Advertisment

ଗୋଡ଼ ନଥାଇ ବି ୧୪ ହଜାର ଫୁଟ ଉପରୁ ଡେଇଁଲେ ଯବାନ..ଭିଡିଓ ଭାଇରାଲ

ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭନିଶ ବାଜପାଇଙ୍କ ସାହସିକତାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଅତିରିକ୍ତ ସୂଚନା ନିର୍ଦ୍ଦେଶାଳୟ ଜେନେରାଲ୍ ଅଫ୍ ପବ୍ଲିକ୍ ଇନଫର୍ମେସନ୍(ADG PI) ପକ୍ଷରୁ ଭାରତୀୟ ସେନାର ସାହସିକତାର ଚିତାକର୍ଷକ ଚିତ୍ର ଏକ୍ସରେ ସେୟାର କରାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Indian Army

Indian Army

ସାହାସିକତା ଆଗରେ ହାର ମାନିଛି ଅକ୍ଷମତା। ଶରୀରର ଏକ ଅଙ୍ଗ ନଥିବା ସତ୍ତ୍ୱେ ୧୪ ହଜାର ଫୁଟ ଉପରୁ ଡିଆଁ ମାରିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭନିଶ ବାଜପାଇ। ତାଙ୍କର ଏହି ସାହସିକତାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଅତିରିକ୍ତ ସୂଚନା ନିର୍ଦ୍ଦେଶାଳୟ ଜେନେରାଲ୍ ଅଫ୍ ପବ୍ଲିକ୍ ଇନଫର୍ମେସନ୍(ADG PI) ପକ୍ଷରୁ ଭାରତୀୟ ସେନାର ସାହସିକତାର ଚିତାକର୍ଷକ ଚିତ୍ର ଏକ୍ସରେ ସେୟାର କରାଯାଇଛି। ଯାହାକୁ ଦେଶବାସୀ ପ୍ରଶଂସା କରିଛନ୍ତି।

Advertisment

ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭନିଶ ବାଜପାଇ ଜଣେ ସାହାସୀ ଯୋଦ୍ଧା। ଯୁଦ୍ଧ ବେଳେ ସେ ତାଙ୍କ ଗୋଡ଼ ହରାଇଥିଲେ। ତାସତ୍ତ୍ୱେ ସେ ଭଟିଣ୍ତା ଏୟାରବେସ୍‌ରୁ ଡିଆଁ ମାରିଲେ। ତାଙ୍କ ସ୍କାଏ ଡାଇଭ୍‌ର ଚର୍ଚ୍ଚା ଏବେ ସାରା ଦେଶରେ ହେଉଛି। ଏହା ଅବିସ୍ମରଣୀୟ, ଦୃଢ଼ ମନୋବଳ ଓ ନିଷ୍ଠାର ପ୍ରମାଣ ବୋଲି ADG PI ପକ୍ଷରୁ ପୋଷ୍ଟର କ୍ୟାପସନ୍‌ରେ ଲେଖାଯାଇଛି।

Advertisment

ଅଭନିଶଙ୍କ ସହ ସେନାର ଅନ୍ୟ କର୍ମଚାରୀ ମଧ୍ୟ ଆକାଶରୁ ଡିଆଁ ମାରିଥିଲେ। ଏହି ପୋଷ୍ଟକୁ ୫୧ ହଜାର ଲୋକ ଦେଖିସାରିଲେଣି। ଏଥିରେ ୨୦୦୦ ଲାଇକ୍‌ ମଧ୍ୟ ମିଳିଛି। ଅନେକ ଏଥିରେ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ସାବାସୀ ମଧ୍ୟ ଦେଇଛନ୍ତି। ଆଉ କେତେ ଜଣ ହୃଦୟକୁ ଛୁଇଣଲା ଭଳି କମେଣ୍ଟ ଦେଇଛନ୍ତି। ADG PI ପକ୍ଷରୁ ଅଭିନାଶଙ୍କ ୧୪ ହଜାର ଫୁଟ ଉପରୁ ଡେଇଁବାର ପ୍ରସ୍ତୁତିର ଭିଡିଓ ବି ସେୟାର କରାଯାଇଛି। ଯେଉଁଥିରେ ସେ ନିଜ ଟିମ୍‌ ସହ ଆକାଶରୁ ଡେଉଁଛନ୍ତି।

Indian Army Skydiver
Advertisment
Advertisment