• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲିଭ୍‌-ଇନ୍‌ରେ ରହୁଥିଲେ ସାବଧାନ ! ଯଦି ଆଇନ୍‌ ଅନୁସାରେ ଆପଣଙ୍କୁ ବୟସ ହୋଇନାହିଁ ତେବେ ଆପଣ ବଡ଼ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଏପରି କି ଜେଲ୍‌ ଯିବା ସହ ଆପଣ ଗଣି ପାରନ୍ତି ମୋଟା ଆଙ୍କର ଜରିମାନା । ଖାଲି ଏତିକି ନୁହେଁ ଲିଭ୍‌-ଇନ୍‌ରେ ରହୁଥିବା ଯୁବକ ଯୁବତୀଙ୍କ ସମସ୍ତ ସୂଚନା ଯାଇପାରେ ଅଭିଭାବକଙ୍କ ନିକଟକୁ ।

ଦେଶରେ ଆସିବାକୁ ଯାଉଛି ୟୁନିଫର୍ମ ସିଭିଲ୍ କୋଡ୍ ଆଇନ୍ । ଆଉ ଏହାକୁ ନେଇ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚା, କାରଣ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ୍ ବିଧେୟକ । ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲ୍ ଆଣିଛନ୍ତି ।

ଅଧିକ ପଢ଼ନ୍ତୁ: ‘ଲିଭ୍ ଇନ୍’ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଉତ୍ତରାଖଣ୍ଡରେ ଯୁବକ ଯୁବତୀମାନେ ଏକାଠି ରହୁଥିଲେ ଆର୍ଥାତ୍‌ ଲିଭ୍‌-ଇନ୍‌ରେ ଥିଲେ ଏହି ନିୟମ ଜାଣି ରଖିବା ଜରୁରୀ । ୟୁନିଫର୍ମ ସିଭିଲ୍ କୋଡ୍ ଆଇନ୍ ହେବା ପରେ ଜିଲ୍ଲା ଅଧିକାରୀଙ୍କ ନିକଟରେ ସେମାନେ ପଞ୍ଜିକରଣ କରିବା ଆବଶ୍ୟକ । ବିଶେଷ କରି ୨୧ ବର୍ଷରୁ କମ୍ ବୟସର ଯୁବକ-ଯୁବତୀମାନେ ଏକାଠି ରହିବାକୁ ହେଲେ ସେମାନଙ୍କ ବାପା-ମା’ଙ୍କ ସହମତି ଆବଶ୍ୟକ । ଏଥି ସହିତ ଅନେକ ନିୟମ ମଧ୍ୟ ରହିଛି ।

ଜାତୀୟ ଗଣମାଧ୍ୟମକୁ ଏନେଇ ଜଣେ ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଲିଭ୍‌-ଇନ୍‌ ରିଲେସନସିପ୍‌ର ସମସ୍ତ ତଥ୍ୟ ପାଇଁ ଏକ ୱେବସାଇଟ୍ ହେଉଛି । ଯାହାକି ଜିଲ୍ଲା ରେଜିଷ୍ଟ୍ରାର ଯାଞ୍ଚ କରିବେ । ୱେବସାଇଟ୍‌ରେ ଦିଆଯାଇଥିବା ତଥ୍ୟକୁ ନେଇ ଯଦି କୌଣସି ସନ୍ଦେହ ହୁଏ ତେବେ ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି । ବିଶେଷ କରି ୨୧ ବର୍ଷରୁ କମ୍‌ ହୋଇଥିଲେ କାର୍ଯ୍ୟାନୁଷ୍ଠ ମଧ୍ୟ ହେବ ।

ସବୁଠାରୁ ବଡ଼ କଥା ହେଉଛି, ଲିଭ୍‌-ଇନ୍‌ ସମ୍ପର୍କରେ ସମସ୍ତ ତଥ୍ୟ ଦାଖଲ କରିବାରେ ଯଦି ତାହା ମିଛ ବୋଲି ଜଣାପଡ଼େ, ତେବେ ତିନି ମାସ ପାଇଁ ଜେଲ ସହ ୨୫ ହଜାର ଟଙ୍କା ଜୋରିମାନା ଉଭୟ ଦେଇପାରନ୍ତି ।

ଦେଶର ପ୍ରଥମ ରାଜ୍ୟ ଭାବେ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ୍ ବିଧେୟକ । ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲ୍ ଆଣିଛନ୍ତି । ଏହି ବିଲ ଆଇନରେ ପରିଣତ ହେଲେ ରାଜ୍ୟର ସବୁ ବର୍ଗ ଓ ଧର୍ମର ଲୋକ ଉପକୃତ ହେବେ ବୋଲି କହିଛନ୍ତି ଧାମି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ- ଏକ ଭାରତ, ଶ୍ରେଷ୍ଠ୍ ଭାରତର ଉଦାହରଣ ।

ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ କୋଡ ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଂଜନ ପ୍ରକାଶ ଦେଶାଇ । ୭୪୯ ପୃଷ୍ଠା ବିଶିଷ୍ଟ ଡ୍ରାଫଟରେ ରହିଛି ୪ଟି ବିଷୟ । ୟୁନିଫର୍ମ ସିଭିଲ କୋଡ ଆଇନରେ ପରିଣତ ହେଲେ ବହୁ ବିବାହ, ବାଲ୍ୟ ବିବାହ, ସମସ୍ତ ଧର୍ମରେ ବିବାହ ପାଇଁ ଝିଅଙ୍କ ବୟସ ଓ ବିବାହ ବିଚ୍ଛେଦ ପାଇଁ ସବୁ ବର୍ଗ, ସବୁ ଧର୍ମ ପାଇଁ ସମାନ ଆଇନ ରହିବ ।