• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଦାନୀ ଗ୍ରୁପ ହାତକୁ ଗଲା ଗୋପାଳପୁର ବନ୍ଦର । ଆଦାନୀ ପୋର୍ଟ ଏବଂ ସ୍ପେଶାଲ ଇକୋନୋମିକ ଜୋନ ଲିମିଟେଡ ୩ ହଜାର ୮୦ କୋଟି ଟଙ୍କାରେ ଏହି ଚୁକ୍ତି କରିଛି । ଏସପି ବା ସାପୁରଜୀ ପାଲୋଞ୍ଜୀ ଗ୍ରୁପର ୫୬ ପ୍ରତିଶତ ସେୟାର ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ୩୯ ପ୍ରତିଶତ ଅଂଶକୁ କିଣିଛି ଆଦାନୀ ଗ୍ରୁପ । ୨୦୧୭ରେ ବନ୍ଦରର ଅଂଶଧନକୁ ଏସପି ଗ୍ରୁପ୍ କିଣିଥିଲା। 

ଗୋପାଳପୁର ବନ୍ଦରର କ୍ଷମତା ବର୍ଷକୁ ୨୦ ମିଲିୟନ ମେଟ୍ରିକ ଟନ ରହିଛି। ଖଣିଜ ପଦାର୍ଥ ପରିବହନରେ ଏହି ବନ୍ଦର ପୂର୍ବ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ବନ୍ଦରରୁ ଏନ-୧୬ ସହ ସହଜ ସରଳ ଯୋଗାଯୋଗ ମଧ୍ୟ ରହିଛି । ଚେନ୍ନାଇ ଓ ହାୱଡାକୁ ଏହି ବନ୍ଦର ମାଧ୍ୟମରେ ପରିବହନ ଦକ୍ଷତା ରହିଛି ବୋଲି ଆଦାନୀ ଗ୍ରୁପ ପକ୍ଷରୁ କୁହାଯାଇଛି ।

ତେବେ ପୂର୍ବରୁ ଧାମରା ବନ୍ଦର ମଧ୍ୟ ଆଦାନି ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଛି । ସାପୁରଜୀ ପାଲୋଞ୍ଜୀ ଗ୍ରୁପ୍ ଉପରେ ପ୍ରାୟ ୨୧,୦୦୦ କୋଟି ଟଙ୍କାର ଋଣ ରହିଛି। ସେହି ବୋଝ କମ୍ କରିବା ଲାଗି କମ୍ପାନି ବିଭିନ୍ନ ସମ୍ପତ୍ତି ବିକ୍ରି କରି ପାଣ୍ଠି ଯୋଗାଡ଼ କରିବା ଉପରେ ମନୋନିବେଶ କରିଛି । ସେହି ପ୍ରକ୍ରିୟାର ଏକ ଅଂଶସ୍ବରୂପ କମ୍ପାନି ଗୋପାଳପୁର ବନ୍ଦରରେ ଥିବା ଅଂଶଧନ ବିକ୍ରି କରିଛି ।