• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବ୍ୟାନ୍‌ ହେଲା ହୁକା । ଏଣକି ହୁକା ଟାଣିପାରିବେନି ଲୋକେ । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି ନିଜେ ମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯୁବକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୁକା ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଜାରି ହୋଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ସୋସିଆଲ ମିଡିଆ ‘X’ରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ହୁକା ଧୂମପାନ ସ୍ୱାସ୍ଥ୍ୟ ପ୍ରତି ହାନୀକାରକ । ଏହି ବିପଦକୁ ଦୃଷ୍ଟିରେ ରଖି ଆମେ ସାରା ରାଜ୍ୟରେ ହୁକା, ଧୂମପାନ ଉପରେ ନିଷେଧାଦେଶ ଜାରି କରିଛୁ ।

ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡ ରାଓ ଆହୁରି ସୂଚନା ଦେଇଛନ୍ତି ଯେ, କର୍ଣ୍ଣାଟକରେ ସରକାର ହୁକା ଉପରେ ନିଷେଧାଦେଶ ଲାଗୁ କରିଛନ୍ତି । ଆମର ଭବିଷ୍ୟତ ପିଢ଼ି ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ନିରାପଦ ତଥା ସୁସ୍ଥ ପରିବେଶ ଗଠନ ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସେପଟେ ସେପ୍ଟେମ୍ବର ୨୦୨୩ରେ କର୍ଣ୍ଣାଟକ ସରକାର ହୁକା ଉପରେ ପ୍ରତିବନ୍ଧକ ଲଗାଇବା ସହ ତମାଖୁ ଉପରେ ମଧ୍ୟ କିଛି ନୟମ ଆଣିଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୧୮ ବର୍ଷ ବୟସରୁ କମ୍‌ ଥିବା ନାବାଳକ-ନାବାଳିକା ତମାଖୁ ସେବନ କରିପାରିବେ ନାହିଁ ବୋଲି କୁହାଯାଇଥିଲା । ହେଲେ ଏହାକୁ ପୁଣି ସଂଶୋଧନ କରାଯାଇ ୨୧ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର । ଯାହାଫଳରେ ୨୧ ବର୍ଷ ଯାଏଁ ଯୁବକ ଯୁବତୀମାନେ ତମାଖୁ ସେବନ କରିପାରିବେ ନାହିଁ ।

ଗତବର୍ଷ ହରିଆଣା ସରକାର ମଧ୍ୟ ସମାନ ପଦକ୍ଷେପ ନେଇଥିଲା । ସାରା ରାଜ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ, ବାର୍ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ଗ୍ରାହକମାନଙ୍କ ହୁକା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା ।