Advertisment

ହୋଲି ସ୍ପୋଶାଲ୍ ଟ୍ରେନରେ ଲାଗିଲା ନିଆଁ; ଜୀବନ ବିକଳରେ ଡେଇଁପଡିଲେ ଯାତ୍ରୀ...ଦେଖନ୍ତୁ ଭିଡିଓ

ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି।

author-image
Sonali Ojha
ଅଦ୍ୟତନ ହୋଇଛି
Bihar Holi Special Train Fire Accident

Train fire

ବିଳମ୍ୱିତ ରାତିରେ ହୋଲି ସ୍ପୋଶାଲ୍ ଟ୍ରେନରେ ଅଗ୍ନିକାଣ୍ଡ। ବିହାରର କାରିସାଥ ଷ୍ଟେସନ ନିକଟରେ ହଠାତ୍ ନିଆଁ ଲାଗାଯାଇଥିଲା। ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଥିବା ଜଣାପଡିଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର ଜୀବନ ହାନି ହୋଇନଥିବା ଜଣାପଡିଛି। ତୁରନ୍ତ ରେଳବିଭାଗର ଅଧିକାରୀ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ବଗିଗୁଡ଼ିକ ଜଳି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Advertisment

ଆରା ଷ୍ଟେସନ ମାଷ୍ଟର ଏନ.କେ ରାୟ ଏହି ଘଟଣା ସଂପର୍କରେ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ଟ୍ରେନରେ ଅଳ୍ପ ସଂଖ୍ୟକ ଯାତ୍ରୀ ଥିଲେ। ତେଣୁ କୌଣସି ଯାତ୍ରୀଙ୍କ କ୍ଷତି ହୋଇନଥିଲା।

ଏହି ସ୍ୱତନ୍ତ୍ର ଟ୍ରେନଟି ଦାନାପୁରରୁ ମୁମ୍ୱାଇ ଯାଉଥିଲା। ଆରା ଷ୍ଟେସନରେ ଟ୍ରେନଟି ଅଟକି ଥିଲା। ସେଠାରୁ ଛାଡିବା ପରେ ହଠାତ୍ ୩ଟି ବଗିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ବ୍ୟାପିଯାଇଥିଲା। ସୂଚନା ଅନୁସାରେ, ଯେଉଁବଗିରେ ନିଆଁ ଲାଗିଚି ସେଥିରେ ଯାତ୍ରୀଙ୍କର ରିଜର୍ଭେସନ ନଥିଲା। ସେଥିରେ କିଛି ଲୋକାଲ୍ ଯାତ୍ରୀ ଯାତ୍ରା କରୁଥିଲେ। ନିଆଁ ଲାଗିବା ପରେ ସେମାନେ ଟ୍ରେନରୁ ଡେଇଁ ପଳାଇ ଯାଇଥିଲେ।

Advertisment

ଏନେଇ ଦାନାପୁର ରେଲୱେ ଡିଭିଜନର ଡିଆରଏମ୍ କହିଛନ୍ତି ଯେ, ଟ୍ରେନର ଯେଉଁ କୋଚରେ ନିଆଁ ଲାଗିଥିଲା ସେଥିରେ କୌଣସି ଯାତ୍ରୀ ନଥିଲେ। ଏଥିରେ କାହାର ରିଜରଭେସନ ନଥିଲା। ଏହି ଘଟଣା ପରେ ଉଭୟ ଅପ୍ ଏବଂ ଡାଉନ୍ ଦୁଇଟି ଲାଇନରେ ରେଳମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାୟ ପାଞ୍ଚ ଘଣ୍ଟା ପାଇଁ ଅପରେସନ୍ ବାଧାପ୍ରାପ୍ତ ହୋଇଥିଲା କିନ୍ତୁ ବର୍ତ୍ତମାନ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଟ୍ରେନରେ କିପରି ନିଆଁ ଲାଗିଥିଲା ​​ତାହାର ତଦନ୍ତ ଚାଲିଛି।

Fire Incidents
Advertisment
Advertisment