Advertisment

ସ୍ତ୍ରୀଙ୍କ ମୃତ୍ୟ ପରେ ଆଖି ବୁଜିଲେ ସ୍ୱାମୀ, ଏକାଠି ଜଳିଲା ଉଭୟଙ୍କ ଚିତା

ହୃଦଘାତ ହେତୁ ପତ୍ନୀଙ୍କ ମୃତ୍ୟୁ ହେବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ସ୍ୱାମୀ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
husaband and wife died

husaband and wife died

ସ୍ୱାମୀ-ସ୍ତ୍ରୀର ନିଆରା ପ୍ରେମ ସମ୍ପର୍କ। ସ୍ତ୍ରୀଙ୍କ ମୃତ୍ୟୁଦେହ ଦେଖି ସ୍ୱାମୀର ମୃତ୍ୟୁ । ବେଦୀରେ ଏକାଠି ପଡ଼ିଥିଲା ହାତଗଣ୍ଠି। ଜୁଇରେ ଏକାଠି ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଚିତା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାଠାରେ। ହୃଦଘାତ ହେତୁ ପତ୍ନୀଙ୍କ ମୃତ୍ୟୁ ହେବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ସ୍ୱାମୀ। ପତ୍ନୀ କମଲେଶଙ୍କ ମୃତ୍ୟୁରେ ସ୍ୱାମୀ କାଶୀରାମ ଭାଙ୍ଗି ପଡ଼ିଥିଲେ। ଦୁଃଖରେ ମ୍ରିୟମାଣ କାଶୀରାମଙ୍କୁ ତା’ର ସମ୍ପର୍କୀୟ ବହୁ ବୁଝାସୁଝା ମଧ୍ୟ କରିଥିଲେ। କିନ୍ତୁ କାହାର ମନାଇବା ତାଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା। ଶେଷରେ କଳଲେଶଙ୍କ ମୃତ୍ୟୁର କିଛି ସମୟ ପରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କାଶୀରାମ।

Advertisment

ତେବେ ପତି-ପତ୍ନୀଙ୍କ ମୃତ୍ୟୁ ପରେ ଫତେହବାଦର ଜୋନୋଶ୍ୱର ଘାଟରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏକାଠି ଦୁନିଆ ଛାଡ଼ିବେ ବୋଲି ମୃତ୍ୟୁ ପୂର୍ବରୁ ସବୁବେଳେ କହୁଥିଲେ ଉଭୟେ। ଗତକାଲି ତାଙ୍କ କଥା ସତ୍ୟ ପ୍ରମାଣିତ ହୋଇଥିଲା । ତେବେ ଏହି ଦମ୍ପତିଙ୍କ ମୃତ୍ୟୁ ପରେ ପୂରା ପରିବାରରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ କମଲେଶ ସବୁଦିନ ପରି ସୋମବାର ଘର କାମ କରୁଥିଲେ। କିନ୍ତୁ ହଠାତ୍‌ ଦିନ ୧୦ଟା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। କିଛି ସମୟ ମଧ୍ୟରେ ହିଁ ହୃଦଘାତ କାରଣରୁ କମଲେଶଙ୍କ ମୃତ୍ୟୁ ହୋଇଯାଇଥିଲା। କମଲେଶଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ବିଜେନ୍ଦ୍ର ସିଂଙ୍କୁ ଖବର ଦିଆଯାଇଥିଲା। ତାଙ୍କ ଭାଇ ଆସିବା ପରେ ହିଁ କମଲେଶଙ୍କ ଅନ୍ତିମ ସଂସ୍କାର ହୋଇଥାନ୍ତା। କିନ୍ତୁ ପତ୍ନୀଙ୍କ ମୃତ୍ୟୁରେ ୧୨ ଘଣ୍ଟା ମଧ୍ୟରେ ହିଁ କାଶୀରାମଙ୍କ ମୃତ୍ୟୁ ହୋଇଥିଲା। ଯାହାଫଳରେ ମଙ୍ଗଳବାର ଉଭୟ ପତି-ପତ୍ନୀଙ୍କ ଏକାସାଙ୍ଗରେ ହିଁ ଅନ୍ତିମ ସଂସ୍କାର ହୋଇଥିଲା।

Advertisment
India News Uttar Pradesh
Advertisment
Advertisment