Advertisment

ରାହୁଲ ବଖାଣିଲେ କୁକୁର ବିସ୍କୁଟ ପଛର ସତ...ବିରୋଧୀଙ୍କୁ କଲେ ଟାର୍ଗେଟ

ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି ଖୋଦ ରାହୁଲ ଗାନ୍ଧୀ। ରାଲିରେ କ’ଣ ଘଟିଥିଲା ଓ କୁକୁର ବିସ୍କୁଟ ପଛର ସତ କ’ଣ ସେ କହିଛନ୍ତି। ଏଥିସହ ସମାଲୋଚନାକାରୀଙ୍କୁ ଓଲଟା ସମାଲୋଚନା କରିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୁକୁର ବିସ୍କୁଟ ଖାଇବାକୁ ମନା କରିବା ପରେ ସେ ପାଖରେ ଥିବା ଜଣେ ଲୋକଙ୍କୁ ଏହି ବିସ୍କୁଟ ଧରାଇ ଦେଉଛନ୍ତି। ଭାରତ ନ୍ୟାୟ ଯୋଡୋ ଯାତ୍ରାର ଏହି ଭିଡିଓଟି ଭାଇରାଲ ହେବା ପରେ ରାହୁଲଙ୍କୁ ସମାଲୋଚନା ଆରମ୍ଭ ହୋଇଯାଇଛି। ସେ ତାଙ୍କ ଦଳୀୟ କର୍ମୀମାନଙ୍କୁ କୁକୁର ପରି ବ୍ୟବହାର କରନ୍ତି ବୋଲି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମତ ରଖିଛନ୍ତି।

Advertisment

ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ହୋଇଥିବା ଏହି ଭିଡିଓ ନେଇ ବିଜେପି ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି ‘‘କେବଳ ରାହୁଲ ଗାନ୍ଧୀ କ’ଣ; ତାଙ୍କ ପୂରା ପରିବାର ମୋତେ ସେ ବିସ୍କୁଟ୍‌ ଖୁଆଇ ପାରିବେ ନାହିଁ। ମୁଁ ଜଣେ ଗର୍ବିତ ଆସାମୀ ଏବଂ ଭାରତୀୟ। ମୁଁ ଖାଇବାକୁ ମନା କଲି ଓ କଂଗ୍ରେସରୁ ଇସ୍ତଫା ଦେଲି।’’

ତେବେ ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି ଖୋଦ ରାହୁଲ ଗାନ୍ଧୀ। ରାଲିରେ କ’ଣ ଘଟିଥିଲା ଓ କୁକୁର ବିସ୍କୁଟ ପଛର ସତ ସେ କହିଛନ୍ତି। ଏଥିସହ ସମାଲୋଚନାକାରୀଙ୍କୁ ଓଲଟା ସମାଲୋଚନା କରିଛନ୍ତି। ଝାରଖଣ୍ଡରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିଲା। ସେ ଗୋଟିଏ କୁକୁରକୁ ବିସ୍କୁଟ ଖାଇବାକୁ ଦେଇଥିଲେ। କିନ୍ତୁ ପ୍ରବଳ ଭିଡ଼ ଯୋଗୁ କୁକୁରଟି ତାଙ୍କ ହାତରୁ ବିସ୍କୁଟ ଖାଇନଥିଲା। ପରେ ସେ ସେହି ବିସ୍କୁଟକୁ କୁକୁରର ମାଲିକଙ୍କୁ ଦେଇଥିଲେ।

Advertisment

ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, “କୁକୁରଟି ଡରି ଯିବା ସହ ଥରୁଥିଲା। ମୁଁ ତାକୁ ବିସ୍କୁଟ ଦେବାବେଳେ ସେ ପୂରା ଡରି ଯାଇଥିଲା। ତେଣୁ ମୁଁ ତା ମାଲିକଙ୍କୁ ବିସ୍କୁଟ ଦେବା ସହ ତାଙ୍କ ହାତରୁ ସେ ଖାଇବ ବୋଲି କହିଥିଲି। ମାଲିକ କୁକୁରକୁ ବିସ୍କୁଟ ଦେଇଥିଲେ ଓ ସେ ଖାଇଥିଲା। ଏଥିରେ ଅସୁବିଧା କ’ଣ ଅଛି?” “କୁକୁରଙ୍କୁ ନେଇ ବିଜେପି ନେତାମାନଙ୍କର ସମସ୍ୟା କ’ଣ? କୁକୁରମାନେ ସେମାନଙ୍କର କି ପ୍ରକାରର କ୍ଷତି କରୁଛନ୍ତି?”

BJP Congress Rahul Gandhi Congress
Advertisment
Advertisment