Advertisment

ପେଟିଏମ୍ ନେଇ ବଡ଼ ଅପଡେଟ୍, କ’ଣ କହିଲା କମ୍ପାନୀ ଜାଣନ୍ତୁ...

ଗତ ବର୍ଷ ଡିସେମ୍ବରରେ, ପିପିବିଏଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ବ୍ୟାଙ୍କଗୁଡିକ ମଧ୍ୟରେ ଶୀର୍ଷ UPI ହିତାଧିକାରୀ ମାନ୍ୟତା ପାଇଥିଲା ପେଟିଏମ୍ । ଗତବର୍ଷ ୨୮୩.୫ କୋଟି ଟଙ୍କାର କାରବାର ହୋଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Will Paytm Stop Working

paytm

ପେଟିଏମ୍ କୁ ନେଇ ବଡ଼ ଅପଡେଟ୍। ପେଟିଏମ୍ UPI ସେବା ଆଗଭଳି କାମ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ସର୍ଭିସ ଯୋଗାଇ ଦେବାକୁ କମ୍ପାନୀ ପକ୍ଷରୁ ଅନ୍ୟ ବ୍ୟାଙ୍କଗୁଡିକ ସହ ଆଲୋଚନା ଚଳାଇଛି। ପେଟିଏମର ମୁଖପାତ୍ର କହିଛନ୍ତି, ‘ପେଟିଏମ୍ ଉପରେ UPI ପୂର୍ବପରି କାର୍ଯ୍ୟ ଜାରି ରଖିବ। ଗ୍ରାହକଙ୍କୁ ପୂର୍ବଭଳି ସେବା ଯୋଗାଇ ଦେବାପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଗ୍ରାହକମାନେ ଚିନ୍ତା କରନ୍ତୁ ନାହିଁ’।

Advertisment

ଗତ ବର୍ଷ ଡିସେମ୍ବରରେ, ପିପିବିଏଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ବ୍ୟାଙ୍କଗୁଡିକ ମଧ୍ୟରେ ଶୀର୍ଷ UPI ହିତାଧିକାରୀ ମାନ୍ୟତା ପାଇଥିଲା ପେଟିଏମ୍ । ଗତବର୍ଷ ୨୮୩.୫ କୋଟି ଟଙ୍କାର କାରବାର ହୋଇଥିଲା। ସେହି ମାସରେ କେବଳ ୪୧କୋଟି କାରବାର କରାଯାଇଥିଲା। ଗ୍ରାହକମାନେ ଡିସେମ୍ୱର ମାସରେ ୧୬୫୬୯.୪୯ କୋଟି ଟଙ୍କାରୁ ୧୪୪.୨୫କୋଟି ଟ୍ରାଞ୍ଜାକ୍ସନ କରିଛନ୍ତି।

ପେଟିଏମ୍ ର ଭାରତ ବିଲ୍ ପେମେଣ୍ଟ ଅପରେଟିଂ ୟୁନିଟ୍ (BBPOU)କାରବାର ମଧ୍ୟ PPBL ଅଧୀନରେ ରହିଛି। ଏହି ସର୍ଭିସ ୟୁଟିଲିଟି, ସ୍କୁଲ୍ ଏବଂ ୟୁନିଭରସିଟି ଫି ପାଇଁ ବିଲ୍ ପେମେଣ୍ଟର ସୁବିଧା ପ୍ରଦାନ କରେ। ତେବେ ଆରବିଆଇ ଭାରତ ବିଲ୍ ପେମେଣ୍ଟ ଅପରେଟିଂ ୟୁନିଟ୍ କାର୍ଯ୍ୟକ୍ଷମ ନେଇ ପେଟିଏମ ପ୍ରବକ୍ତା କହିଛନ୍ତି, ସମସ୍ତ ବିଲ୍ ପେମେଣ୍ଟ ଏବଂ ରିଚାର୍ଜ ଆପ୍ ମାଧ୍ୟମରେ କୌଣସି ସମସ୍ୟା ଦେଖାଯିବନି। ଗ୍ରାହକଙ୍କ ସୁବିଧା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଗ୍ରାହକ ଆପ୍ ଜରିଆରେ ପେମେଣ୍ଟ କରିପାରିବେ।

Advertisment

ପେଟିଏମ୍ ଗ୍ରାହକମାନଙ୍କୁ ଆକାଉଣ୍ଟରୁ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରିପେଡ୍ ଡିଭାଇସ୍, ଫାଷ୍ଟାଗ୍ ଏବଂ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ ସହିତ ଆକାଉଣ୍ଟରୁ ଟଙ୍କା ଜମା କିମ୍ବା ଉଠାଣ ପାଇଁ ଅନୁମତି ଦିଆଯିବ। ମାତ୍ର ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍‌ରେ ନେଣଦେଣ ହୋଇପାରିବନି ବୋଲି କହିଛି RBI । ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରିଛି । ଏହି ଘୋଷଣା ପରେ ପେଟିଏମର ସେୟାରରେ ଏଯାଏ ୪୨ପ୍ରତିଶତରୁ ଅଧିକ କ୍ଷତି ହେଲାଣି।

RBI Paytm BHIM UPI
Advertisment
Advertisment