• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆପଣମାନେ ଏକ ବହୁ ଚର୍ଚ୍ଚିତ ବାକ୍ୟ ପଢ଼ିଥିବେ – 'ଇଣ୍ତିଆ ଇଜ୍ ନଟ୍ ଫର୍ ବିଗନର୍' । ବର୍ତ୍ତମାନ ଖରା ଆରମ୍ଭ ହୋଇଗଲାଣି । ଗରମରୁ ରକ୍ଷା ପାଇବା ପାଇଁ ନିଜ ନିଜ ଉପାୟରେ ଯିଏ ଯାହା ବ୍ୟବସ୍ଥା କରୁଛି । କିଏ ଘରେ ଏସି ଲଗାଇଲାଣି ତ କିଏ ପୁଣି ବାଇକ ଉପରେ ଛତା ତିଆରି କଲାଣି । ଏପରି ଘଟଣାକ୍ରମରେ ଜଣେ ଅଟୋବାଲା ନିଜ ଅଟୋରେ ଏକ ଅଦ୍ଭୁତ ଉପାୟ ଅବଲମ୍ବନ କରିଛନ୍ତି ।

ନିମ୍ନୋକ୍ତ ଭିଡିଓକୁ ଦେଖନ୍ତୁ । କିପରି ନିଜ ଅଟୋରେ ପାଣି ପାଇପକୁ ସଂଯୋଗ କରିଛନ୍ତି ଅଟୋଚାଳକ ଜଣକ । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଗରମରୁ ରକ୍ଷା ପାଇବା ପାଇଁ ଏପରି ଉପାୟ ବର୍ତ୍ତମାନ ଲୋକପ୍ରିୟ ହେବାରେ ଲାଗିଛି । ଭିଡିଓରେ ଦେଖା ଯାଉଛି ଯେ, ଅଟୋ ଚାଳକ ଜଣକ ନିଜ ଅଟୋରେ ପାଇପ ଲଗାଇଛନ୍ତି । ପାଇପର ଗୋଟିଏ ପାର୍ଶ୍ୱ ବାହାରକୁ ଥିବା ବେଳେ ଅନ୍ୟପାର୍ଶ୍ୱଟି ଡ୍ରାଇଭର ସିଟ ଆଡ଼କୁ ରହିଛି ।

 
 
 
 
 
 
 
 
 
 
 
 
 
 
 

A post shared by Ramez (@sangeeeramez)

ଭିଡିଓଟି ଚେନ୍ନାଇର । ଚେନ୍ନାଇରେ ସାଧାରଣତଃ ପ୍ରବଳ ଗରମ ଅନୁଭୂତ ହୁଏ । ପାଇପକୁ ଏପରି ଭାବେ ସଂଯୋଗ କରାଯାଇଛି ଯେ, ଯେପରି ବାହାର ପବନ ଭିତରକୁ ଆସିପାରିବ । ପାଇପ୍ ଏକ ଟାର୍ଗେଟେଡ ଏୟାରଫ୍ଲୋ ସିଷ୍ଟମ୍ ଭାବରେ କାର୍ଯ୍ୟ କରିଥାଏ । ଫଳରେ ଭେନଚୁରୀ ଇଫେକ୍ଟ ଜରିଆରେ ଅପର ପାର୍ଶ୍ୱରେ ଥଣ୍ତା ପବନ ବାହାରିଥାଏ ।

ୟୁଜର୍ସମାନେ ଡ୍ରାଇଭରଙ୍କର ଏପରି ସୃଜନଶୀଳତା ଦେଖି ୱାଃ ୱାଃ କରିଛନ୍ତି । ଏହି ଭିଡିଓ ଅନଲାଇନରେ ଭାଇରାଲ ହେବାରେ ଲାଗିଛି । ଅନେକ ଡ୍ରାଇଭରଙ୍କର ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଏହା ପବନର ସେନା । ଆଉ ଜଣେ ଲେଖିଛନ୍ତି, ଟ୍ୟୁବ୍ ଖୋଲିବାର ଆକାର ହ୍ରାସ କଲେ ଅଧିକ ଥଣ୍ତା ମିଳିବ ।