Advertisment

ଡେରା ମୁଖ୍ୟ ତାରସେମ ସିଂହ କିଏ ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା

ବାବା ତାରସେମ ସିଂ ଏକ ଚେୟାରରେ ବସିଥିବା ଦେଖାଯାଉଛନ୍ତି । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Dera Chief Shot Dead in Uttarakhand

Dera Chief

ଉତ୍ତରାଖଣ୍ଡର ଉଧମ ସିଂ ନାଗର ଜିଲ୍ଲାର ନାନକମାତା ସାହେବ ଗୁରୁଦ୍ୱାରର କର ସେବବ ଡେରା ମୁଖ୍ୟ ବାବା ତାରସେମ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁରୁବାର ସକାଳ ୬ ଟାରେ ସେ ଘର ବାହାରେ ବସିଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଗୁଳି କରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଖାତିମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ବାବା ତାରସେମ ସିଂ (୬୦) ଙ୍କ ହତ୍ୟା ପରେ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ଯିଏ ବି ଏହି ଖବର ଶୁଣିଲେ ସିଧା ଗୁରୁଦ୍ୱାରରେ ପହଞ୍ଚିଥିଲା । ସକାଳ ହେଉ ହେଉ ଗୁରୁଦ୍ୱାର ସମ୍ମୁଖରେ ଭିଡ଼ ଜମିସାରିଥିଲା । ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବାବା ତାରସେମ ସିଂ ଏକ ଚେୟାରରେ ବସିଥିବା ଦେଖାଯାଉଛନ୍ତି । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ।

ବାବା ତାରସେମ ସିଂ କିଏ?

ବାବା ତାରସେମ୍ ସିଂ, ଦୀର୍ଘ ଦିନ ଧରି ଉଧମ୍ ସିଂ ନାଗରର ପ୍ରସିଦ୍ଧ ନାନକମତ୍ତା ସାହିବ ଗୁରୁଦ୍ୱାରର କର ସେବା ମୁଖ୍ୟ ଥିଲେ। ସେ ସାମାଜିକ ସେବା ସହିତ ମଧ୍ୟ ଜଡିତ ଥିଲେ, ସେ ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଛନ୍ତି । ଗୁରୁଦ୍ୱାରରେ କର ସେବାର ସମସ୍ତ ଦାୟିତ୍ୱର ଯତ୍ନ ନେଉଥିଲେ । କେବଳ ଏତିକି ନୁହେଁ, ଆପଦକାଳିନ ପରିସ୍ଥିତିରେ ଏଠାରେ ଛତର ଦିଆଯାଉଥିଲା । ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଏଠାରୁ ଦିଆଯାଉଥିଲା । ରିଲିଫ୍ ବଣ୍ଟା ଯାଉଥିଲା । ଏହି ସମସ୍ତ କାର୍ଯ୍ୟର ମୁଖ୍ୟ ଥିଲେ ତାରସେମ ସିଂହ ।

Advertisment

କୁହାଯାଏ, ବାବା ତାରସେମ ସିଂଙ୍କ ସମାଜ ସେବାକୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା ହେଉଥିଲା। ତାଙ୍କର କାହା ସହିତ ଶତ୍ରୁତା ନଥିଲା, ତେଣୁ ଏହି ଅପରାଧ କିଏ କରିଛି ଏବଂ ତାଙ୍କ ହତ୍ୟା ପଛରେ କାରଣ କ’ଣ ସେନେଇ ଏବେ ନାନା ପ୍ରଶ୍ନ ଉଠିଛି ।

ଏହି ଘଟଣାକୁ ନେଇ ଶିଖ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଖୁବ୍‌ ଅସନ୍ତୋଷ ଦେଖିବାକୁ ମିଳିଛି । ଘଟଣାର ଗମ୍ଭୀରତା ଦେଖି ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଛି।

ବାବା ତାରସେମ ସିଂ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ତାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିଜେ ନାନକମତ୍ତା ଗୁରୁଦ୍ୱାରକୁ ଅନେକ ଥର ଆସିଛନ୍ତି । ନିର୍ବାଚନ ସମୟରେ ଏଭଳି ଘଟଣା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଘଟଣା ପରେ ଏହି ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି, ଲୋକମାନେ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରୁଛନ୍ତି।

Advertisment
Advertisment