• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମିଳିଲାନି ଟିକେଟ୍‌ ଜୀବନ ହାରିଲେ ସାଂସଦ । ପରଲୋକରେ ଏମ୍‌ଡିଏମ୍‌କେ ସାଂସଦ । ପରଲୋକରେ ତାମିଲନାଡୁର ଏମ୍‌ଡିଏମ୍‌କେ ସାଂସଦ ଏ ଗଣେଶମୂର୍ତ୍ତି । ଟିକେଟ ନ ମିଳିବାକୁ ତିନି ଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଚିକିତ୍ସାଧିନ ଅବସ୍ଥାର ଆଜି ତାଙ୍କର ମୃତ୍ୟୁ ହୋଇଛି । ଲୋକସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଗତ ରବିବାର ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ୫ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଏ ଗଣେଶମୂର୍ତ୍ତିଙ୍କ ଦେହାନ୍ତରେ ତାମିଲନାଡୁ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।

ଏରୋଡ ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନର ସାଂସଦ ରହିଥିଲେ ଏ ଗଣେଶମୂର୍ତ୍ତି । ୨୦୧୯ ଲୋକସଭା ନିର୍ବାଚନରେ ସେ ଡିଏମ୍‌କେ ଟିକେଟରେ ଏହି ଆସନରୁ ବାଜି ମାରିଥିଲେ । ଚଳିତ ବର୍ଷ ଲୋକସଭା ନିର୍ବାଚନ ଲଢିବାକୁ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଏଥିରେ ନିରାଶ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତିନି ଦିନ ଧରି କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ: ଲୋକସଭା ଟିକେଟ୍‌ ରେସ୍‌ରୁ ବାଦ ପଡ଼ିଲେ ୪ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ

ରବିବାର ସକାଳ ପ୍ରାୟ ୧୦ଟା ସମୟରେ ଘରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏ ଗଣେଶମୂର୍ତ୍ତି । ଏହାପରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଆମେ ଏରୋଡ ସହରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଖବର ମିଳିବା ପରେ ତାମିଲନାଡ଼ୁ ସରକାରର ବହୁ ମନ୍ତ୍ରୀ, ବିଜେପି ନେତା ପ୍ରମୁଖ ହସ୍ପିଟାଲରେ ପହଞ୍ଚିଥିଲେ । ଚଳିତ ଥର ଟିକେଟ ମିଳି ନ ଥିବାରୁ ସେ କିଛି ଦିନ ହେବ ଅବସାଦରେ ରହୁଥିଲେ । ତେଣୁ ଏପରି ଚରମ ପଦକ୍ଷେପ ଉଠାଇଥିବା ପରିବାର ପକ୍ଷରୁ କୁହାଯାଇଥିଲା ।

୧୯୯୮ରୁ ୧୯୯୯ ମସିହା ପର୍ଯ୍ୟନ୍ତ ପାଲାନି ଲୋକସଭା ଆସନରେ ସାଂସଦ ରହିଥିଲେ ଏ ଗଣେଶମୂର୍ତ୍ତି । ଏହାପରେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଏରୋଡ ଲୋକସଭାର ସାଂସଦ ରହିଥିଲେ । ୨୦୧୯ ନିର୍ବାଚନରେ ମଧ୍ୟ ସେ ଏରୋଡ ଆସନରେ ବିଜୟୀ ହୋଇ ବର୍ତ୍ତମାନର ସାଂସଦ ରହିଛନ୍ତି । ୧୯୮୯ରୁ ୧୯୯୧ ମଧ୍ୟରେ ସେ ମୋଡାକ୍କୁରିଚି ବିଧାନସଭା ଆସନରେ ବିଧାୟକ ରହିଥିଲେ । ୧୦ ଜୁନ ୧୯୪୭ରେ ଉଲଗାପୁରମରେ ଗଣେଶମୂର୍ତ୍ତି ଜନ୍ମଗ୍ରହଣ କରିଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି ।