• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୯ ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍ । ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା । ପରେ ମୁଣ୍ତ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା ନମିଳିବାକୁ କଲା ହତ୍ୟା । ଗତ ରବିବାର ଦିନ ଏପରି ଭୟଙ୍କର ଘଟଣା ଘଟିଯାଇଛି ।

ପୋଲିସ ସୂଚନା ଅନୁସାରେ, ସଲମାନ ମୌଲବୀକୁ ଘର ତିଆରି କରିବା ପାଇଁ ଟଙ୍କା ଦରକାର ଥିଲା । ଏଣୁ ନିକଟରେ ରହୁଥିବା ୯ ବର୍ଷର ବାଳକ ଇବାଦକୁ ଅପହରଣ କରିବା ପାଇଁ ଯୋଜନୀ ପ୍ରସ୍ତୁତ କଲା । ମୁଣ୍ତ ଜାମିନ ବାବଦକୁ ସେ ୨୩ ଲକ୍ଷ ଟଙ୍କା ମାଗିଥିଲା । ଘର ତିଆରି ପାଇଁ ଅପହରଣ ସହ ଟଙ୍କା ମାଗିଥିଲା ବୋଲି ପୋଲିସ କହିଛି ।

ଇବାଦ୍ ସନ୍ଧ୍ୟା ପ୍ରାର୍ଥନା ପରେ ଘରକୁ ଫେରିବା ବେଳେ ହିଁ ଅପହରଣ କରିନେଇଥିଲା ସଲମାନ । ଅନ୍ୟପଟେ ଇବାଦ ଘରେ ନପହଞ୍ଚିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ପରେ ଏକ ଅଜଣା ନମ୍ବରରୁ ଇବାଦଙ୍କ ବାପାଙ୍କ ନିକଟକୁ ପୁଅର ମୁକ୍ତି ପାଇଁ କଲ୍ ଆସିଥିଲା । ଅଭିଯୁକ୍ତ ଜଣକ ୨୩ ଲକ୍ଷ ଟଙ୍କା ବଦଳରେ ପୁଅକୁ ଛାଡ଼ିବ ବୋଲି କହିଥିଲା । କିନ୍ତୁ କୌଣସି ସୂଚନା ବିନା କଲ୍ ଟି କଟିଯାଇଥିଲା ।

ପରେ ଏନେଇ ସ୍ଥାନୀୟ ଲୋକେ ଓ ପୋଲିସ ଜାଣିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଗତ ରବିବାର ଦିନ ଏହି ଘଟଣା ଘଟିଥିବା ବେଳେ ସୋମବାର ଅପରାହ୍ନରେ ପୋଲିସ ସଲମାନକୁ ଟାର୍ଗେଟ କରିଥିଲା । ସଲମାନର ବାସଭବନ ଉପରେ ମଧ୍ୟ ନଜର ରଖିଥିଲା ପୋଲିସ । ପରେ ସେମାନେ ଶିଶୁର ମୃତଦେହ ଏକ ଅଖା ଭିତରୁ ପାଇଥିଲେ ।

ଅପହରଣର କାରଣ ଜାଣିବା ପରେ ପୁଣି କାହିଁକି ହତ୍ୟା କରାଗଲା, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସଲମାନ ସହ ତା ଭାଇ ସଫୁଆନ୍ ମୌଲବିକୁ ମଧ୍ୟ ଗିରଫ କରିନେଇଛି ପୋଲିସ । ଉଭୟଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଗିରଫ କରାଯାଇଛି । ଅନ୍ୟପଟେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।