/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711601243.jpg)
politician sleeping on pile of cash stirs row
ଟଙ୍କା ବିଡ଼ା ଉପରେ ଶୋଇଲେ ନେତା । ଭାଇରାଲ ହେଲା ଫଟୋ । ୫୦୦ ଟଙ୍କିଆ ନୋଟ ଗଦିରେ ଶୋଇଲେ ଆସାମ ନେତା । ଆସାମ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ(UPPL)ର ଜଣେ ନିଲମ୍ବିତ ନେତା ଖଟ ଉପରେ ନୋଟ ବିଛାଇ ଶୋଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ନେତାଙ୍କ ନାମ ବେଞ୍ଜାମିନ ବାସୁମତାରି । ଭାଇରାଲ ଫଟୋରେ ଦେଖାଯାଇଛି, ଖଟରେ ୫୦୦ ଟଙ୍କା ନୋଟ୍ ବିଛାଯାଇଛି । ତା' ଉପରେ ବାସୁମତାରି ଶୋଇଛନ୍ତି ଓ ତାଙ୍କର ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଦେହ ସାରା ଟଙ୍କା ବିଡ଼ା ପଡିଛି । ଆସାମ ନେତାଙ୍କ ଏହି ଫଟୋକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ବେଞ୍ଜାମିନ ବାସୁମତାରି ବର୍ତ୍ତମାନ ଆସାମର ବୋରଲାଣ୍ଡ ଟେରିଟୋରିଆଲ ରିଜିଅନର ଉଦଲଗିରି ଜିଲ୍ଲା ଭାଇରଗୁରି ଗ୍ରାମର VCDC ଚେୟାରମ୍ୟାନ ମଧ୍ୟ ଅଛନ୍ତି । ଲାଞ୍ଚ ମାମଲାରେ ନିକଟରେ ତାଙ୍କୁ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ ଦଳରୁ ନିଲମ୍ବିତ କରିଥିଲା । ବେଞ୍ଜାମିନ ନୋଟ ଉପରେ ଶୋଇଥିବାର ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିବା ମାତ୍ରେ ଏହା ଖୁବ୍ ଭାଇରାଲ ହୋଇଛି । UPPL ବୋରଲାଣ୍ଡ ଟେରିଟୋରିଆଲ କାଉନସିଲର ଶାସକ ଦଳ ଥିବାବେଳେ ଆସାମରେ ବିଜେପିର ଏକ ସହଯୋଗୀ ଦଳ ଭାବରେ ମଧ୍ୟ ରହିଛି ।
Comedy or what?
👉 Benjamin Basumatary claims this photo is 5-yo; has been VCDC Chairman for last 3-years only;
👉 UPPL claims they suspended & removed him from party for corruption charged while he was a Chairman;
Truth is THIS IS NOT A LIE 😂🤡 pic.twitter.com/w0n5TT30h8
— aboyob bhuyan (@aboyobbhuyan) March 27, 2024
ମିଳିଥିବା ସୂଚନା ଅନୁଯାୟୀ, ବେଞ୍ଜାମିନ ବାସୁମତାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମନରେଗା ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ଆସିଥିଲା । ଏହାପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଏବେ ଟଙ୍କା ଗଦି ଉପରେ ତାଙ୍କର ଶୋଇବାର ଭାଇରାଲ ଫଟୋ ପ୍ରସଙ୍ଗରୁ UPPL ନିଜକୁ ଦୂରେଇ ରଖିଛି । ଏହିସହ ବେଞ୍ଜାମିନଙ୍କ ସହିତ UPPLର କୌଣସି ସମ୍ପର୍କ ନାହିଁ ବୋଲି UPPL ମୁଖ୍ୟ ପ୍ରମୋଦ ବୋରୋ ସ୍ପଷ୍ଟ କରିଛନ୍ତି ।
🚨 Important Notice 🚨
A photo of Benjamin Basumatry is circulating widely on social media. We want to clarify that Mr. Basumatry is no longer associated with UPPL as he was suspended from the party on 10th January, 2024, and disciplinary action was taken against him after… pic.twitter.com/jpSeSHMynC
— Pramod Boro (@PramodBoroBTR) March 27, 2024
ଏନେଇ ସେ ଏକ୍ସରେ କହିଛନ୍ତି, ''ବେଞ୍ଜାମିନ ବାସୁମତାରିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆମେ ସ୍ପଷ୍ଟ କରୁଛୁ ଯେ, ବାସୁମତାରି UPPL ସହ ଜଡିତ ନାହାନ୍ତି । ତାଙ୍କୁ ଜାନୁଆରୀ ୧୦ରେ ଦଳରୁ ନିଲମ୍ବିତ କରାଯାଇଥିଲା । ଏହାସହ ବିଟିସି ସରକାର ୨୦୨୪ ଫେବୃଆରୀ ୧୦ରେ ତାଙ୍କୁ ଭିସିଡିସିର ଚେୟାରମ୍ୟାନ ପଦରୁ ହଟାଇଥିଲେ । ତାଙ୍କର କାର୍ଯ୍ୟକଳାପ ପାଇଁ କେବଳ ସେ ସମ୍ପୂର୍ଣ୍ଣ ରୂପେ ଦାୟୀ । ଏହାସହିତ ଦଳରୁ କୌଣସି ପ୍ରକାର ସମ୍ପର୍କ ନାହିଁ ।''
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)