/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711629664.jpg)
CISF Jawan Death
ଡ୍ୟୁଟି ବେଳେ ଜୀବନ ହାରିଲେ ସେଣ୍ଟ୍ରାଲ ଇଣ୍ତଷ୍ଟ୍ରିଆଲ ଫୋର୍ସ (CISF) ର ଯବାନ। ନିଜକୁ ନିଜେ ଗୁଳି ମାରିଲେ ଯବାନ। ଗୁରୁବାର କୋଲକାତା ନେତାଜୀ ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରେ କାର୍ଯ୍ୟକତ ଜଣେ ସିଆଇଏସ୍ଏଫ୍ ଯବାନ ନିଜକୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି।
Advertisment
ତେଲେଙ୍ଗାନାର ୨୫ ବର୍ଷୀୟ ଯବାନ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରିଛନ୍ତି। ତାଙ୍କୁ ତୁରନ୍ତ ପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କାହିଁକି ସେ ନିଜକୁ ମାରିଲେ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଯବାନ ଜଣକ CISF ରେ ଚାକିରି କରୁଥିଲେ। ବର୍ତ୍ତମାନ ସେ କୋଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଏୟାରପୋର୍ଟରେ କାର୍ଯ୍ୟରତ ଥିଲେ। ହଠାତ ଡ୍ୟୁଟି ବେଳେ ସେ ତାଙ୍କ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)