି ବଡ଼ ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି।
ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡିଶାର ପ୍ରମୁଖ ଦଳଗୁଡିକ ନିଜ ରଣନୀତି ଆରମ୍ଭ କରିସାରିଦେଇଥିବା ବେଳେ ବିଆର୍ଏସ୍କୁ ନେଇ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି। ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ‘କେନ୍ଦ୍ର ଶକ୍ତି’କୁ ଧରି ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଲୋକବଳ ମଜଭୁତ କରିବାରେ ଲାଗିଛି।
ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏବେ ପୁଣି ଥରେ ଅମିତ୍ ଶାହାଙ୍କୁ ଭେଟିଛନ୍ତି ଶରଦ
ତେଣୁ ତାହାର ସମାଧାନ ଲାଗି ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ଆଉ ଏହା ପରେ ଆଜିର ଦିନ ବୈଠକ ପାଇଁ ଧାର୍ଯ୍ୟ ହୋଇଥିଲା। କେମିତି ଲୋକମାନଙ୍କୁ ବ୍ୟାଙ୍କ କ୍ଷେତ୍ରରେ କୌଣସି ଅସୁବିଧା ନହେବ ସେନେଇ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।