/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711609083.jpg)
MGNREGA Labourer
ନିର୍ବାଚନ ପୂର୍ବରୁ ବଢ଼ିଲା ଶ୍ରମିକଙ୍କ ମଜୁରୀ। ଦେଶରେ MGNREGA ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶରେ ଶ୍ରମିକଙ୍କ ହାରାହାରି ଦୈନିକ ମଜୁରୀ ୨୮ ଟଙ୍କା ବୃଦ୍ଧି ହୋଇଛି।
Advertisment
ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ସର୍ବନିମ୍ନ ଦୈନିକ ମଜୁରୀ ୭ ଟଙ୍କା ବଢ଼ିଥିବା ବେଳେ ଗୋଆରେ ୩୪ ଟଙ୍କା ବଢ଼ିଛି। ପାରିଶ୍ରମିକ ବୃଦ୍ଧି ପରେ ହରିୟାଣାରେ MGNREGA ଯୋଜନାରେ କାମ କରୁଥିବା ଶ୍ରମିକଙ୍କ ଦୈନିକ ପାଉଣା ସର୍ବାଧିକ ୩୭୪ ଟଙ୍କା ହୋଇଥିବା ବେଳେ ଗୋଆରେ ୩୫୬, କେରଳରେ ୩୪୬ ଟଙ୍କା ହୋଇଛି।
ତେବେ ଓଡ଼ିଶାରେ ୧୭ ଟଙ୍କା ମଜୁରୀ ବଢ଼ିବା ପରେ ଏବେ ଶ୍ରମିକ ଦୈନିକ ପାରିଶ୍ରମିକ ପାଇବେ ୨୫୪ ଟଙ୍କା। ବଜେଟରେ କେନ୍ଦ୍ର ସରକାର MGNREGA ପାଇଁ ୮୬ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)