Advertisment

କୁକୁରକୁ ବଞ୍ଚାଉଥିଲେ, ସ୍ତ୍ରୀକୁ ହରାଇଲେ..ଥାନାରେ ନିଜ ନାଁରେ ଦେଲେ ଏତଲା..

ମୋ ପାଇଁ ମୋ ସ୍ତ୍ରୀର ଜୀବନ ଗଲା। ଏମିତି କହି ଥାନାରେ ନିଜ ନାଁରେ FIR ଦେଲେ ସ୍ୱାମୀ।

author-image
Manoranjan Behera
ଅଦ୍ୟତନ ହୋଇଛି
Wife Death

Wife Death

ବୁଲା କୁକୁର ପାଇଁ ଚାଲିଗଲା ସ୍ତ୍ରୀର ଜୀବନ। ନିଜକୁ ଦୋଷୀ ସାଜିଲେ ସ୍ୱାମୀ। ନିଜ ନାଁରେ ଥାନାରେ ଦେଲେ ଏତଲା। ଏଭଳି କିଛି ଘଟଣା ରବିବାର ଗୁଜରାଟ ଅହମ୍ମଦାବାଦରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ପୁରୁଷ ନିଜକୁ ସ୍ତ୍ରୀର ହତ୍ୟାକାରୀ କହି ମାମଲା ରୁଜୁ କରିଛନ୍ତି।

Advertisment

ଗୁଜରାଟରେ ବଢ଼ିବାକୁ ଲାଗିଲାଣି ବୁଲା କୁକୁରଙ୍କ ସଂଖ୍ୟା। ସ୍ଥିତି ଏମିତି ହେଲାଣି ଯେ ଲୋକେ ସକାଳେ ଚାଲିବାକୁ ଯିବାକୁ ବି ଡ଼ରିଲେଣି। ସଡ଼କ ଦୁର୍ଘଟଣା ପାଇଁ ବି ମୁଖ୍ୟ କାରଣ ସାଜିଲେଣି ବୁଲା କୁକୁର। ଅହମ୍ମଦାବାଦର ନର୍ମଦା ଜିଲ୍ଲାରେ ରହୁଥିବା ଜଣେ ଶିକ୍ଷକ ପରେଶ ଦୋଶି ନିଜ ସ୍ତ୍ରୀ ଅମ୍ରିତାଙ୍କୁ ସଡ଼କ ଦୁର୍ଘଟଣାରେ ହରାଇ ଦେଇଛନ୍ତି। ଆଉ ଏଥିପାଇଁ ସେ ନିଜକୁ ଦାୟୀ କରୁଛନ୍ତି। ଏହାର କାରଣ ବି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ବାସ୍ତବରେ ପରେଶ ଅମ୍ରିତାଙ୍କୁ ନେଇ ଅମ୍ବାଜୀ ମନ୍ଦିରରୁ ଫେରିବା ବେଳେ ହଠାତ୍‌ ଗୋଟେ କୁକୁର ଗାଡ଼ି ଆଗକୁ ପଳାଇ ଆସିଥିଲା। କୁକୁରକୁ ବଞ୍ଚାଇବା ବେଳେ ସେ ଗାଡ଼ିର ଭାରସାମ୍ୟ ହରାଇ ଡିଭାଇଡର ଆଡ଼କୁ ଚଢ଼ାଇ ଦେଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ଅମ୍ରିତା ଗୁରୁତର ଭାବେ ଆହତ ହୋଇଥିଲେ। ଗାଡ଼ିଟି ଅଟୋ ଲକ୍‌ ହୋଇଯାଇଥିବା କାରଣରୁ କାଚ ଭାଙ୍ଗି ଅମ୍ରିତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ମେଡିକାଲ୍‌ ନେଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏବେ ମୃତ୍ୟୁ ପାଇଁ ପରେଶ ନିଜକୁ ଦାୟୀ କରୁଛନ୍ତି। ସେ କହିବାନୁସାରେ ତାଙ୍କ ଅନ୍ୟମନସ୍କ ଓ ବେପରୁଆ ଗାଡ଼ି ଚାଳନା ପାଇଁ ଅମ୍ରିତାଙ୍କ ଜାବନ ଯାଇଛି। ଆଉ ଏଥିପାଇଁ ସେ ହିଁ ଦୋଷୀ। ସେ ଥାନାରେ ନିଜ ନାଁରେ FIR ମଧ୍ୟ ଫାଇଲ୍‌ କରିଛନ୍ତି।

Road Accident Wife Death
Advertisment
Advertisment