କର୍ଣ୍ଣାଟକରେ ଏବେ ସୁଦ୍ଧା ୬୪ଟି ‘ମଙ୍କି ଫିଭର’ ମାମଲା ସାମ୍ନାକୁ ଆସିଛି । ତେବେ ଦୁଇ ଜଣଙ୍କ ମତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ମୋଡ୍କୁ ଆସିଛି ।
ସମଗ୍ର ଦେଶରେ କରୋନାର ତୃତୀୟ ଲହର ମଧ୍ୟରେ କର୍ଣ୍ଣାଟକର ଶିଭାମୋଗାରେ ପୁଣି ଏକ ନୂଆ ରୋଗ ଚିହ୍ନଟ ହୋଇଛି । କର୍ଣ୍ଣାଟକର ଶିଭା ଶିବାମୋଗାର ତିର୍ଥହାଲ୍ଲୀର କୁଡିଜେ ଗାଁର ଜଣେ ୫୭ ବର୍ଷ ବୟସ୍କା ମହିଳା କିଆସାନୁର ଫରୋଷ୍ଟ ଡିଜିଜ୍ରେ (Kyasanur Forest Disease) ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।