ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଛତିଶଗଡ଼ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଯବାନଙ୍କ ଗୁଳିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ଡିଆରଜି, ସିଆରପିଏଫ୍ ୨୨୯ ଓ କୋବ୍ରା ବାହିନୀ ମିଳିତ ଅପରେସନ୍ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟ ହୋଇଥିଲା ।
Also Read
ଅଧିକ ପଢ଼ନ୍ତୁ: ନର ସଂହାରରେ ସାମିଲ ହେବିନି କହି ନିଜକୁ ଜାଳିଦେଲେ ଯବାନ
ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (DRG), ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଏବଂ କୋବ୍ରା (କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍) ର କର୍ମଚାରୀମାନେ ସମ୍ପୃକ୍ତ ଥିଲେ । ଗୁଳି ବର୍ଷଣ ବନ୍ଦ ହେବା ପରେ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ମିଳିଛି ।
ଅନ୍ୟପଟେ ବିଜାପୁର ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ରହିଛି । ଏହି ଅଞ୍ଚଳରେ ଆସନ୍ତା ଏପ୍ରିଲ ୧୯ ରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ ।
Chhattisgarh | Bodies of six naxals recovered following encounter between security forces and naxals in the forest area near Chikurbatti-Pusbaka in Bijapur district. DRG, CRPF 229, CoBRA teams were involved in the operation https://t.co/iw9zKzTCfS pic.twitter.com/sRzrQKIztN
— ANI MP/CG/Rajasthan (@ANI_MP_CG_RJ) March 27, 2024