Advertisment

ବିବାହ ପାଇଁ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରିବାକୁ ଆଇନ୍ ଆଣିବ ଏହି ଦଳ

ସିଙ୍ଗାପୁର, ଫିଲିପାଇନ୍ସ, ଜାପାନ ଏବଂ ବ୍ରାଜିଲ ଭଳି ଦେଶରେ ଅଳ୍ପ ବୟସରେ ବିବାହ କରିବାକୁ ହେଲେ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ଏହାକୁ ଗୁରୁତ୍ୱ ଦେଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Parental Consent Must For Marriage

Parental Consent Must For Marriage

ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ଦିନ କେଇଟା ପରେ ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ। ଏଥିପାଇଁ ଆରମ୍ଭ ହୋଇଯାଇଛି କସରତ। ଏହାରି ଭିତରେ ରାଜନୈତିକ ଦଳଗୁଡିକ ନିର୍ବାଚନୀ ଇସ୍ତାହାର ପ୍ରକାଶ କରୁଛନ୍ତି। ପଟ୍ଟାଲି ମକ୍କାଲ କାଚି (ପିଏମକେ) ଗତକାଲି ଏହାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛି। ଏଥିରେ ୨୧ବର୍ଷରୁ କମ୍ ବୟସରେ ବିବାହ କଲେ ବାପା-ମା’ଙ୍କ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରିବା ନେଇ ଆଇନ ଆଣିବାର ପ୍ରତିଶ୍ରୁତି ଦେଇଛି।

Advertisment

ତାମିଲନାଡୁର ଦଶଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ପିଏମକେ । ଦଳ କହିଛି ସିଙ୍ଗାପୁର, ଫିଲିପାଇନ୍ସ, ଜାପାନ ଏବଂ ବ୍ରାଜିଲ ଭଳି ଦେଶରେ ଅଳ୍ପ ବୟସରେ ବିବାହ କରିବାକୁ ହେଲେ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ଏହାକୁ ଗୁରୁତ୍ୱ ଦେଇଛନ୍ତି। ଯୁବତୀଙ୍କୁ ମିଛ ପ୍ରତିଶ୍ରୁତି ଓ ପ୍ରେମ ବିବାହକୁ ରୋକିବା ପାଇଁ ପରିବାର ବ୍ୟବସ୍ଥାର ସୁରକ୍ଷା ତଥା କିଶୋରମାନଙ୍କ ଭବିଷ୍ୟତକୁ ରକ୍ଷା କରିବା ପାଇଁ ଏହି ଆଇନ ଆସିବା ଆବଶ୍ୟକ।

ଦଳ ନିର୍ବାଚନ ଜିତିଲେ ୨୧ବର୍ଷରୁ କମ୍ ବୟସର ଯୁବକ ଯୁବତୀଙ୍କ ବିବାହ ପାଇଁ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରାଯିବା ନେଇ ଆଇନ୍ ଆଣିବ ବୋଲି କୁହାଯାଇଛି। କିଶୋରମାନଙ୍କ ବିବାହ ପାଇଁ ପିତାମାତାଙ୍କ ସମ୍ମତି ଆଇନ୍ ବିଭିନ୍ନ ଦେଶରେ ଅଛି। ଏନେଇ ପିଏମକେ ନେତା ଅନବୁମାନି ରାମାଡୋସ ମତ ଦେଇଛନ୍ତି ଯେ, ବିବାହର ଆଇନଗତ ବୟସ ଖୁବଶୀଘ୍ର ୨୧ ବର୍ଷ ହୋଇଯିବ। ଯେପର୍ଯ୍ୟନ୍ତ ଏହା ନହୋଇଛି ଆମେ ଏହି ବ୍ୟବସ୍ଥା ଲାଗୁ କରିପାରିବା ।

Advertisment

ଜଣେ ମହିଳାଙ୍କ ବିବାହ ବୟସ ୧୮ବର୍ଷ ଖୁବ୍ କମ । ସେମାନେ ସ୍କୁଲ ଶେଷ କରିବା ପରେ ଉଚ୍ଚଶିକ୍ଷା ପାଇଁ କଲେଜରେ ପ୍ରବେଶ କରିବାର ଗୋଟିଏ ବର୍ଷ ପରେ ତାଙ୍କୁ ୧୮ବର୍ଷ ହୋଇଯାଏ। ଯଦି ସେମାନେ ୧୮ବର୍ଷରେ ବିବାହ କରନ୍ତି ସେମାନଙ୍କର ଭବିଷ୍ୟତ କଣ ହେବ ବୋଲି ସେ କହିଛନ୍ତି। ଯଦି ସେମାନେ ଏତେ କମ ବୟସରେ ବିବାହ କରନ୍ତି ତେବେ ୨୦ବର୍ଷ ହେବା ବେଳକୁ ସେ ୨ଟି ସନ୍ତାନ ଜନ୍ମ ଦେଇସାରିଥିବେ। ଏଭଳି ଅନେକ ଯୁବତୀ ଅଛନ୍ତି, ଯେଉଁମାନେ ଅନେକ ସମସ୍ୟା ଭୋଗୁଛନ୍ତି ଓ କୁପୋଷଣର ଶିକାର ହେଉଛନ୍ତି।

Marriage
Advertisment
Advertisment