Advertisment

ଦିଲ୍ଲୀ କୋର୍ଟରେ କେଜ୍ରିୱାଲଙ୍କୁ ଝଟକା, ଫେବ୍ରୁଆରୀ ୧୭ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ

ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ତାଙ୍କୁ ଡକାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓଲଟା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, 'ଯଦି ଦୁଇ ବର୍ଷ ଧରି ତଦନ୍ତ ଚାଲିଛି, ତେବେ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଡକାଯାଉଛି ?

author-image
Santosh Kumar Sahoo
Arvind Kejriwal

Arvind Kejriwal

ଦିଲ୍ଲୀ କୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ ଉପରେ ଶୁଣାଣି କରି ୧୭ ଫେବ୍ରୁଆରୀ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ରୈଜ ଆଭେନ୍ୟୁ କୋର୍ଟ। ଦିଲ୍ଲୀରେ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର ୫ଟି ସମନକୁ ସେ କାହିଁକି ଏଡ଼ାଇଛନ୍ତି ତାହା ସ୍ପଷ୍ଟ କରିବାକୁ କୋର୍ଟ କହିଛନ୍ତି। କେଜ୍ରିୱାଲ ଫେବ୍ରୁଆରି ୨ ତାରିଖରେ ଇଡିର ପଞ୍ଚମ ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ଇଡି ଅଦାଲତର ଦ୍ୱାରସ୍ଥ ହୋଇଥିଲା ।

Advertisment

ମଦ ନୀତି ସହିତ ଜଡ଼ିତ ଅର୍ଥ ହେରଫେର ମାମଲାରେ ତାଙ୍କୁ ଦିଆଯାଇଥିବା ସମନକୁ ପାଳନ ନ କରିବାରୁ ଅନୁସନ୍ଧାନକାରୀ ଏଜେନ୍ସି ଫେବ୍ରୁଆରି ୩ ତାରିଖରେ କେଜ୍ରିୱାଲଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ। ଏହି ମାମଲାରେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଥର ଡକାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତବର୍ଷ ନଭେମ୍ବର ୨ରେ, ଡିସେମ୍ବର ୨୧ରେ, ଚଳିତ ବର୍ଷ ଜାନୁଆରୀ ୩, ଜାନୁଆରୀ ୧୮ ଓ ଫେବ୍ରୁଆରୀ ୨ରେ ଇଡିରେ ହାଜର ହେବା ପାଇଁ ସମନ ହୋଇଥିଲା। ହେଲେ କେଜ୍ରିୱାଲ୍ କୌଣସି ଥର ବି ଇଡି ନିକଟରେ ପହଞ୍ଚି ନ ଥିଲେ।

ତେବେ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ତାଙ୍କୁ ଡକାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓଲଟା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, 'ଯଦି ଦୁଇ ବର୍ଷ ଧରି ତଦନ୍ତ ଚାଲିଛି, ତେବେ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଡକାଯାଉଛି ? ୮ ମାସ ପୂର୍ବରୁ ସିବିଆଇ ଡାକିଥିଲା। ମୁଁ ମଧ୍ୟ ଯାଇ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲି। ତେବେ ବର୍ତ୍ତମାନ ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଡକାଯାଉଛି। ମୋତେ ପଚରାଉଚରା କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ, ବରଂ ସେମାନେ ମୋତେ ଡାକି ଗିରଫ କରିବାକୁ ଚାହୁଁଛନ୍ତି। ଯାହାଫଳରେ ମୁଁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିପାରିବି ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଅରବିନ୍ଦ କେଜ୍ରିୱାଲ।

Advertisment
India Arvind Kejriwal Delhi CM Enforcement Directorate
Advertisment
Advertisment