Advertisment

ଆଜି ସରୁଛି କେଜରିୱାଲଙ୍କ ଇଡି ରିମାଣ୍ଡ; ଏଣ୍ଟ୍ରି କରିବ ସିବିଆଇ!

ତାଙ୍କୁ ତତ୍କାଳ ମୁକ୍ତି ଦେବାକୁ କେଜରିୱାଲ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏଥିପାଇଁମନା କରିଦେବା ସହ, ଇଡିକୁ ନିଜ ପକ୍ଷ ରଖିବା ପାଇଁ ଏପ୍ରିଲ ୨ ଯାଏଁ ସମୟ ଦେଇଛନ୍ତି।ଏପ୍ରିଲ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

author-image
Sonali Ojha
ଅଦ୍ୟତନ ହୋଇଛି
Arvind Kejriwal ED Remand Ends Today

Arvind Kejriwal

ଆଜି ସରୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇଡି ରିମାଣ୍ଡ ଅବଧି। ତେବେ ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ଆବେଦନ କରିପାରେ ଇଡି। ଅନ୍ୟପଟେ ଇଡି ପରେ ଘାଣ୍ଟି ପାରେ ସିବିଆଇ।

Advertisment

ମଦ ଦୁର୍ନୀତି ମାମଲାରେ କେଜରିୱାଲ ଗିରଫ ହୋଇଥିବା ବେଳେ ଅଧିକ ପଚରାଉଚରା ଲାଗି ଇଡି ରିମାଣ୍ଡରେ ନେଇଥିଲା। ଏପଟେ ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିନାହିଁ। ଇଡି ଦ୍ବାରା ଗିରଫଦାରୀ ଓ ରିମାଣ୍ଡକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ।

ଅଧିକ ପଢ଼ନ୍ତୁ: କେଜ୍ରିୱାଲଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ବିଜେପିର ଜୋରଦାର ବିକ୍ଷୋଭ, ପାଣି ମାଡ଼ କଲା ପୋଲିସ

Advertisment

ତାଙ୍କୁ ତତ୍କାଳ ମୁକ୍ତି ଦେବାକୁ କେଜରିୱାଲ ଆବେଦନ କରିଥିଲେ। ତେବେ ହାଇକୋର୍ଟ ଏଥିପାଇଁମନା କରିଦେବା ସହ, ଇଡିକୁ ନିଜ ପକ୍ଷ ରଖିବା ପାଇଁ ଏପ୍ରିଲ ୨ ଯାଏଁ ସମୟ ଦେଇଛନ୍ତି।ଏପ୍ରିଲ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଛି ଇଡି। ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସୋସିଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ, ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ କିଛି ଦିନ ତଳେ ଗିରଫ ହୋଇଛନ୍ତି।

CBI Arvind Kejriwal Enforcement Directorate ED
Advertisment
Advertisment