Advertisment

ନିଷ୍ଠୁର ପାଲଟିଲା ସାଙ୍ଗ; କଲା ଦୁଷ୍କର୍ମ, ଢାଳିଲା ଗରମ ଡ଼ାଲି

ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା। ପୁରୁଷ ବନ୍ଧୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଯୁବତୀ।

author-image
Manoranjan Behera
ଅଦ୍ୟତନ ହୋଇଛି
Crime Against Women

Crime Against Women

ବିଶ୍ୱାସରେ ବିଷ ଦେଲା ସାଙ୍ଗ। ସପ୍ତାହେ କାଳ କଲା ଯୁବତୀଙ୍କ ସହ ଦୁଷ୍କର୍ମ। ସେତିକିରେ ମନ ପୁରିଲାନି ଯେ, ଶେଷରେ ଯୁବତୀଙ୍କ ଉପରେ ଢାଳିଲା ଗରମ ଡ଼ାଲି। ପୀଡ଼ିତାଙ୍କ ଶରୀରରେ ଏବେ ୨୦ରୁ ଅଧିକ ସ୍ଥାନରେ କ୍ଷତ ଚିହ୍ନ। ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

Advertisment

ରାଜଧାନୀ ଦିଲ୍ଲୀରେ ଲଜ୍ଜାଜନକ ଘଟଣା। ପୁରୁଷ ବନ୍ଧୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ଯୁବତୀ। ପୋଲିସର କହିବାନୁଯାୟୀ ୨୭ ବର୍ଷୀୟ ପାରସ ନିଜ ଯୁବତୀ ବନ୍ଧୁଙ୍କୁ ସପ୍ତାହେ ଧରି ଦୁଷ୍କର୍ମ କରିଛନ୍ତି। ପାରସ ଦକ୍ଷିଣ ଦିଲ୍ଲୀର ନେବ ସରାଇ ଅଞ୍ଚଳରେ ରହୁଥିଲେ। ସେ ତିନି-ଚାରି ମାସ ହେବ ପଶ୍ଚିମବଙ୍ଗ ଡାର୍ଜିଲିଂରେ ରହୁଥିବା ଯୁବତୀଙ୍କ ସହ ବନ୍ଧୁତା କରିଥିଲେ।

ଚାକିରି ଖୋଜିଦେବା ଆଶା ଦେଇ ପାରସ ଯୁବତୀଙ୍କୁ ଦିଲ୍ଲୀ ଡ଼ାକିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୪ ମାସ ହେବ ବନ୍ଧୁତା ଆରମ୍ଭ ହୋଇଥିବା ବେଳେ ମାସେ ହେବ ଭଡ଼ା ଘର ନେଇ ସେମାନେ ଏକାଠି ରହୁଥିଲେ। ଏହାପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତା’ପରେ ପାରସ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ଦିନ ରାତି ପିଟୁଥିଲେ। ଏମିତିକି ତାଙ୍କ ଉପରେ ଗରମ ଡ଼ାଲି ମଧ୍ୟ ଢାଳୁଥିବାର ଅଭିଯୋଗ ହୋଇଛି।

Advertisment

ପୀଡ଼ିତା ଜଣକ ଫୋନ ଯୋଗେ ପୋଲିସକୁ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ଯୁବତୀଙ୍କ ଦେହରେ ୨୦ରୁ ଉର୍ଦ୍ଧ୍ୱ ଜାଗାରେ କ୍ଷତ ସ୍ଥାନ ରହିଥିଲା। ଯୁବତୀଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ। ଏହାପରେ ଅଭିଯୁକ୍ତ ପାରସଙ୍କୁ ଗିରଫ କରିଥିଲା ପୋଲିସ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ FIR ଫାଇଲ୍‌ କରି ଧାରା ୩୨୩, ୩୭୬ ଆଧାରରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଚାଲୁ ରହିଥିବା ପୋଲିସ ସୂଚନା ମଧ୍ୟ ଦେଇଛି।

Crime Against Women
Advertisment
Advertisment