/odishatv-khabar/media/post_attachments/uploadimage/library/16_9/16_9_0/Mumbai_1711433575.jpg)
Mumbai
ସମ୍ପତ୍ତି ତାଲିକାରେ ଚୀନ୍ର ରାଜଧାନୀ ବେଜିଂକୁ ଟପିଲା ମୁମ୍ବାଇ । ଏସିଆର ନୂଆ ବିଲିୟନେୟାର ରାଜଧାନୀ ଭାବରେ ଉଭା ହୋଇଛି ମୁମ୍ବାଇ । ଭାରତର ଅର୍ଥନୈତିକ ମେରୁଦଣ୍ତ ମୁମ୍ବାଇରେ ବର୍ତ୍ତମାନ ୯୨ ଜଣ ବିଲିୟନେୟାର ରହିଛନ୍ତି । ବେଜିଂରେ ମୋଟ ୯୧ ବିଲିୟନେୟାର ରହିଛନ୍ତି । ଏନେଇ ହରୁନ୍ ଗ୍ଲୋବାଲ ଲିଷ୍ଟ୍ ତରଫରୁ ରିପୋର୍ଟ ପ୍ରକାଶ ପାଇଛି ।
ଏଥିରେ କୁହାଯାଇଛି ଯେ, ମୁମ୍ବାଇ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ କୋଟିପତିଙ୍କ ରାଜଧାନୀ ଭାବେ ଗତି କରୁଛି । ଏହା ଗୋଟିଏ ବର୍ଷରେ ୨୬ ଟି କୋଟିପତି ସୃଷ୍ଟି କରିଛି । ବର୍ତ୍ତମାନ ପୂରା ବିଶ୍ୱରେ ଏହା ତୃତୀୟରେ ଥିବା ବେଳେ ଏସିଆର ବିଲିୟନେୟାର ରାଜଧାନୀ ଭାବରେ ସ୍ଥାନ ପାଇଛି । ନୂଆଦିଲ୍ଲୀ ମଧ୍ୟ ଟପ୍ ୧୦ରେ ପ୍ରଥମଥର ପ୍ରବେଶ କରିଛି ।
ଦେଶରେ ବଢ଼ୁଥିବା ଜନସଂଖ୍ୟା ସହ ତାଳ ଦେଇ କୋଟିପତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ୨୦୧୩ ମସିହାରୁ ଭାରତର ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଛି । ତେବେ କେଉଁ ସେକ୍ଟରଗୁଡ଼ିକରେ ଭାରତ ନିଜର କୋଟିପତି ତିଆରି କରିପାରିଛି ଆସନ୍ତୁ ଜାଣିବା ..
#ବେଜିଂକୁ_ଟପିଲା_ମୁମ୍ବାଇ
-ଏସିଆରେ ବିଲିୟନାୟାର କ୍ୟାପିଟାଲ ମାନ୍ୟତା ପାଇଲା ମୁମ୍ବାଇ
-ବିଲିୟନାୟାର ତାଲିକାରେ ବେଜିଂକୁ ଟପିଲା ମୁମ୍ବାଇ
-ହୁରାନ୍ ରିସର୍ଚ୍ଚ- ୨୦୨୪ ଗ୍ଲୋବାଲ ଧନୀ ତାଲିକାରୁ ସ୍ପଷ୍ଟ
-ବେଜିଂରେ ୯୧ ବିଲିୟନାୟାର, ମୁମ୍ବାଇ ୯୨ରେ ପହଞ୍ଚି ଟପିଲା#Hurunlist#Billionaires#Mumbai#Beijing#OTVpic.twitter.com/Khxft26Y4u— ଓଟିଭି (@otvkhabar) March 26, 2024
୩୯ ବିଲିୟନେୟାର କେବଳ ଫାର୍ମା ଇଣ୍ଡଷ୍ଟ୍ରିରୁ ଆସିଛନ୍ତି । ବଦଳୁଥିବା ଜୀବନଶୈଳୀ ସହ ତାଳ ଦେଇ ରୋଗ ମଧ୍ୟ ବଢ଼ି ଚାସିଛି । ଏଣୁ ମେଡିସିନର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ଫଳରେ ଏହି ଫାର୍ମା ଇଣ୍ତଷ୍ଟ୍ରି ଦ୍ରୁତ ଭାବେ ଆଗକୁ ବଢ଼ି ଚାଲିଛି । ଫାର୍ମା ପରେ ରହିଛି ଅଟୋମୋବାଇଲ୍ ସେକ୍ଟର ଓ ରାସାୟନିକ କ୍ଷେତ୍ର । ଅଟୋମୋବାଇଲ ୨୭ କୋଟିପତିଙ୍କୁ ଦେଇଥିବା ବେଳେ ରାସାୟନିକ କ୍ଷେତ୍ର ୨୪ କୋଟିପତିଙ୍କୁ ଦେଇଛି । ତେବେ ଭାରତରେ ବିଲିୟନେୟାରମାନଙ୍କର ମୋଟ ସମ୍ପତ୍ତି ଏକ ଟ୍ରିଲିୟନ ଡଲାର ଅଟେ, ଯାହା ବିଶ୍ୱର କୋଟିପତିମାନଙ୍କର ସମ୍ପତ୍ତିର ୭% ପ୍ରତିଶତ ।
ମୋଟ ୧୧୩ ବିଲିୟନ ଡଲାର୍ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ଉଭୟ ଭାରତ ଓ ଏସିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି । ପରେ ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଆଦାନୀ ରହିଛନ୍ତି । ତାଙ୍କର ବର୍ତ୍ତମାନର ସମ୍ପତ୍ତିର ମୂଲ୍ୟ ୮୧ ବିଲିୟନ ଡଲାର ଅଟେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)